କାର୍ଯ୍ୟରେ ଅବହେଳା ପାଇଁ ଗଞ୍ଜାମର ୩ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ନିର୍ଦ୍ଦେଶ

ଭୁବନେଶ୍ବର: ଗଞ୍ଜାମର ୩ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ନିର୍ଦ୍ଦେଶ । ଗଞ୍ଜାମ ଜିଲ୍ଲାପାଳଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଲେ ସିଇଓ । ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯିବ । କାର୍ଯ୍ୟରେ ଗୁରୁତର ଅବହେଳା ଯୋଗଁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନ ଗଞ୍ଜାମ ଜିଲ୍ଲାର ୩ ଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ନିର୍ଦ୍ଦେଶ ହୋଇଛି। ଏଥିରୁ ୨ ଜଣଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଂଜ ବିହାରୀ ଧଳ। ଛତ୍ରପୁର ୨୭ ନମ୍ବର ବୁଥ ପ୍ରିଜାଇଡିଂ ଅଫିସର ଗିରଫ ହେବେ । ୧୬୩ ନମ୍ବର ପୁଲିଂ ଷ୍ଟେସନର ପ୍ରିଜାଇଡିଂ ଅଫିସର ଗିରଫ ହେବେ । ସେହିପରି ଗୋପାଳପୁରର ୧୯୩ ନମ୍ବର ପୁଲିଂ ଷ୍ଟେସନ ପ୍ରିଜାଇଡିଂ ଅଫିସର ସସପେଣ୍ଡ ହେବେ ।