ବଦଳିବ ପାଣିପାଗ, ତାତିରୁ ମିଳିବ ଆଶ୍ବସ୍ତି; ଆଗାମୀ ଦୁଇଦିନ ପରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର: ବଦଳିବ ପାଣିପାଗ, ତାତିରୁ ମିଳିବ ଆଶ୍ବସ୍ତି । ଆଗାମୀ ଦୁଇ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ୩ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରାରେ ହ୍ରାସ ଘଟିବା ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ଏନେଇ ପୂର୍ବାନୁମାନ କରାଯାଇଛି । ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉପକୂଳ ସମେତ କିଛି ପାଶ୍ୱବର୍ତ୍ତୀ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଗତକାଲି ୨୬ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରିଥିଲା। ୪୪.୬ ଡିଗ୍ରୀ ସହିତ ବୌଦ୍ଧ ପାଲଟିଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ୭ଟି ସହରର ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା। ଟ୍ୱିନ୍ ସିଟି (କଟକ ଓ ଭୁବନେଶ୍ୱର)ରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିଲା।