ଆଜିକାଲି ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଛି। ତେଣୁ ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ଟିକିଏ ଅସାବଧାନତା ମଧ୍ୟ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ଏପରି ପରିସ୍ଥିତିରେ ନିଜକୁ ସୁସ୍ଥ ରଖିବା ପାଇଁ ଉତ୍ତମ ଡାଏଟ୍ ସହିତ ଯୋଗ ଓ ବ୍ୟାୟାମକୁ ଜୀବନଶୈଳୀରେ ସାମିଲ କରିବା ନିହାତି ଆବଶ୍ୟକ। ଯୋଗ କରିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଢି ହେବା ସହ ଶୀତଦିନିଆ କୁହୁଡି ଏବଂ ଜୀବାଣୁ ସଂକ୍ରମଣରୁ ରକ୍ଷା ମିଳିବ। ତେଣୁ ଆଜି ଏହି ଆର୍ଟିକିଲ୍ ମାଧ୍ୟମରେ ଏପରି କିଛି ଯୋଗ ବିଷୟରେ ଜାଣିବା ଯାହା ଘନ କୁହୁଡ଼ିରେ ମଧ୍ୟ ନିରୋଗୀ ରଖିବ…
ଭୁଜଙ୍ଗାସନ
ଶୀତ ସମୟରେ ଆପଣଙ୍କ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ପାଇଁ ଆପଣ ଭୁଜଙ୍ଗାସନା କରିପାରିବେ। ଏହା ଆପଣଙ୍କ ମେରୁଦଣ୍ଡ , ଫୁସଫୁସ ଏବଂ ମାଂସପେଶୀକୁ ମଧ୍ୟ ମଜବୁତ କରିବ। ନିୟମିତ ଭାବରେ ଏହି ଆସନ କରିବା ଦ୍ବାରା ମେରୁଦଣ୍ଡ ଶକ୍ତ ହୋଇଥାଏ।
କପାଳଭାତି
ଏହି ଯୋଗ ଆସନ କରିବା ପାଇଁ ପ୍ରଥମେ ସୁଖାସନରେ ବସି ଯାଆନ୍ତୁ। ଏକ ଥରରେ ବା ଗୋଟିଏ ଝଟକାରେ ନିଶ୍ୱାସକୁ ବାହାରକୁ ଛାଡନ୍ତୁ। ଏହି ସମୟରେ ପେଟକୁ ଭିତରକୁ ନିଅନ୍ତୁ। ଏହି ଆସନର ନିୟମିତ ଅଭ୍ୟାସ ଦ୍ବାରା ଫୁସଫୁସ ମଜବୁତ କରିବ ଏବଂ ଶ୍ୱାସକ୍ରିୟା ସଂକ୍ରମଣର ସମ୍ଭାବନାକୁ ମଧ୍ୟ ହ୍ରାସ କରିବ। ଆପଣ ଏହି ଆସାନାକୁ ୧୦-୧୫ ମିନିଟ୍ ପାଇଁ କରିପାରିବେ।
ତାଡାସନ
ଶୀତଦିନିଆ ରୋଗରୁ ରକ୍ଷା ପାଇବା ପାଇଁ ତାଡାସନ ଅଭ୍ୟାସ କରିପାରିବେ। ଶରୀରକୁ ଷ୍ଟ୍ରେଚିଂ କରିବା ପାଇଁ ତାଡାସନ ଯୋଗ ଅଭ୍ୟାସ କରିବା ବହୁତ ଲାଭଦାୟକ। ଏହା କାନ୍ଧ, ଗୋଡ ଏବଂ ଅଣ୍ଟାର ମାଂସପେଶୀକୁ ମଜବୁତ କରେ । ଏହା ଫୁସଫୁସକୁ ମଧ୍ୟ ମଜବୁତ କରିଥାଏ। ଯଦି ବାହାରେ ବହୁତ କୁହୁଡି ଅଛି ତେବେ ଆପଣ ଏହି ଯୋଗ ଆସନ ଘରେ କରିପାରିବେ ।
ଅନୁଲୋମ୍-ବିଲୋମ୍
ଘନ କୁହୁଡିରେ ବାହାରେ ବ୍ୟାୟାମ କରିବା ପରିବର୍ତ୍ତେ ଆପଣ ଘରେ ବସି ଅନୁଲୋମ-ବିଲୋମ୍ ଅଭ୍ୟାସ କରିପାରିବେ। ଏହା ପ୍ରାଣାୟାମର ମୁଖ୍ୟ ଯୋଗ ଆସନ ଭାବରେ ବିବେଚନା କରାଯାଏ । ଏହା କରିବା ପାଇଁ ଡାହାଣ ହାତର ଆଙ୍ଗୁଠି ସାହାଯ୍ୟରେ ଡାହାଣ ନାକକୁ ବନ୍ଦ କରି ବାମ ନାକରେ ପ୍ରଶ୍ବାସ ଗ୍ରହଣ କରିବେ ଏବଂ ବାମ ନାକ ବନ୍ଦ କରି ଡାହଣ ନାକରେ ନିଶ୍ବାସ ଛାଡିବେ। ପୁଣି ଡାହାଣ ନାକ ବନ୍ଦ କରି ବିପରୀତ ନାକରେ ନିଶ୍ବାସ ଛାଡିବେ। ଏହି ପଦ୍ଧତିକୁ ଅନୁଲୋମ୍-ବିଲୋମ୍ କୁହାଯାଏ। ଏହି ଯୋଗାସନକୁ ଘରେ ବସି ୧୦ରୁ ୧୫ ମିନିଟ୍ କରିବା ଦ୍ବାରା ଆପଣ ସମ୍ପୁର୍ଣ୍ଣ ସୁସ୍ଥ ରହିବେ।
ବାଲାସନ
ମାନସିକ ଚାପ ଏବଂ ଟେନସନ ହ୍ରାସ କରିବାକୁ ଆପଣ ବାଲସନ କରିପାରିବେ। ଶରୀରରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ନୀୟମିତ ୪ରୁ ୫ ମିନିଟ୍ ପାଇଁ ବାଲାସନ କରନ୍ତୁ । ଏହା ମାଂସପେଶୀକୁ ଷ୍ଟ୍ରେଚ୍ କରିବ ଏବଂ ଶରୀରକୁ ସକ୍ରିୟ ରଖିବ।