Happy Christmas ନୁହେଁ, merry Christmas ବୋଲି କାହିଁକି କୁହାଯାଏ..? ଜାଣନ୍ତୁ କାରଣ
ମେରୀ ଖ୍ରୀଷ୍ଟମାସ କାହିଁକି କୁହାଯାଏ?
ସାରା ବିଶ୍ବରେ ଆଜି ଖ୍ରୀଷ୍ଟମାସ ପର୍ବ ପାଳନ କରାଯାଉଛି। ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ଖ୍ରୀଷ୍ଟମାସ ଭାବରେ ପାଳନ କରନ୍ତି। ଏହି ପର୍ବ ଯେ କେବଳ ଖ୍ରୀଷ୍ଟିୟାନ୍ ମାନଙ୍କ ମଧ୍ୟରେ ସୀମିତ ଅଛି ତାହା ନୁହେଁ, ବର୍ତ୍ତମାନ ସବୁ ସମ୍ପ୍ରଦାୟର ଲୋକମାନେ ଏହାକୁ ଅତି ଉତ୍ସାହର ସହ ପାଳନ କରୁଛନ୍ତି। ଛୁଟିଦିନ ପାଳନ କରୁଛନ୍ତି, ଚର୍ଚ୍ଚ ଭଳି ପବିତ୍ର ସ୍ଥାନକୁ ମଧ୍ୟ ଯାଉଛନ୍ତି। ପ୍ରାର୍ଥନା କରୁଛନ୍ତି ଏବଂ ପରସ୍ପରକୁ ଖ୍ରୀଷ୍ଟମାସ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି। କିନ୍ତୁ ଆପଣ ଜାଣନ୍ତି କି happy Christmas ବଦଳରେ merry Christmas ବୋଲି କାହିଁକି କୁହନ୍ତି?

୧୮୪୩ ରେ ଲେଖାଯାଇଥିବା ଚାର୍ଲ୍ସ ଡିକେନ୍ସଙ୍କ ଏକ ଉପନ୍ୟାସରେ ମେରୀ ଖ୍ରୀଷ୍ଟମାସ ବିଷୟରେ ଉଲ୍ଲେଖ କରାଯାଇଛି। ଏହି ଉପନ୍ୟାସରେ happy Christmas ବଦଳରେ merry Christmas ବୋଲି ବ୍ୟାଖା କରାଯାଇଛି। ସେବେ ଠାରୁ merry Christmas ବୋଲି କହି ଶୁଭେଚ୍ଛା ଜଣାଇବା ଅଭ୍ୟାସ ଚାଲିଛି ବୋଲି ବିଶ୍ୱାସ କରାଯାଏ।
ଐତିହାସିକମାନେ ମତ ଅନୁଯାୟୀ, happy ର ଅର୍ଥ ହେଉଛି ଯେ ଆପଣ ଅନ୍ୟକୁ ଖୁସିର ପର୍ବ ଭାବରେ କାମନା କରୁଛନ୍ତି ବା ପର୍ବଟିକୁ ଖୁସୀରେ ପାଳନ କରିବା ପାଇଁ କାମନା କରୁଛନ୍ତି। ଠିକ୍ ସେହିପରି ଭିକ୍ଟୋରିଆନ୍ ଯୁଗରେ merry ଶବ୍ଦ ଅର୍ଥ ହେଉଛି ଅଧିକ ଉତ୍ସାହୀ ଏବଂ ଲୋକଙ୍କ ପାଇଁ ଖୁସିର ପ୍ରତୀକ। ତେଣୁ ଭିକ୍ଟୋରିଆନ୍ ଯୁଗରୁ happy ବଦଳରେ merry ଶବ୍ଦର ପ୍ରଥା ଚାଲି ଆସୁଛି।
ଅଷ୍ଟାଦଶ ଏବଂ ଉନବିଂଶ ଶତାବ୍ଦୀ ସୁଦ୍ଧା merry ଶବ୍ଦ ଲୋକଙ୍କୁ ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇବା ପାଇଁ ବ୍ୟବହୃତ ହେଉଥିଲା। ଆଜି ମଧ୍ୟ ଖ୍ରୀଷ୍ଟମାସ ଉତ୍ସବରେ ଭିକ୍ଟୋରିଆନ୍ ଯୁଗର ଛାପ ଦେଖିବାକୁ ମିଳୁଛି।
କେବଳ ସେତିକି ନୁହେଁ, ଖ୍ରୀଷ୍ଟମାସ ଗୀତରେ ମଧ୍ୟ merry ଶବ୍ଦର ଅନେକ ବ୍ୟବହୃତ ହୋଇଛି। ତେଣୁ ଅନ୍ୟକୁ ଶୁଭେଚ୍ଛା ଜଣାଇବା ସମୟରେ merry Christmas ବୋଲି କୁହାଯାଏ।