ଭୋଟ୍ ଦେଉଛି ଓଡିଶା: ଅପରାହ୍ଣ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ, ନୂଆପଡାରେ ସର୍ବାଧିକ ୫୮.୨୫ ପ୍ରତିଶତ ଭୋଟିଂ

ଭୁବନେଶ୍ୱର: ରାଜ୍ୟରେ ଚାଲିଛି ପ୍ରଥମ ପ୍ରର୍ଯ୍ୟାୟ ମତଦାନ । ଅପରାହ୍ଣ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ ହୋଇଛି । ନୂଆପଡାରେ ସର୍ବାଧିକ ୫୮.୨୫ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଳିଛି । କଳାହାଣ୍ଡିରେ ୫୭.୯୧ ପ୍ରତିଶତ, ନବରଙ୍ଗପୁରରେ ୫୬.୭୬ ପ୍ରତିଶତ, କୋରାପୁଟରେ ୫୩.୨୭ ପ୍ରତିଶତ, ମାଲକାନଗିରିରେ ୫୩.୬୪ ପ୍ରତିଶତ, ରାୟଗଡାରେ ୫୩.୬୦ ପ୍ରତିଶତ, ଗଜପତିରେ ୪୫.୨୯ ପ୍ରତିଶତ ଓ ବ୍ରହ୍ମପୁରରେ ୪୪.୩୯ ପ୍ରତିଶତ ଭୋଟର ଦେଇଛନ୍ତି ଭୋଟ୍ ।

୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ୭ ହଜାର ୩୦୩ଟି ବୁଥରେ ଚାଲିଛି ଭୋଟିଂ । ବ୍ରହ୍ମପୁରରେ ସବୁଠାରୁ କମ୍ ମତଦାନ ହୋଇଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବାକୁ ପୋଲିଂ ବୁଥ୍ ଗୁଡିକରେ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରାଯାଇଛି ।