ଗଞ୍ଜାମ: ବସରୁ ଖସି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଛକ ନିକଟରେ ଅଘଟଣ । ମୃତ ଛାତ୍ର ଜଣଙ୍କ ପୁଟିଆପଦର ଗ୍ରାମର ୧୭ ବର୍ଷୀୟ ରାହୁଲ ନାୟକ । କଲେଜରୁ ବସ ଯୋଗେ ଘରକୁ ଫେରୁଥିବା ବେଳେ କୌଣସି କାରଣ ବଶତଃ ବସରୁ ଖସି ପଡିଥିଲେ ରାହୁଲ । ଛାତ୍ରଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତେଜନା ଦେଖିବାକୁ ମିଳିଛି । ପୁଲିସ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରୁଛି ।
ସୂଚନା ଅନୁସାରେ, ହିଞ୍ଜିଳିରୁ ନିଜ ଗ୍ରାମ କୁଟିଆ ପଦରକୁ ଏକ ଘରୋଇ ବସ୍ ଯୋଗେ ଯାଉଥିଲେ । କୌଣସି କାରଣରୁ ବସରୁ ଖସି ଯାଇ ବସ୍ ଚକା ତଳେ ଚାପି ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ରାହୁଲଙ୍କ ମୃତ୍ୟୁ ହୋଇଥିଲା ।