ବିଶ୍ୱ ସ୍ମାଇଲ୍ ଡେ 2023: ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ବ୍ୟକ୍ତି କିଛି ସମସ୍ୟା ଦେଇ ଗତି କରୁଛି ବା ବିଭିନ୍ନ ପ୍ରକାର ସମସ୍ୟା ଘେରରେ ରହିଛି। ଏପରି ପରିସ୍ଥିତିରେ ଅବସାଦ ହେତୁ ଜୀବନରେ ସୁଖ ଓ ଶାନ୍ତି ଦୂରେଇ ଯାଇଥାଏ। ଲୋକେ ହସିବା ଭୁଲି ଯାଆନ୍ତି। କିନ୍ତୁ ଏସବୁ ମଧ୍ୟରେ ଯଦି ସେହି ବ୍ୟାକ୍ତିଙ୍କ ଜୀବନରେ ହସିବାର ଏକ ମୁହୂର୍ତ୍ତ ଆସେ, ତେବେ ସେ ତାହାକୁ ହାତ ଛଡା କରେନାହିଁ ଏବଂ ସେହି ମୁହୂର୍ତ୍ତକୁ ସାରା ଜୀବନ ମନେ ରଖେ। ଜୀବନରେ ସୁଖର ସେହି ମୁହୂର୍ତ୍ତ ଆମକୁ ବଞ୍ଚିବା ପାଇଁ ଶକ୍ତି ଦେଇଥାଏ। ତେଣୁ ଏହାର ଗୁରୁତ୍ବକୁ ଧ୍ୟାନରେ ରଖି ବର୍ଷର ଗୋଟିଏ ଦିନଟିକୁ ହସିବା ପାଇଁ ସ୍ମାଇଲ ଡେ ଭାବରେ ପାଳନ କରାଯାଉଛି। ଅକ୍ଟୋବର ମାସର ପ୍ରଥମ ଶୁକ୍ରବାରକୁ ବିଶ୍ୱ ହସ ଦିବସ ବା ୱାଲ୍ଡ ସ୍ମାଇଲ ଡେ ପାଳନ କରାଯାଏ।
ବିଶ୍ୱ ସ୍ମାଇଲ ଦିବସ ପ୍ରତିବର୍ଷ ଅକ୍ଟୋବର ପ୍ରଥମ ଶୁକ୍ରବାର ଦିନ ଆନ୍ତର୍ଜାତୀୟ ସ୍ତରରେ ପାଳନ କରାଯାଏ, ଯାହାକି ଚଳିତ ବର୍ଷ ଅକ୍ଟୋବର ୬ ତାରିଖ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ହସିବା ଏବଂ ମନୋବଳକୁ ସୁଦୃଢ କରିବା ୧୯୯୯ରେ ପ୍ରଥମ ଥର ପାଇଁ ବିଶ୍ୱ ହସ ଦିବସ ପାଳନ କରାଯାଇଥିଲା।
ଯେତେବେଳେ ଆମ ମନରେ ଖୁସି ଆସେ, ସେତେବେଳେ ଆମ ମୁହଁରେ ସ୍ୱାଭାବିକ ଭାବରେ ହସ ଦେଖାଯାଏ। ତେଣୁ ହସ ଜଣେ ବ୍ୟକ୍ତିର ପ୍ରାକୃତିକ ଗୁଣର ଏକ ଅଂଶ ବୋଲି କୁହାଯାଏ। ପ୍ରତ୍ୟେକ ବ୍ୟକ୍ତି ଯେତେବେଳେ ହସନ୍ତି ସେତେବେଳେ ସୁନ୍ଦର ଦେଖାଯାଆନ୍ତି ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ବୋଲି କୁହାଯାଏ।
ତେବେ ହସ ଜଣେ ବ୍ୟକ୍ତିର ବ୍ୟକ୍ତିଗତ ଅଳଙ୍କାର ନୁହେଁ। ଅନ୍ୟମାନଙ୍କ ପାଇଁ ମଧ୍ୟ କିଛି ଗୁରୁତ୍ବ ବହନ କରିଥାଏ। କାରଣ ଜଣଙ୍କର ହସ ହସ ଚେହେରା କିଛି ସମୟ ପାଇଁ ମଧ୍ୟ ଆନ୍ୟମାନଙ୍କୁ ବିମୋହିତ କରିପାରେ। ସାମ୍ନା ଲୋକ ମଧ୍ୟ ଏହି ହସ ଦେଖି ନିଜେ ମଧ୍ୟ ହସିବାକୁ ଚେଷ୍ଟ କରେ। ଦୁଃଖୀ ଲୋକଟି ପାଇଁ ମଧ୍ୟ ଏହି ହସ ଔଷଧ ଭଳି କାମ କରେ। ତେବେ ହସ କେବଳ ଯେ ମନର ସୁଖକୁ ଉପସ୍ଥାପନ କରେ ତାହା ନୁହେଁ, ହସ ପଛରେ ଅନେକ କାରଣ ବା ଅର୍ଥ ରହିଥାଏ। ଆଜି ଏହି ୱାଲ୍ଡ ସ୍ମାଇଲ ଡେ ଅବସରରେ ହସର ପ୍ରକାରଭେଦ ବିଷୟରେ ଆଲୋଚନା କରିବା….
