ଭୁବନେଶ୍ବର: ଓଡ଼ିଶାରେ ସାଧାରଣ ନିର୍ବାଚନ ପ୍ରଚାର ପାଇଁ ଭାରତୀୟ ଜାତୀୟ କଂଗ୍ରେସ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। କଂଗ୍ରେସ ଏହି ୪୦ ଜଣିଆ ତାଲିକାରେ କେନ୍ଦ୍ରୀୟ ନେତୃତ୍ବଙ୍କ ସମେତ ରାଜ୍ୟର ବରିଷ୍ଠ ନେତାଙ୍କୁ ସାମିଲ କରିଛି। ଏହି ତାଲିକାରେ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅଜୟ କୁମାର ପ୍ରମୁଖ ହେବିଓ୍ବେଟ୍ ସାମିଲ ଅଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ଏ ରେବନ୍ତ ରେଡ୍ଡୀ, ରୂପେଶ ବାଘେଲ, ସଚିନ ପାଇଲଟ୍, ମାଲୁ ଭାଟି ବିକ୍ରର୍ମକା, ଅଳକା ଲାମ୍ବା, କହ୍ନେୟା କୁମାର, ମୀନାକ୍ଷୀ ନଟ୍ଟରାଜନ, ହର୍ଷବର୍ଦ୍ଧନ ସପକାଲ, ଗିରିଧର ଗମାଙ୍ଗ, କିଶୋର ପଟ୍ଟେଲ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଆର.ସି. ଖୁଣ୍ଟିଆ, ଭକ୍ତଚରଣ ଦାସ, ସୁଶୀଲା ତିରିଆ, ଶ୍ରୀକାନ୍ତ ଜେନା, ପଞ୍ଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ବିଜୟ କୁମାର ପଟ୍ଟନାୟକ, କଓ୍ବାସୀ ଲଖ୍ମା, ମୋହନ ମାର୍କମ, ଲକ୍ଷେଶ୍ବର ବାଘେଲ, ସନ୍ଦୀପ ସାହୁ, ଦାନସାରୀ ଅନସୂୟା, ଶିବାନନ୍ଦ ରାୟ, ବିଶ୍ବରଞ୍ଜନ ମହାନ୍ତି, ମୀନାକ୍ଷୀ ବାହିନୀପତି, ରଞ୍ଜିତ ପାତ୍ର, ଜୟରାମ ପାଙ୍ଗୀ, ଖ୍ରୀଷ୍ଟୋଫର ତିଲକ, ମହମ୍ମଦ ଶହନଓ୍ବାଜ ଚୌଧୁରୀ ରହିଛନ୍ତି ।