Maha Shivratri Special : ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଭୋଲେନାଥ-ମାତା ପାର୍ବତୀଙ୍କଠାରୁ ନିଅନ୍ତୁ ଏହି ଶିକ୍ଷା

ଆଜି ହେଉଛି ମହାଶିବତ୍ରୀ ବା ଜାଗର। ଘୋର ତପସ୍ୟା କରି ଏହି ଦିନ ମାତା ପାର୍ବତୀ ଭଗବାନ ଶିବଙ୍କୁ ବର ରୂପରେ ପ୍ରାପ୍ତ କରିଥିଲେ। ନିଜ ନିଜର ମନୋସ୍କାମନା ପୂରଣ ପାଇଁ ଏହି ଦିନ ଅନେକ ଲୋକ ଉପବାସ କରି ଜାଗର ଜାଳନ୍ତି। ଅବିବାହିତ ଝିଅମାନେ ମଧ୍ୟ ନିଜ ଇଚ୍ଛା ମୁତାବକ ବର ପାଇଁ ଭୋଳାନାଥଙ୍କ ଉପସନା କରନ୍ତି। ମହିଳାମାନେ ମଧ୍ୟ ଉପବାସ କରି ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ପ୍ରାର୍ଥନା କରନ୍ତି। ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଏହି ଦିନଟିକୁ ଅତି ବିଶେଷ ଭାବରେ ବିବେଚନା କରାଯାଏ। ଯଦିଓ ଭୋଳାନାଥଙ୍କୁ ଏକ ବୈରାଗୀ ବୋଲି କୁହାଯାଏ, ତଥାପି ତାଙ୍କୁ ବିବାହିତ ଜୀବନର ଏକ ଆଦର୍ଶ ଭାବରେ ମଧ୍ୟ ଗ୍ରହଣ କରାଯାଇଛି। ତେଣୁ ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ, ପ୍ରତ୍ୟେକ ବିବାହିତ ଦମ୍ପତି ମାତା ପାର୍ବତୀ ଏବଂ ଭଗବାନ ଶିବଙ୍କ ବୈବାହିକ ଜୀବନରୁ କିଛି ଶିକ୍ଷାଲାଭ କରିବା ଉଚିତ ଏବଂ ସେଗୁଡିକୁ ନିଜ ଜୀବନରେ ପାଳନ କରିବା ମଧ୍ୟ ଉଚିତ୍ ।

ସମାନ ଅଧିକାର

ଭଗବାନ ଶିବଙ୍କ ଅର୍ଦ୍ଧନାରୀସ୍ବର ଅବତାରର ଅର୍ଥ ହେଉଛି ଅଧା ପୁରୁଷ ଏବଂ ଅଧା ନାରୀ। ମାତା ପାର୍ବତୀଙ୍କୁ ତାଙ୍କର ଅଧା ରୂପରେ ଅନ୍ତର୍ଭୁକ୍ତ କରିଛନ୍ତି। ତେଣୁ ସୁଖୀ ଦାମ୍ପତ୍ୟ ଜୀବନର ମୂଳ ମନ୍ତ୍ର ହେଉଛି ଯଦିଓ ସ୍ୱାମୀ-ସ୍ତ୍ରୀଙ୍କ ଶରୀର ଅଲଗା, ତଥାପି ସେମାନେ ଏକ ଅଟନ୍ତି । ତେଣୁ ସ୍ତ୍ରୀକୁ ଅର୍ଦ୍ଧାଙ୍ଗନୀ ବୋଲି ନାମ ଦିଆଯାଇଛି। ଏହାର ଅର୍ଥ ସ୍ୱାମୀ-ସ୍ତ୍ରୀ ସମାନ ଅଧିକାର ଏବଂ ସମ୍ମାନର ଯୋଗ୍ୟ ଅଟନ୍ତି।