ହସ ବ୍ୟକ୍ତିତ୍ୱର ପରିପ୍ରକାଶ
ଜ୍ୟୋତିଷଶସ୍ତ୍ର ଅନୁଯାୟୀ ହସ ହେଉଛି ବ୍ୟକ୍ତିତ୍ବର ପରିପ୍ରକାଶ। ସାମୁଦ୍ରିକ ଶାସ୍ତ୍ରୀରେ କୁହାଯାଇଛି ଯେ ପ୍ରତ୍ୟେକ ବ୍ୟକ୍ତିର ହସ ପରସ୍ପରଠାରୁ ଭିନ୍ନ। ଜଣେ ବ୍ୟକ୍ତି ଯେପରି ହସନ୍ତି, ତାହା ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଜଣାପଡେ।
ରହି ରହି ହସିବା ବା ହସ ଲୁଚାଇବା : କିଛି ଲୋକ ଖୋଲାଖୋଲି ହସନ୍ତି ନାହିଁ, ବରଂ ସେମାନେ ରହି ରହି ବା ଚାପି ହୋଇ ହସନ୍ତି । ଏମିତି ମଧ୍ୟ କହି ପାରିବା ସେମାନେ ନିଜ ହସକୁ ଲୁଚେଇବାକୁ ଛେଷ୍ଟା କରନ୍ତି। ଏହି ଲୋକମାନେ କିଛି ସେକେଣ୍ଡ ପାଇଁ ହସିବେ ଏବଂ ତା’ପରେ ସେମାନଙ୍କର ହସକୁ ଲୁଚାଇବେ ଏବଂ ତା’ପରେ ପୁଣି ହସିବେ। ଏମିତି ଲୋକଙ୍କୁ ଦେଖିଲେ ଅତ୍ୟନ୍ତ ଅଦ୍ଭୁତ ମନେହୁଏ। ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଏହି ଲୋକଙ୍କ ମାନସିକ ଶକ୍ତି ଦୁର୍ବଳ ଏବଂ ଏମାନେ ଶୀଘ୍ର କୌଣସି କାର୍ଯ୍ୟରେ ସଫଳ ହୁଅନ୍ତି ନାହିଁ।
ସବୁକଥାରେ ହସିବା- କିଛି ଲୋକ ସବୁକଥାରେ ହସନ୍ତି। ଏହି ବ୍ୟକ୍ତିମାନେ କିଛି କହିବା ପରିବର୍ତ୍ତେ ହସିବା ଦ୍ୱାରା ନିଜର ଖୁସି ବ୍ୟକ୍ତ କରନ୍ତି । ସାମୁଦ୍ରିକ ଶାସ୍ତ୍ରରେ ଏପରି ଲୋକମାନଙ୍କ ବିଷୟରେ କୁହାଯାଇଛି ଯେ ସେମାନେ ଶାନ୍ତ ପ୍ରକୃତିର ଏବଂ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଧୌର୍ଯ୍ୟର ସହିତ କାମ କରନ୍ତି । ଏହି ଲୋକମାନେ ଗମ୍ଭୀର, ବିଶ୍ୱାସଯୋଗ୍ୟ ଏବଂ ବୁଦ୍ଧିମାନ ଅଟନ୍ତି ।
ପ୍ରକୃତ ହସ – ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ବ୍ୟକ୍ତି ମୁହଁରେ ପ୍ରକୃତ ହସ ଦେଖିବାକୁ ମିଳେ। ଯେତେବେଳେ ଜଣେ ବ୍ୟକ୍ତି ପ୍ରକୃତ ହସ ଦିଏ, ସେତେବେଳେ ସେ ଭିତରୁ କିଛି ବିଷୟରେ ଚିନ୍ତା କରେ ଏବଂ ସ୍ୱୟଂଚାଳିତ ଭାବରେ ତାଙ୍କ ମୁହଁରେ ହସ ଦେଖାଯାଏ। ଏହି ହସ ଦର୍ଶାଏ ଯେ ସେହି ବ୍ୟକ୍ତି ନିଜ ସହିତ କେତେ ଆରାମଦାୟକ ଏବଂ କେତେ ସକାରାତ୍ମକ। ଏହିପରି ଲୋକମାନଙ୍କର ବିଶେଷ ଗୁଣ ହେଉଛି ଯେ ସେମାନେ ସହଯୋଗୀ ଏବଂ ନିଜ ଜୀବନକୁ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ସକ୍ଷମ।
ଆକର୍ଷଣୀୟ ହସ – ଆକର୍ଷଣୀୟ ହସ ଜଣେ ବ୍ୟକ୍ତିର ସରଳ ଏବଂ ନରମ ପ୍ରକୃତି ପ୍ରତିଫଳିତ କରେ। ଏହି ଲୋକମାନେ ଅତ୍ୟନ୍ତ ବନ୍ଧୁତ୍ୱପୂର୍ଣ୍ଣ ଏବଂ ବୁଦ୍ଧିମାନ ହୋଇଥାନ୍ତି।
ପରିହାସ ହସ – କିଛି କିଛି ଲୋକ ଅନ୍ୟକୁ ପରିହାସ କରି ହସନ୍ତି। ସାମ୍ନା ଲୋକର ଅସଫଳତାକୁ ଦେଖି ମୁହଁରେ ସ୍ମିତ ହସ ଆଣନ୍ତି।