ରାଜ୍ୟରେ ସରକାର ଗଠନ ନେଇ ବିଜେପି କେବଳ ଦିବା ସ୍ୱପ୍ନ ଦେଖୁଛି: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ସରକାର ଗଠନ ନେଇ ବିଜେପି କେବଳ ଦିବା ସ୍ୱପ୍ନ ଦେଖୁଛି । ଏହା କହିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି ଏଥର ଓଡ଼ିଶାରେ ସରକାର ଗଠନ କରିବ ବୋଲି କହି ବୁଲୁଛି । ହେଲେ ଏହାକୁ ଚୁଟକିରେ ଉଡାଇ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଭବାନୀପାଟଣାରେ ନିର୍ବାଚନୀ ସଭା ସମ୍ବୋଧନ କରି ଖଡିଆଳ ଯିବା ରାସ୍ତାରେ ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ମୁଖ୍ଯମନ୍ତ୍ରୀଙ୍କୁ ପଚାରିଥିଲେ ଯେ, ଏଥର ରାଜ୍ଯରେ ବିଜେପି ସରକାର ଗଢିବା ନେଇ କହୁଛନ୍ତି । ଏହାର ଜବାବରେ ମୁଖ୍ଯମନ୍ତ୍ରୀ କହିଥିଲେ, ବହୁତ ଦିନ ହେଲା ବିଜେପି ଦିନରେ ସ୍ବପ୍ନ ଦେଖି ଆସୁଛନ୍ତି ।