PunjabKesari

ଆତ୍ମାକୁ ଭଲ ପାଅ

ମାତା ପାର୍ବତୀ ଏବଂ ଭୋଳାନାଥଙ୍କ ସମ୍ପର୍କ ପ୍ରେମର ପ୍ରକୃତ ସଂଜ୍ଞା ଦର୍ଶାଏ । ମାତା ପାର୍ବତୀ ଜଣେ ସୁନ୍ଦର ଏବଂ ଭଦ୍ର ରାଜକୁମାରୀ ଥିଲେ କିନ୍ତୁ ସେ ଭୋଳାନାଥଙ୍କୁ ତାଙ୍କ ସ୍ୱାମୀ ଭାବରେ ବାଛିଥିଲେ ଯିଏକି ଶରୀରରେ ଅଙ୍ଗାର ଭାସମ ବୋଳି ହେୁଥିଲେ ଏବଂ ବେକରେ ସାପ ପିନ୍ଧୁଥିଲେ। ମାତା ପାର୍ବତୀ ଭୋଳାନାଥଙ୍କୁ ହିଁ ଭଲ ପାଇଥିଲେ। ସେହିପରି ମହାଦେବ ମଧ୍ୟ ପାର୍ବତୀଙ୍କ ଆତ୍ମାକୁ ହିଁ ଭଲ ପାଇଥିଲେ। କାରଣ ମାତା ପାର୍ବତୀ ପୂର୍ବ ଜନ୍ମରେ ସତୀ ଥିଲେ। ଭୋଳାନାଥଙ୍କ ପ୍ରଥମ ପତ୍ନୀ। ଏହା ହିଁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପ୍ରେମର ମୂଳ ମନ୍ତ୍ର ହେବା ଉଚିତ।

ସଂପର୍କରେ ସଚ୍ଚୋଟତା

ବିବାହିତ ଜୀବନରେ ସଚ୍ଚୋଟତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମାତା ପାର୍ବତୀ ଏବଂ ଭଗବାନ ଶିବ ପରସ୍ପରକୁ ବହୁତ ସମ୍ମାନ କରୁଥିଲେ। ସେମାନଙ୍କ ସଂପର୍କରେ ସଚ୍ଚୋଟତା ଥିଲା । ଏହାର ସବୁଠାରୁ ବଡ ଉଦାହରଣ ହେଉଛି ଯେତେବେଳେ ମାତା ସତୀଙ୍କ ପିତା ଭଗବାନ ଶିବଙ୍କୁ ଅପମାନିତ କରିଥିଲେ, ସେତେବେଳେ ସେ ଏହାକୁ ସହ୍ୟ କରିପାରିନଥିଲେ। ଶେଷରେ ଅଗ୍ନିକୁଣ୍ଡକୁ ଡେଇଁ ପ୍ରାଣତ୍ୟାଗ କରିଥିଲେ। ଏହି କାରଣରୁ ଭୋଳାନାଥ ଉଗ୍ର ରୂପ ଧାରଣ କରିଥିଲେ।

ଦାୟିତ୍ବ

ପାରିବାରିକ ଦାୟିତ୍ବକୁ ଭଲ ଭାବରେ ବଣ୍ଟନ କରିବା ଏକ ସୁଖୀ ଦାମ୍ପତ୍ୟ ଜୀବନର ରହସ୍ୟ । ଭୋଳାନାଥ ଏବଂ ମାତା ପାର୍ବତୀ ତାହା ହିଁ କରୁଥିଲେ । ଯେତେବେଳେ ଭୋଳାନାଥ ତପସ୍ୟାରେ ମଗ୍ନ ରହୁଥିଲେ, ମାତା ପାର୍ବତୀ ପରିବାର, ପୁଅ ଏବଂ ସମସ୍ତ ଦେବତା ଏବଂ ଦେବୀଙ୍କ ସମେତ ସୃଷ୍ଟିର ଯତ୍ନ ନେଇଥିଲେ| ଏଥିରୁ ଆମେ ଜାଣୁ ଯେ ଆବଶ୍ୟକ ସମୟରେ ସ୍ୱାମୀ-ସ୍ତ୍ରୀ ପରସ୍ପରର ଦାୟିତ୍ବ ତୁଲାଇବା ଉଚିତ୍। ଏହା ମଧ୍ୟ ପ୍ରେମକୁ ଜୀବନ୍ତ ରଖେ ।