ସୋର: ସୋର ବିଧାନସଭା ପ୍ରାର୍ଥୀ ବଦଳାଇଛି ବିଜେପି। ପର୍ଶୁରାମ ଧଡ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ସୋର ବିଧାନସଭା ଆସନ ପାଇଁ ରାଜେନ୍ଦ୍ର ଦାସଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ଏବେ ତାହାକୁ ପରିବର୍ତ୍ତନ କରିଛି । ଶେଷ ମୁହୂର୍ତ୍ତରେ ରାଜେନ୍ଦ୍ର ଦାସଙ୍କ ସ୍ଥାନରେ ବିଜେଡିରୁ ଇସ୍ତଫା ଦେଇଥିବା ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ବିଜେପି ସୋରରୁ ପ୍ରାର୍ଥୀ ଘୋଷଣା କରିଛି ।
ସୂଚନାଯୋଗ୍ୟ, ୨୦୧୪ ମସିହାରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପର୍ଶୁରାମ ଧଡା। ୨୦୧୯ ସାଧାରଣ ନିର୍ବାଚନରେ ପୁଣି ତାଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଶ୍ରୀ ଧଡା ମଧ୍ୟ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ହେଲେ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିନଥିଲା। ଯେଉଁଥିପାଇଁ ଶ୍ରୀ ଧଡା ଅସନ୍ତୋଷ ବ୍ୟକ୍ତି କରି ବିଜେଡି ଛାଡ଼ିଥିଲେ।