ଓଡିଶା ବିଜେପିର ଆତ୍ମବିଶ୍ୱାସ ପୂରା ଭାଙ୍ଗି ଯାଇଛି, ତେଣୁ ପ୍ରଧାନମନ୍ତ୍ରୀ ବାରମ୍ବାର ଓଡିଶା ଆସୁଛନ୍ତି ବୁଷ୍ଟର ଇଞ୍ଜେକ୍ସନ ଦେବାକୁ: କାର୍ତ୍ତିକ ପାଣ୍ଡିଆନ

ସୁନ୍ଦରଗଡ: ସୁନ୍ଦରଗଡ ଜନସଭାରେ ବିଜେଡି ସରକାରର ବିକାଶ କଥା କହିବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । କନ୍ଧମାଳ ମାଟିରୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତର ବି ଦେଇଛନ୍ତି ପାଣ୍ଡିଆନ୍ । ସେ କହିଛନ୍ତି, ଆମ ମୁଖ୍ୟମନ୍ତ୍ରୀଙ୍କ କାମକୁ ଅନ୍ୟ ରାଜ୍ୟ ଅନୁସରଣ କରନ୍ତି । ଆମ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଯେଉଁ କଥା କୁହନ୍ତି ସେଟାକୁ ମନେ ରଖନ୍ତି ଆଉ ପାଳନ କରନ୍ତି ।

ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ୩୦ରୁ ୩୦ ଜିଲ୍ଲା ପରିଷଦ ହାରିଗଲେ । ହେଲେ ଆପଣମାନଙ୍କ ସହଯୋଗରେ ଆମ ମୁଖ୍ୟମନ୍ତ୍ରୀ ୩୦କୁ ୩୦ ଜିତି ଇତିହାସ ରଚିଥିଲେ । ଗୋଟେ ଦଳ ୩୦ରୁ ୩୦ ହାରିଲା ପରେ ତାଙ୍କ ଅବସ୍ଥା କଣ ହେଉଥିବ ଆପଣ ଭାବନ୍ତୁ । ଏଥିରେ ତାଙ୍କ ଆତ୍ମବିଶ୍ୱାସ ପୂରା ଭାଙ୍ଗି ଯାଇଛି । ତେଣୁ ପ୍ରଧାନମନ୍ତ୍ରୀ ବାରମ୍ବାର ଓଡିଶା ଆସୁଛନ୍ତି ଓଡିଶା ବିଜେପିକୁ ବୁଷ୍ଟର ଇଞ୍ଜେକ୍ସନ ଦେବାକୁ । ତାଙ୍କୁ ଯେତେ ଇଞ୍ଜେକ୍ସନ ଦେଲେ ବି ସେ ଉଠି ପାରୁନାହାନ୍ତି ।