Shardiya Navratri 2023 : ଏଥର ହାତୀ ବାହନରେ ଆସିଛନ୍ତି ମା‘ ଦୁର୍ଗା , ଏହା ଶୁଭ ନା ଅଶୁଭ ସଙ୍କେତ ଏବଂ କିପରି ରହିବ ଆଗାମୀ ବର୍ଷ ଆସନ୍ତୁ ଜାଣିବା ..
ଚଳିତ ବର୍ଷ ଅକ୍ଟୋବର ୧୫ରୁ ଆରମ୍ଭ ହୋଇସାରିଛି ନବରାତ୍ରୀ। ନବରାତ୍ରୀ ପର୍ବ ବର୍ଷକୁ ଦୁଇଥର ପାଳନ କରାଯାଏ। ଗୋଟିଏ ଚୈତ୍ର ମାସରେ ପାଳନ କରାଯାଏ ଏବଂ ଅନ୍ୟଟି ଅଶ୍ବିନ ମାସରେ ପାଳନ କରାଯାଏ, ଯାହାକୁ ଶାରଦୀୟ ନବରାତ୍ରୀ ବୋଲି କୁହାଯାଏ।
ଯେତେବେଳେ ମା ଦୁର୍ଗା ଧରା ଅବତରଣ କରନ୍ତି, ଭିନ୍ନ ଭିନ୍ନ ବାହନରେ ଆସିଥାନ୍ତି। ଏମିତିରେ ମା’ ଦୁର୍ଗାଙ୍କ ବାହନ ହେଉଛି ସିଂହ କିନ୍ତୁ ପ୍ରତି ଥର ମା’ ଭିନ୍ନ ଭିନ୍ନ ବାହନରେ ଅବତରଣ କରନ୍ତି। କେବେ ଡଙ୍ଗା ତ କେବେ ବାଘରେ ଧରାପୃଷ୍ଠକୁ ଅବତରଣ କରନ୍ତି। ଦେବୀ ଭଗବତ ପୁରାଣଙ୍କ ଅନୁଯାୟୀ ଡଙ୍ଗାରେ ମା’ ଦୁର୍ଗା ଆର୍ବିଭାବ ହେଲେ ବର୍ଷା ହୁଏ। ଦଶହରାରେ ପାଣି ପଶେ। ଲଗାଣ ବର୍ଷା ବା ଲଘୁଚାପ ଭଳି ସମସ୍ୟା ଦେଖାଯାଏ। କିନ୍ତୁ ଏଥର ମା ଜଗତଅମ୍ବେ ହାତୀ ଉପରେ ସବାର ହୋଇ ଧରାପୃଷ୍ଠକୁ ଅବତରଣ କରିଛନ୍ତି। ତେବେ ଏହା ଜଗତବାସୀଙ୍କ ପାଇଁ ଶୁଭ ନା ଅଶୁଭ ? ମାତା ଦେବୀଙ୍କ ଏହି ବାହନଗୁଡିକରେ ଆଗମନ ଏବଂ ଏହାର ଫଳାଫଳଗୁଡିକ ବିଷୟରେ ଦେବୀ ଭାଗବତ ପୁରାଣରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି, ଆସନ୍ତୁ ଜାଣିବା…
ଏଥର ଦୁର୍ଗା ମା’ ହାତୀରେ ପୃଥିବୀ ପୃଷ୍ଠକୁ ଆସିଛନ୍ତି। ଜ୍ୟୋତିଷମାନେ ଏହାକୁ ବହୁତ ଶୁଭ ବୋଲି ବିବେଚନା କରିଛନ୍ତି। ଦେବୀ ଭାଗବତ ପୁରାଣରେ କୁହାଯାଇଛି ଯେ ଯେତେବେଳେ ନବରାତ୍ରୀର ପ୍ରଥମ ଦିନ ସୋମବାର କିମ୍ବା ରବିବାର ଦିନ ପଡେ, ସେତେବେଳେ ମାତା ଦେବୀ ହାତୀ ବାହନରେ ଧରାପୃଷ୍ଠକୁ ଆଗମନ କରନ୍ତି। ଦେବୀ ଭାଗବତ ପୁରାଣଙ୍କ ଅନୁଯାୟୀ, ହାତୀ ଉପରେ ମାତା ଦେବୀଙ୍କ ଆଗମନ ଅତ୍ୟନ୍ତ ଶୁଭ ହେବ। ହାତୀ ବାହନରେ ମା’ ଦୁର୍ଗା ଧରାପୃଷ୍ଠକୁ ଆସିଲେ ସୁଖ, ଶାନ୍ତି, ଜ୍ଞାନ ଓ ସମୃଦ୍ଧତା ନେଇ ଆସିଥାନ୍ତି।
ଶସ୍ୟ ପରିପୂର୍ଣ୍ଣ ହେବ ଏବଂ ବର୍ଷା ମଧ୍ୟ ଭଲ ହେବ
ଯେଉଁ ବର୍ଷ ମାତା ଦେବୀ ହାତୀ ବାହନରେ ଆସିଥାନ୍ତି, ସେହି ବର୍ଷ ଦେଶରେ ଧନ ବୃଦ୍ଧି ପାଇଥାଏ। ଶସ୍ୟ ଶ୍ୟାମଳାରେ ପରିପୂର୍ଣ୍ଣ ହୋଇଥାଏ। ଦୁର୍ଭୀକ୍ଷ ଦେଖାଯାଏ ନାହିଁ ବା ଶସ୍ୟର ଅଭାବ ଦେଖାଯାଏ ନାହିଁ। ଦେଶରେ ସୁଖ ଏବଂ ସମୃଦ୍ଧତା ରହିଥାଏ। ହାତୀ ଉପରେ ମା’ଙ୍କ ଆଗମନର ଏହି ସୂଚନା ମିଥାଏ ଯେ, ଆସନ୍ତା ଏକ ବର୍ଷ ମଧ୍ୟରେ ବର୍ଷା ବହୁତ ଭଲ ହେବ। ଯାହା ଦ୍ବାରା ଫସଲ ଅମଳରେ କୌଣସି ଅସୁବିଧା ହେବ ନାହିଁ ଏବଂ ଖାଦ୍ୟ ଶସ୍ୟର କୌଣସି ଅଭାବ ହେବ ନାହିଁ।