ସମୟ ଥିଲା ଯେତେବେଳେ ମହିଳାମାନଙ୍କର ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା। ପୁରୁଷପ୍ରାଧାନ୍ୟ ଦେଶରେ ପ୍ରତିଦିନ ଅନେକ ପରୀକ୍ଷା ଦେବାକୁ ପଡୁଥିଲା। ନିଜ ଶରୀର ଉପରେ ପୁରୁଷମାନଙ୍କ ସମ୍ପୂର୍ଣ୍ଣ ଅଧିକାର ଥିଲା, କିନ୍ତୁ ଯେତେବେଳେ ମହିଳାମାନଙ୍କ କଥା ଆସେ, ସେତେମେଳେ ସମାଜ ସେମାନଙ୍କ ପାଇଁ ଅତ୍ୟନ୍ତ କଠୋର ହୋଇଯାଏ। ଦୁନିଆର ଅନେକ ସ୍ଥାନରେ ବିବାହ ପୂର୍ବରୁ ମହିଳାମାନଙ୍କ ପାଇଁ କୁମାରୀତ୍ୱ ପରୀକ୍ଷା ଅର୍ଥାତ୍ ଭର୍ଜିନିଟି ଟେଷ୍ଟ ଥିଲା, କିନ୍ତୁ ପୁରୁଷମାନଙ୍କ ପାଇଁ ସେପରି କୌଣସି ନିୟମ ନଥିଲା। ଏହା ଉପରେ କେବଳ ସ୍ୱର ଉତ୍ତୋଳନ କରାଗଲା ତାହା ନୁହେଁ, ବରଂ କିଛି ମାତ୍ରାରେ ରୋକ ମଧ୍ୟ ଲଗା ଗଲା। ତେବେ ଏଠାରେ ପଶ୍ନ ଉଠେ, ଏହି ପ୍ରସଙ୍ଗ ପୁଣି ଥରେ କାହିଁକି ଚର୍ଚ୍ଚାର ପରିସରକୁ ଆସିଛି।
ଏହାର କରାଣ ହେଉଛି, କିଛି ଦିନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ ଜଣେ ମହିଳାଙ୍କ କୁମାରୀତ୍ୱ ପରୀକ୍ଷା ବା ଭର୍ଜିନିଟି ଟେଷ୍ଟ କରିବା ସମ୍ବିଧାନର ବିରୁଦ୍ଧ ଅଟେ। ଜଣେ ମହିଳାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ବିଚାର କରିବା ପାଇଁ ତାଙ୍କର ଭର୍ଜିନିଟି ଟେଷ୍ଟ କରିବା କେବଳ ତାଙ୍କ ଆତ୍ମ ସମ୍ମାନ ନୁହେଁ, ବରଂ ଏହା ମହିଳାଙ୍କ ମାନସିକ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପକାଇଥାଏ।
ଏଠାରେ କହି ରଖୁଛୁ ଯେ, ୧୯୯୨ ମସିହାରେ ଏକ ଏକ ହତ୍ୟାକାଣ୍ଡ ଘଟିଥିଲା। ଏହି ହତ୍ୟାକାଣ୍ଡରେ ନନ୍ ସିଷ୍ଟର ସେଫି ଏବଂ ଫାଦର କୋଟ୍ଟୁରଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ କରାଯାଇଥିଲା। ଉଭୟଙ୍କ ମଧ୍ୟରେ ଅବୈଧ ଶାରୀରିକ ସମ୍ପର୍କ ଥିଲା, ଯାହାକୁ ଲଚେଇବା ପାଇଁ ସେମାନେ ୧୮ ବର୍ଷିୟ ଅଭୟାଙ୍କୁ ହତ୍ୟା କରିଥିଲେ। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ନନ୍ ସିଷ୍ଟର ସେଫିଙ୍କ ଭର୍ଜିନିଟି ଟେଷ୍ଟ କରିବା ପାଇଁ ସିବିଆଇ ଅନୁମତି ମାଗିଥିଲେ। ଯାହାକୁ ଭୁଲ୍ ଦର୍ଶାଇ ହାଇକୋର୍ଟ ସିଧାସିଧା ମନା କରି ଦେଇଥିଲେ।
ସମସ୍ତଙ୍କର ସମ୍ମାନ ସହିତ ବଞ୍ଚିବାର ଅଧିକାର ଅଛି – ହାଇକୋର୍ଟ
ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ, ଧାରା ୨୧ ଅନୁଯାୟୀ ସମ୍ମାନରେ ବଞ୍ଚିବା ହେଉଛି ଏକ ମୌଳିକ ଅଧିକାର। ତେଣୁ ମୌଳିକ ଅଧିକାର ସହ ବଞ୍ଚିବା ହେଉଛି ସମସ୍ତଙ୍କର ଅଧିକାର। ଏହି ଅଧିକାର କ୍ଷୂର୍ଣ୍ଣ ଅଭିଯୋଗରେ ପୀଡିତା କ୍ଷତିପୂରଣ ମଧ୍ୟ ଦାବି କରିପାରିବେ। ତେଣୁ ଜେଲରେ ଥିଲେ ମଧ୍ୟ ସେ ନିଜ ସମ୍ମାନର ସହ ବଞ୍ଚି ପାରିବେ ଏବଂ ଏ ଅଧିକାର କେହି କ୍ଷୂର୍ଣ୍ଣ କରିପାରିବେ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ତେଣୁ ମହିଳା ଅଭିଯୁକ୍ତ ବା ପୀଡିତାଙ୍କର ଭର୍ଜିନିଟି ଟେଷ୍ଟ ଅନୁମତି ଦିଆଯାଇପାରିବ ନାହିଁ। ” କେବଳ ଭାରତ ନୁହେଁ ପଡୋଶୀ ଦେଶରେ ମଧ୍ୟ ଏହା ବିରୋଧରେ ସ୍ୱର ଉଠିଥିଲା।
ଦୁଇ ବର୍ଷ ପୂର୍ବେ ଜଣେ ବଳାତ୍କାର ପୀଡିତଙ୍କ ଭର୍ଜିନିଟି ଟେଷ୍ଟ ପାଇଁ ପାକିସ୍ତାନର ଏକ କୋର୍ଟ ମନା କରି ଦେଇଥିଲେ। ଏହି ନିଷ୍ପତ୍ତିକୁ ପାକିସ୍ତାନର ମାନବାଧିକାର ଓକିଲମାନେ ସ୍ୱାଗତ କରିଛନ୍ତି। ଏହି ନିଷ୍ପତ୍ତି ପରେ ପଞ୍ଜାବରେ ହାଇମନ ଚେକ୍ ଏବଂ ଟୁ-ଫିଙ୍ଗର ଟେଷ୍ଟ ପ୍ରକ୍ରିୟାର ଅନ୍ତ ଘଟିଥିଲା। ଲାହୋର ହାଇକୋର୍ଟର ବିଚାରପତି ଆୟେଶା ମଲିକ କହିଛନ୍ତି ଯେ ଏହି ପରୀକ୍ଷା ଅପମାନଜନକ ଏବଂ ଏଥିପାଇଁ କୌଣସି ଫୋରେନସିକ୍ ସହାୟତା ଯୋଗାଇ ଦିଆଯିବ ନାହିଁ। ବଳାତ୍କାର ମାମଲାରେ ଭର୍ଜିନିଟି ଟେଷ୍ଟ ବନ୍ଦ କରିବାକୁ ମାନବ ଅଧିକାର ଓକିଲମାନେ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ।
