ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପଲ୍ଲୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଜନସଭା । ଜନସଭାରେ ଯୋଗ ଦେଇ ବିକାଶମୂଳକ କାମର ହିସାବ ଦେବା ସହ ବିରୋଧୀ ବିଜେପିକୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେଡିର ଇସ୍ତାହାରରେ ବିଜୁଳି ବିଲ୍ ମାଗଣା ଘୋଷଣା ପରେ ବିରୋଧୀଙ୍କୁ କରେଣ୍ଟ ଲାଗିଛି। ୨୦୧୪ରେ ବିଜେପି ୨ କୋଟି ଚାକିରି ଦେବାକୁ କହିଥିଲା, ୧୦ ବର୍ଷରେ ଓଡ଼ିଶାର ୮୦ ଲକ୍ଷ ଲୋକ ଚାକିରି ପାଇବା କଥା । କିନ୍ତୁ କ୍ଷମତାକୁ ଆସିଲେ ବିଜେପି ସବୁ କିଛି ଭୁଲିଯାଏ । ଦରଦାମ ହ୍ରାସ କରିବାକୁ କହି କ୍ଷମତାକୁ ଆସିଥିଲା ବିଜେପି । କିନ୍ତୁ ସରକାରକୁ ଆସିବା ପରେ ହୁ ହୁ ହୋଇ ଦର ବଢୁଛି ।
ରାଜ୍ୟରେ ବିଜେଡି ସରକାର ଆଉ ଥରେ ଆସିବ । ଏହାସହିତ ଜୁଲାଇରୁ ବିଜୁଳି ବିଲ ଆସିବନି । ଏହା ହିଁ ନବୀନଙ୍କ ଗ୍ୟାରେଣ୍ଟି, ୫-ଟି ଗ୍ୟାରେଣ୍ଟି । ଯଦି ପରିବର୍ତ୍ତନର ହାୱା ଚାଲିଛି ତାହେଲେ ଆହ୍ୱାନକୁ ଗ୍ରହଣ କରନ୍ତୁ । ଏତେ ବଡ କେନ୍ଦ୍ରମନ୍ତ୍ରୀ ହୋଇ ଦମ ଦେଖାନ୍ତୁ । ଓଡ଼ିଶାରେ ନବୀନ ହାୱା ଚାଲୁଛି । ବାହାରୁ ଆସି ନେତା ଓଡିଶା ବିଜେପିର ମନୋବଳ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି । ବିଜେପି ନେତା ଗ୍ୟାରେଣ୍ଟି ଦେଇପାରିବେ କି ନିର୍ବାଚନ ପରେ ତେଲ ରେଟ ବଢିବନି ? ୨୦୧୪ ଦର ଅନୁସାରେ ଗ୍ୟାସ ରେଟ ଦେବେ ବୋଲି ?