ଶୀତଦିନିଆ ଫଳ ପାଣି ସିଙ୍ଗଡା ; ଶରୀରକୁ ଦେଇଥାଏ ଏସବୁ ଲାଭ

ଶୀତର ପ୍ରକୋପ ଆରମ୍ଭ ହୋଇ ସାରିଛି। ଏହି ଋତୁରେ ବଜାର ଘାଟରେ ପାଣି ସିଙ୍ଗଡା ପ୍ରଚୁର ମାତ୍ରାରେ ଦେଖିବାକୁ ମିଳେ। କିନ୍ତୁ ଅନ୍ୟ ଋତୁରେ ଏହା ବଜାରରୁ ପୁରା ଗାଏବ ହୋଇଯାଏ। ତେଣୁ ଏହାକୁ ଶୀତ ଦିନିଆ ସୁପରଫୁଡ୍ ବୋଲି କୁହାଯାଏ। କାରଣ ଏଥିରେ ଶରୀର ଆବଶ୍ୟକତାକୁ ପୂରଣ କରୁଥିବା ସମସ୍ତ ପୋଷକ ତତ୍ତ୍ୱ ରହିଥାଏ । ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍-ଏ, ଭିଟାମିନ୍-ବି, ଭିଟାମିନ୍-ସି, ଭିଟାମିନ୍-ଇ, ପ୍ରୋଟିନ୍, ଫାଇବର, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ମାଙ୍ଗାନିଜ୍, ଲୌହ ପରି ପୁଷ୍ଟିସାରରେ ଭରପୂର ରହିଥାଏ। ଅନେକ ଲୋକ ଏହାକୁ ପାଣିରେ ଫୁଟାଇ ବା ସିଝାଇ ଖାଇଥାନ୍ତି, କିନ୍ତୁ ଆପଣ ଜାଣନ୍ତି କି ଏହାକୁ ସିଝାଇ ଖାଇବା ଦ୍ୱାରା ଶରୀରକୁ କ’ଣ ଲାଭ ମିଳେ ? ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ…

chestnut ke hai kayi fayde, सिंघाड़े खाने के है कई फायदे | HealthShots Hindi

ଓଜନ ହ୍ରାସ କରିବାରେ ସାହାଯ୍ୟ କରେ

ପାଣି ସିଙ୍ଗଡାରେ କମ୍ କ୍ୟାଲୋରୀ ଏବଂ ଫାଇବର, ପ୍ରୋଟିନ୍ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ପୋଷକ ତତ୍ତ୍ୱରେ ଭରପୂର ମାତ୍ରାରେ ରହିଛି। ଏହାକୁ ଆପଣ ସଂପୂର୍ଣ୍ଣ ଭୋଜନ ବା ଏକ ମିଲ୍ ଭାବରେ ନେଇପାରିବେ। ଏହାକୁ ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ହୁଏ ନାହିଁ ବା ପେଟ ଫୁଲ୍ ଥିବା ଭଳି ଅନୁଭବ ହୁଏ। ଯାହା ଫଳରେ ଆପଣ ଅନ୍ୟ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ବନ୍ଦ କରିବେ। ଏହା ବ୍ୟତୀତ, ପାଣି ସିଙ୍ଗଡା ଖାଇବା ଦ୍ୱାରା ଆପଣ ଅସ୍ୱାସ୍ଥ୍ୟକର ଖାଦ୍ୟ ପାଇଁ ଇଚ୍ଛା କରିବେ ନାହିଁ, ଆପଣଙ୍କର ମେଟାବୋଲିଜିମ୍ ତ୍ୱରାନ୍ୱିତ ହେବ ଏବଂ ଏହା ଶୀଘ୍ର ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିବ।

PunjabKesari

ଶରୀର ହାଇଡ୍ରେଟ୍ ରହିବ

ପାଣି ସିଙ୍ଗଡାରେ ପ୍ରଚୁର ପରିମାଣରେ ଜଳ ଥାଏ। ଯାହା ଶରୀରରେ ଜଳ ଅଭାବକୁ ଦୂର କରିଥାଏ।  ଏହା ହାଇଡ୍ରେଟ୍ କରିବା ସହିତ ଶରୀରକୁ ଥଣ୍ଡା ରଖିଥାଏ।

ପେଟ ପାଇଁ ଲାଭଦାୟକ

ଫାଇବର ଭରପୂର ମାତ୍ରାରେ ଥିବା ଯୋଗୁଁ ଏହା ପେଟ ପାଇଁ ଲାଭଦାୟକ। ହଜମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ଏହାକୁ ମଧ୍ୟ ଖାଇପାରିବେ। ଏହା ଗ୍ୟାସ୍, କୋଷ୍ଠକାଠିନ୍ୟ, ପେଟ କାଟିବା, ବାନ୍ତି, ଝାଡ଼ା, ପେଟ ଫୁଲିବା ଭଳି ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ଏହା ପାକସ୍ତଳୀକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରେ।

PunjabKesari

ଚର୍ମ ପାଇଁ ଲାଭଦାୟକ

ପାଣି ସିଙ୍ଗଡା ଶରୀରକୁ ପ୍ରାକୃତିକ ଭାବରେ ଡିଟକ୍ସାଇଫ କରିବାରେ ସାହାଯ୍ୟ କରେ। ଏହା ଶରୀର ଏବଂ ରକ୍ତରେ ଥିବା ଅପରିଷ୍କାର ବା କ୍ଷତିକାରକ ପଦାର୍ଥକୁ ଦୂର କରିଥାଏ। ଏହା ରକ୍ତକୁ ଶୁଦ୍ଧ କରିବାରେ ସାହାଯ୍ୟ କରେ ଯାହା ଚର୍ମରେ ସୃଷ୍ଟି ହେଉଥିବା ଦାଗ ଭଳି ଅନେକ ଚର୍ମ ସମସ୍ୟାକୁ ଦୂର କରିଥାଏ। ଚର୍ମକୁ ସୁସ୍ଥ ରଖେ ଏବଂ ଉଜ୍ବଳ କରେ ।

PunjabKesari