Prostate cancer : ଆପଣଙ୍କ ରୋଷେଇର ମସଲା ଡବାରେ ଲୁଚି ରହିଛି ଏହାର ଚିକିତ୍ସା, ଏହି ମସଲା ହେଉଛି ରାମବାଣ !

ରୋଷେଇରେ ଡାଲଚିନିର ଭୂମିକା ନିଆରା। ସ୍ବାଦିଷ୍ଟ ତରକାରୀ ପ୍ରସ୍ତୁତିର ଆରମ୍ଭରେ ବ୍ୟବହୃତ ହୁଏ ଏବଂ ଶେଷରେ ମଧ୍ୟ ଆବଶ୍ୟକ ପଡେ। ଡାଲଚିନି କେବଳ ତରକାରୀର ସ୍ବାଦ ବଢାଏ ତାହା ନୁହେଁ ଅନେକ ରୋଗରୁ ମଧ୍ୟ ରକ୍ଷା କରେ। ମୁଣ୍ଡ ବିନ୍ଧାରୁ ଆରମ୍ଭ କରି କ୍ୟାନସର ଭଳି ରୋଗରୁ ମଧ୍ୟ ଉପଶମ ଦେଇଥାଏ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, କେଉଁ କ୍ୟାନସରକୁ ଭଲ କରିବାରେ ଡାଲଚିନିର କ’ଣ ଭୂମିକା ରହିଛି।

ଦୁନିଆର ଅନ୍ୟତମ ବହୁଳ ବ୍ୟବହୃତ ମସଲା ଡାଲଚିନି ଏବଂ ଏଥିରେ ଥିବା ସକ୍ରିୟ ଉପାଦାନଗୁଡ଼ିକ ପ୍ରୋଷ୍ଟେଟ କର୍କଟକୁ ରୋକିବାରେ ସହାୟକ ହୋଇଥାଏ। ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହା ଦାବି କରାଯାଇଛି।

PunjabKesari

ପ୍ରୋଷ୍ଟେଟ କ୍ୟାନସର କ’ଣ?

ପ୍ରୋଷ୍ଟେଟ ହେଉଛି ଏକ ଗ୍ରନ୍ଥି ଯାହା କେବଳ ପୁରୁଷମାନଙ୍କଠାରେ ଥାଏ। ଏହି ରୋଗ ୫୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ଠାରେ ଦେଖାଦେବାର ସମ୍ଭାବାନା ୬୫% ଥାଏ। କିନ୍ତୁ ଏହାର ଅର୍ଥ ନୁହେଁ ଯେ, କମ୍ ବୟସ୍କ ପୁଅମାନଙ୍କ ଠାରେ ଦେଖା ଦେବ ନାହିଁ। ପ୍ରୋଷ୍ଟେଟ ଗ୍ରନ୍ଥ ବେଳେବେଳ ବାହାରକୁ ଆସି ଅନେକ ସମୟରେ ସଂଘାତିକ ରୂପ ନେଇଥାଏ। ଜେନେଟିକ୍ ଏବଂ ମେଦବହୁଳତା ଭଳି ଲୋକଙ୍କୁ ଏହି ରୋଗ ହେବାର ଅଧିକ ଆଶଙ୍କା ଥାଏ।

PunjabKesari

ପ୍ରୋଷ୍ଟେଟ କ୍ୟାନସରର ଲକ୍ଷଣ

ପରିସ୍ରା କରିବାରେ ଅସୁବିଧା କିମ୍ବା ଜଳପୋଡା ଅନୁଭବ କରିବା।

ବିଶେଷକରି ରାତିରେ ବାରମ୍ବାର ପରିସ୍ରା ଲାଗିବା।

ପରିସ୍ରା କିମ୍ବା ବୀଜରେ ରକ୍ତସ୍ରାବ ହେବା।

ପରିସ୍ରା ପାସ କରିବା ସମୟରେ ଯନ୍ତ୍ରଣା ହେବା।

ଯଦି ରୋଗ ବଢିଯାଇଥାଏ ତେବେ ବସିବା ସମୟରେ ଯନ୍ତ୍ରଣା କିମ୍ବା ଅସ୍ୱାଭାବିକତା ଅନୁଭବ ହୋଇଥାଏ।

ହାଡରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୁଏ।

PunjabKesari

ଡାଲଚିନି ଏହି ରୋଗ ପାଇଁ ରାମବାଣ

ଏଥିରେ ପର୍ଯ୍ୟାପ୍ତ ପରିମାଣରେ ପଲିଫେନୋଲ ନାମକ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଶରୀରକୁ ଫ୍ରି-ରେଡିକାଲରୁ ରକ୍ଷା କରିଥାଏ । ଏହିପରି ରୋଗରୁ ରକ୍ଷା କରିବାରେ ସାହାର୍ଯ୍ୟ କରିଥାଏ।

ଡାଲଚିନିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଚର୍ମ ଏବଂ ଶରୀରର ଆଭ୍ୟନ୍ତରୀଣ ସଂକ୍ରମଣକୁ ରୋକିବାରେ ସାହାର୍ଯ୍ୟ କରେ।

କେତେକ ଅଧ୍ୟୟନ ଅନୁଯାୟୀ, ରକ୍ତରେ ଶର୍କରା ହ୍ରାସ କରିବାରେ ଡାଲଚିନି ଅତ୍ୟନ୍ତ ପ୍ରଭାବଶାଳୀ।

ଡାଲଚିନିରେ ଥିବା ଔଷଧୀୟ ଗୁଣ କ୍ୟାନସର ଦ୍ବାରା ସୃଷ୍ଟି ହେଉଥିବା ବିଷାକ୍ତ କୋଷିକାକୁ ନଷ୍ଟ କରିଥାଏ।

ଏକ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରତିଦିନ ୧୨୦ ମିଗ୍ରା ଡାଲଚିନି ଖାଇବା ଦ୍ୱାରା ବିପଜ୍ଜନକ କୋଲେଷ୍ଟ୍ରଲ କମିଯାଏ, ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ଏବଂ ଭଲ କୋଲେଷ୍ଟ୍ରଲର ବୃଦ୍ଧି ହୋଇଥାଏ।

ଢାଲଚିନି ପାଉଡରରେ ମହୁ ମିଶାଇ ଏହାକୁ ସଂକ୍ରମିତ ଚର୍ମରେ ଲଗାଇଲେ ତୁରନ୍ତ ଆରାମ ମିଳିଥାଏ।