ଭୁବନେଶ୍ୱର: ଆଜି ରାୟଗଡା ଆସିବେନି କଂଗ୍ରେସ ନେତା ରାହୁଲ ଗାନ୍ଧି । ଆଜି କଂଗ୍ରସର ରାୟବରେଲି ଆସନ ପାଇଁ ରାହୁଲଙ୍କ ନାଁ ଘୋଷଣା କରିବା ପରେ ଆଜି ରାୟବରେଲିରେ ନାମାଙ୍କନ ଭରିବେ ରାହୁଲ । ଏଥିପାଇଁ ତାଙ୍କ ଓଡିଶା ଗସ୍ତ ବାତିଲ କରାଯାଇଥିବା ସୂଚନା ଦେଇଛନ୍ତି କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ ।
ଉତ୍ତର ପ୍ରଦେଶ ରାୟବରେଲୀରୁ ଲଢ଼ିବେ ରାହୁଲ ଗାନ୍ଧି। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ନାମାଙ୍କନର ଶେଷ ତାରିଖ ଥିବା ବେଳେ ରାହୁଲ ରାୟବରେଲି ଯିବେ। ସେଠାରେ ସେ ନାମାଙ୍କନ ଭରିବେ। ଏହି କାରଣରୁ ରାହୁଲ ରାୟଗଡ଼ା ଆସିବେ ନାହିଁ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ରାହୁଲ ମଧ୍ୟାହ୍ନ ୧୨ଟାରେ ହେଲିକେପ୍ଟର ଯୋଗେ ରାୟଗଡାରେ ଆସିବାର କାର୍ଯ୍ୟକ୍ରମ ଥିଲା। ଏହାପରେ ସେ ସ୍ଥାନୀୟ ଜିଆଇଏସିଆର୍ କଲେଜ ସମ୍ମୁଖପଡିଆରେ ଆୟୋଜିତ ବିରାଟ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଥାନ୍ତେ। ରାହୁଲଙ୍କ ଗସ୍ତ ବାତିଲ ପରେ ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଥିବା ସୂଚନା ରହିଛି।