ଡାକ୍ତର ମାନସ ରଞ୍ଜନ ସାହୁ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ଵବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ୱର: ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ଵବିଦ୍ୟାଳୟର ନୂଆ କୁଳପତି ଭାବେ ଡାକ୍ତର ମାନସ ରଞ୍ଜନ ସାହୁ ନିଯୁକ୍ତି ପାଇଛନ୍ତି । ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ରଘୁବର ଦାସ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଆଜି ଏ ସମ୍ପର୍କରେ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଡାକ୍ତର ମାନସ ରଞ୍ଜନ ସାହୁ ଭୁବନେଶ୍ୱର ଏମ୍ସରେ ଜେନେରାଲ ସର୍ଜରୀ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି ।

ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ମେଡିକାଲ ସାଇନ୍ସ ପ୍ରତିଷ୍ଠାନରେ ଜେନେରାଲ ସର୍ଜରୀ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ ଡାକ୍ତର ସାହୁଙ୍କୁ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ୪ବର୍ଷ ଅବା ସେ ୭୦ବର୍ଷ ବୟସ(ଯାହା ପ୍ରଥମେ ହେବ) ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ନବନିଯୁକ୍ତ କୁଳପତି ଚେନ୍ନାଇର ଏସଆରସିଏମସିଆରଆଇରୁ ସର୍ଜିକାଲ ଗାଷ୍ଟ୍ରୋଏଂଟନୋଲୋଜିରେ ଫେଲୋସିପ୍ ପାଇଛନ୍ତି। ତାଙ୍କର ଅଧ୍ୟାପନା କ୍ଷେତ୍ରରେ ୨୬ବର୍ଷରୁ ଅଧିକ ଅଭିଜ୍ଞତା ରହିଛି ।