world Hepatitis Day 2023 ; ଲିଭରକୁ ଖରାପ କରିପାରେ ! ରୋଗୀ କେଉଁ ଖାଦ୍ୟରୁ ଦୂରେଇ ରହିବା ଉଚିତ୍ …

ହେପାଟାଇଟିସ୍ ଏକ ସାଧାରଣ ରୋଗ ନୁହେଁ। ଏଥିରେ ପୀଡିତର ଲିଭର ଉପରେ  ବିପଦ ଥାଏ। ଯଦି ସତର୍କତା ଅବଲମ୍ବନ କରାଯାଏ ନାହିଁ, ତେବେ ଲିଭର ନଷ୍ଟ ହେବାର ଅନେକ ସମ୍ଭାବନା ଥାଏ। ଲିଭର ହେଉଛି ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଆମକୁ ଭୋକ ଲାଗିବା ଏବଂ ଖାଦ୍ୟ ହଜମ ହେବା ଭଳି କାର୍ଯ୍ୟ ଲିଭର କରେ। ଯେଉଁ କାରଣରୁ ସମଗ୍ର ଶରୀରକୁ ଶକ୍ତି ମିଳିଥାଏ ଏବଂ ଆମେ ସୁସ୍ଥ ରହିଥାଉ। ସେଥିପାଇଁ ସୁସ୍ଥ ଶରୀର ପାଇଁ ସୁସ୍ଥ ଲିଭର ନିହାତି ଆବଶ୍ୟକ। ହେପାଟାଇଟିସ୍ ରୋଗ ଅନେକ ପ୍ରକାରର ରହିଛି। ଯେପରିକି A, B, C, D, E । ଖାଦ୍ୟପାନୀୟରେ ଅସାବଧାନତା ହେତୁ ହେପାଟାଇଟିସ୍ ଏ ଏବଂ ଇ ହୋଇପାରେ। ସଂକ୍ରମଣ ଦ୍ବାରା ଦ୍ୱାରା ହେପାଟାଇଟିସ୍ ବି, ସି ଏବଂ ଡି ହେବାର ସମ୍ଭାବନା ରହିଛି। ହେପାଟାଇଟିସରେ ପୀଡିତ ବ୍ୟକ୍ତି ଖାଦ୍ୟପାନୀୟର ଯତ୍ନ ନିହାତି ନେବା ଆବଶ୍ୟକ। ଆଜି ବିଶ୍ୱ ହେପାଟାଇଟିସ୍ ଦିବସ ଅବସରରେ ଆମେ ଆପଣଙ୍କୁ କହିବୁ ଯେ ଏହି ରୋଗରେ ପୀଡ଼ିତ ବ୍ୟକ୍ତି ଡାଏଟ୍ ପ୍ଲାନ୍ କ’ଣ ହେବା ଉଚିତ୍…

ଏହି ଖାଦ୍ୟ ଖାଇବା ଉଚିତ୍

– ହେପାଟାଇଟିସ୍ ରୋଗୀମାନେ ଫଳ ଏବଂ ପନିପରିବା ଖାଇବା ଉଚିତ୍। ଏଥିରେ ଫାଇବର, ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ବି6 ଏବଂ ପୋଟାସିୟମ୍ ଭରି ପୋଷକ ତତ୍ତ୍ବ ଥାଏ।

ବାଦାମ, ମାଛ, ସୋୟା ଆଦିରେ ପ୍ରୋଟିନ୍ ରହିଛି। ହେପାଟାଇଟିସ୍ ସି କାରଣରୁ ପ୍ରଭାବିତ ହୋଇଥିବା ଲିଭର ପ୍ରୋଟିନ୍ ଗ୍ରହଣ ଦ୍ବାରା ଭଲ ହେବାର ସମ୍ଭାବନା ରହିଛି।

ପ୍ରଚୁର ଭିଟାମିନ୍ ଏବଂ ପ୍ରୋଟିନ୍ ସହିତ, ଡାଏଟରେ ଗ୍ରୀନ୍ ଟି ମଧ୍ୟ ସାମିଲ କରିପାରିବେ। ଶସ୍ୟ ଜାତୀୟ ଖାଦ୍ୟ ଗଜା ମୁଗ ଓ ବୁଟ ସାମିଲ କରି ପାରିବେ।

ଖାଦ୍ୟ ତାଲିକାରେ କେବଳ ସତେଜ ଏବଂ ସୁସ୍ଥ ଖାଦ୍ୟ ସାମିଲ କରାନ୍ତୁ। ଅସ୍ୱାସ୍ଥ୍ୟକର ଏବଂ ବାସି ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ।

କ’ଣ ଖାଇବେ ନାହିଁ

ହେପାଟାଇଟିସରେ ପୀଡିତ ଲୋକମାନେ ଜଙ୍କ ଫୁଡ୍ ଏବଂ ଷ୍ଟଲ୍ ଫୁଡ୍ ଖାଇବା ଉଚିତ୍ ନୁହେଁ ।

ଆପଣ ଫ୍ୟାଟି ଓ ଫ୍ରିଜ୍ ଖାଦ୍ୟ ଠାରୁ ଦୂରରେ ରୁହନ୍ତୁ।

ଲୁଣର ବ୍ୟବହାରକୁ କମ୍ କରନ୍ତୁ, କାରଣ ଏହା ଦ୍ବାରା ଶରୀରରେ ସୋଡିୟମର ପରିମାଣ ବଢିଯାଇଥାଏ।

ଚିନି ପରିମାଣକୁ ନିୟନ୍ତ୍ରଣରେ ରଖନ୍ତୁ । ସିଧା ସଳଖ ଚିନି ନ ଖାଇ ସତେଜ ଫଳ ଏବଂ ଡ୍ରାଏ ଫ୍ରୁଡ୍ସ ମାଧ୍ୟମରେ ସୁଗାର ନିଅନ୍ତୁ।

ସୂଚନା- ହେପାଟାଇଟିସ୍ ରୋଗୀମାନେ କୌଣସି ଖାଦ୍ୟ ଗ୍ରହଣ କରିବା ପୂର୍ବରୁ  ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍ ।