ଚେତାବନୀ ! ବାୟୁ ପ୍ରଦୂଷଣରେ କମୁଛି ଆୟୁଷ, ମୁଣ୍ଡ ପିଛା ହ୍ରାସ ପାଉଛି ଏତିକି ବର୍ଷ..

ଆମେ ସମସ୍ତେ ଜାଣୁ ଯେ ବିଶ୍ୱରେ ବାୟୁ ପ୍ରଦୂଷଣ ମାନବ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ ବିପଦ ପାଲଟିଛି। ବର୍ତ୍ତମାନ ଏକ ନୂତନ ଅଧ୍ୟୟନ ସମଗ୍ର ଦେଶକୁ ଚିନ୍ତାରେ ପକାଇଛି। ଏକ ଗବେଷଣାରୁ ଜଣାପଡିଛି ଯେ, ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର। ଯଦି ପ୍ରଦୂଷଣ ହାର ରୋକା ନଯାଏ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ଧାର୍ଯ୍ୟ ପ୍ରଦୂଷଣ ସୀମା ଏଭଳି ଅତିକ୍ରମ କରି ଚାଲେ, ତେବେ ଦିଲ୍ଲୀବାସୀଙ୍କ ଆୟୁଷ ୧୧.୯ ବର୍ଷ ହ୍ରାସ ପାଇବାରେ ଯଥେଷ୍ଟ ସମ୍ଭାବନା ରହିଛି। ଦିଲ୍ଲୀରେ ମୋଟ ଜନସଂଖ୍ୟା ୧.୩ ବିଲିୟନ୍।

PunjabKesari

କମୁଛି ଲୋକଙ୍କ ଆୟୁଷ

ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ଅଞ୍ଚଳ ଉତ୍ତର ସମତଳରେ ପ୍ରାୟ ୫୨୧.୨ ନିୟୁତ ଅଥବା ଦେଶର ୩୮.୯ ପ୍ରତିଶତ ଲୋକ ବାସ କରନ୍ତି। WHO ନିର୍ଦ୍ଧାରିତ ଅନୁଯାୟୀ ସେହି ସ୍ଥାନର ଲୋକଙ୍କ ଆୟୁଷ ୮ ବର୍ଷ ହ୍ରାସ ପାଉଥିବାବେଳେ ଜାତୀୟ ଗାଇଡ୍ ଲାଇନ୍ ଅନୁଯାୟୀ ୪.୫ ବର୍ଷ ହ୍ରାସ ପାଉଛି। ଯଦି ବର୍ତ୍ତମାନର ପ୍ରଦୂଷଣର ସ୍ତର ଜାରି ରହେ ତେବେ ବୟସ ସୀମା ଆହୁରି ଖସିବ ବୋଲି ଆଶା କରାଯାଉଛି।

ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି ଯେ, ଦେଶର ଜନସଂଖ୍ୟା ତୁଳନାରେ ପ୍ରାୟ ତିନି ଗୁଣ ଅଧିକ ଯାନବାହନ, ଘର ଏବଂ କୃଷି ଉତ୍ସରୁ ପ୍ରଦୂଷଣ ବୃଦ୍ଧି ପାଉଛି। ଅନ୍ୟ ଜଣେ ବିଶେଷଜ୍ଞଙ୍କ ମତରେ ବାୟୁ ପ୍ରଦୂଷଣ ଯୋଗୁ ଏହି ୬ଟି ଦେଶ ବାଂଲାଦେଶ, ଭାରତ, ପାକିସ୍ଥାନ, ଚୀନ୍, ନାଇଜେରିଆ ଏବଂ ଇଣ୍ଡୋନେସିଆରେ ଲୋକଙ୍କ ଆୟୁଷ ପ୍ରାୟ ୬ ବର୍ଷରୁ ଅଧିକ ହ୍ରାସ ହେଉଛି।

PunjabKesari

ବାୟୁ ପ୍ରଦୂଷଣ ଦ୍ବାରା କେଉଁ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ..

