ନୂଆଦିଲ୍ଲୀ: ପୁଣି ବଢ଼ିଲା ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ଅଡୁଆ । ଏଲଭିଶଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କଲା ଇଡି । ସାପ ବିଷ ମାମଲା ଟିକେ ଥମିଥିବା ବେଳେ ଏବେ ଅର୍ଥ ହେରଫେର ନେଇ ଇଡି ଅଭିଯୋଗ ରୁଜୁ କରିଛି । ଏହି ମାମଲାରେ ଖୁବଶୀଘ୍ର ଇଡି ଏଲଭିସଙ୍କୁ ଜେରା କରିବ । ଏହାସହ ଦାମୀ କାର ଓ ଅର୍ଥ ହେରଫେର ନେଇ ଯାଂଚ ଆରମ୍ଭ କରିବ । ସାପ ବିଷ ମାମଲାରେ ପୂର୍ବରୁ ନୋଏଡା ପୋଲିସ ଏଲଭିଶ ଯାଦବଙ୍କୁ ଗିରଫ କରିଥିଲା । ସେ ବର୍ତ୍ତମାନ ଜାମିନରେ ଅଛନ୍ତି। ହେଲେ ମନି ଲଣ୍ଡରିଂ ନେଇ ଏହି ବିବାଦୀୟ ୟୁଟ୍ୟୁବର୍ ଏବେ ଇଡି ରାଡାରକୁ ଆସିଛନ୍ତି।
ନୋଏଡାରେ ଏଲଭିଶଙ୍କ ଦ୍ବାରା ଆୟୋଜିତ ଏକ ରେଭ୍ ପାର୍ଟିରେ ସାପ ବିଷ ବ୍ୟବହାର କରାଯିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଏହାଛଡ଼ା ପୋଲିସ ସେହି ରେଭ ପାର୍ଟିରେ ଚଢ଼ାଉ କରି ଅନେକ ମାପ ସହ ୨୦ ଏମଏଲ୍ ସାପ ବିଷ ଜବତ କରିଥିଲା।