ବାୟୁ ପ୍ରଦୂଷଣର ସଂସ୍ପର୍ଶରେ ଆସିବା ଦ୍ବାରା ପିଲାମାନଙ୍କ ଠାରେ ନିମୋନିଆର ହେବାର ଆଶଙ୍କା ଦ୍ୱିଗୁଣିତ ହୋଇଥାଏ।

ପ୍ରଦୂଷଣ ମାତ୍ରା ବୃଦ୍ଧି ହେତୁ ଅନେକ ଯୁବକଙ୍କଠାରେ ଷ୍ଟ୍ରୋକ୍ ହେବାର ଆଶଙ୍କା ବଢୁଛି।

ବାୟୁ ପ୍ରଦୂଷଣର ଯୋଗୁଁ ଫୁସଫୁସ କ୍ୟାନସର ହେବାର ଆଶଙ୍କା ମଧ୍ୟ ଅଧିକ ଥାଏ।

ପ୍ରଦୂଷଣ ହେତୁ ଚର୍ମ ସମସ୍ୟା ହେବାର ଆଶଙ୍କା ରହିଛି। ବିଶେଷକରି ଛୋଟ ପିଲାମାନଙ୍କଠାରେ ଏହି ପ୍ରକାର ସମସ୍ୟା ବହୁତ ଦେଖାଯାଏ।

ବାୟୁ ପ୍ରଦୂଷଣ ଯୋଗୁଁ ଧମନୀ ଏବଂ ଶିରା ଜାମ୍ ହୋଇ ରକ୍ତ ପ୍ରବାହ କମିଯାଏ ଏବଂ ଯାହା ଦ୍ବାରା ଉଚ୍ଚ ରକ୍ତଚାପର ଶିକାର ହେବାର ସମ୍ଭାବନା ଅଧିକ ଥାଏ।

PunjabKesari

ତେବେ ବାୟୁ ପ୍ରଦୂଷଣରୁ ବର୍ତ୍ତିବା ପାଇଁ କ’ଣ କରିବେ ଏବଂ କେଉଁ ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ଆସନ୍ତୁ ନଜର ପକାଇବା…

ଅଁଳା – ଭିଟାମିନ୍ ସି ଯୁକ୍ତ ଅଁଳା କେବଳ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ, ତାହା ନୁହେଁ ବରଂ ବାୟୁ ପ୍ରଦୂଷଣରୁ ରକ୍ଷା କରିବାରେ ଏହା ରକ୍ଷା କବଚ ଭଳି କାମ କରେ। ଏହା ଶରୀରକୁ ଅନେକ ରୋଗରୁ ଦୂରେଇ ରଖେ।

ଖଟା ଫଳ – ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଖଟା ଫଳ ଶରୀରର ଫ୍ରି-ରେଡିକାଲ୍ କୁ ରକ୍ଷା କରିବାରେ ସାହାଯ୍ୟ କରେ। ଭିଟାମିନ୍ ସି, ଫୋଲେଟ୍ ଏବଂ ଫସଫରସ୍ ଭରପୂର ଖଟା ଫଳ ଶରୀରର ରକ୍ତ ପ୍ରବାହରେ ଉନ୍ନତି ଆଣେ।

ତୁଳସୀ – ଔଷଧୀୟ ଗୁଣରେ ଭରପୂର ତୁଳସୀ ପତ୍ର ଆମ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ହୋଇଥାଏ। ବାୟୁ ପ୍ରଦୂଷଣରୁ ନିଜକୁ ରକ୍ଷା କରିବା ପାଇଁ ତୁଳସୀ ପତ୍ରରେ ଚା କିମ୍ବା କାଢା କରି ପିଇପାରିବେ।

ଗ୍ରୀନ୍ ଟି – ଗ୍ରୀନ୍ ଟିରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ। ଗ୍ରୀନ୍ ଟି ପିଇବା ଦ୍ବାରା ଛାତିର ଜଳା ପୋଡା ବନ୍ଦ କରିବା, ଫୁସଫୁସକୁ କ୍ୟାନସରରୁ ବଞ୍ଚାଇବା, ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ସେଥିପାଇଁ ସାଧାରଣ ଚା ବଦଳରେ ଗ୍ରୀନ୍ ଟି ପିଅନ୍ତୁ।