ଏହାପୂର୍ବରୁ ୨୦୧୩ ମସିହାରେ ହରିୟାଣାର ଏକ ମାମଲାରେ ସୁପ୍ରିମକୋର୍ଟ ଟୁ-ଫିଙ୍ଗର ଟେଷ୍ଟକୁ ଅସାମ୍ବିଧାନିକ ଘୋଷଣା କରିଥିଲେ। ଏହା ପୀଡିତାଙ୍କ ଗୋପନୀୟତା ଏବଂ ସମ୍ମାନର ଉଲ୍ଲଂଘନ ବୋଲି କହିଥିଲେ। ଏହା ମଧ୍ୟ ମାନସିକ ଆଘାତ ପରୀକ୍ଷା ବୋଲି କୋର୍ଟ କହିଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟରେ ଅନେକ ନିୟମାବଳୀ ଜାରି ହୋଇଥିଲା।
୨୦୧୪ ମସିହାରେ ଝାଡଖଣ୍ଡର ଏକ ମାମଲାାରେ ସୁପ୍ରିମକୋର୍ଟର ନିର୍ଦେଶାବଳୀ ଜାରି କରିଥିଲେ। ସର୍ବୋଚ୍ଚ ଅଦାଲତ କହିଥିଲେ ଯେ, ଝିଅର ଶାରୀରିକ ସମ୍ପର୍କ ଅଛି କି ନାହିଁ ତାହା ଜାଣିବା ଏହି ଟେଷ୍ଟ କରିବା ସମ୍ପର୍ଣ୍ଣ ଭାବେ ଅବୈଧ ଅଟେ। ଏହି ଟେଷ୍ଟ କରୁଥିବା ବ୍ୟକ୍ତି ବା ଏଥିପାଇଁ ଦାୟୀ ବ୍ୟକ୍ତି ମିସକଣ୍ଡକ୍ଟ ବା ଅସଦାଚରଣ ଦୋଷୀ ହେବ। ତେଣୁ ଟୁ-ଫିଙ୍ଗର ଟେଷ୍ଟ କରିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟକୁ କଡାକଡି ଭାବେ ନିର୍ଦେଶ ଦେଇଥିଲେ। ଏଥିପାଇଁ ଡିଜିପି ଏବଂ ସ୍ୱାସ୍ଥ୍ୟ ସଚିବଙ୍କୁ କଡାକଡି ନିର୍ଦେଶ ଦିଆଯାଇଥିଲା।
ଭର୍ଜିନିଟି ଟେଷ୍ଟ କ’ଣ ?
ଏହି ପରୀକ୍ଷାକୁ ଟୁ- ଫିଙ୍ଗର ଟେଷ୍ଟ ମଧ୍ୟ କୁହାଯାଏ। ଏଥିରୁ ଏହା ଜଣାପଡେ ଯେ, ଯୁବତୀ ସେକ୍ସୁଆର ଅକ୍ଟିଭ ଅଛି କି ନାହିଁ। ପୂର୍ବରୁ ଶାରୀରିକ ସମ୍ପର୍କ ଅଛି କି ନାହିଁ ଏବଂ ଯୌନ ଶୋଷଣର ଶିକାର ହୋଇଛି କି ନାହିଁ ତାହା ମଧ୍ୟ ଏଥିରୁ ସ୍ପଷ୍ଟ ହୁଏ।
ହାଇମେନ୍ ଟେଷ୍ଟ ମଧ୍ୟ ମହିଳାମାନଙ୍କ ପାର୍ଇ ନିହାତି ଅପମାନଜନକ । ବାସ୍ତବରେ ହାଇମେନ୍ ପ୍ରାଇଭେଟ୍ ପାର୍ଟର ଏକ ପତଳା ସ୍ତର ଯାହା ପିଲାଦିନେ ଖେଳକୁଦ ଏବଂ ବ୍ୟାୟାମ କରିବା ଦ୍ବାରା ନଷ୍ଟ ହୋଇଥାଏ। ଏଭଳି ପରିସ୍ଥିତିରେ ଡାକ୍ତରମାନେ କୁହନ୍ତି ଯେ, ହାଇମେନ ଟେଷ୍ଟ ମହିଳାଙ୍କର ଶାରୀରିକ ସମ୍ପର୍କ ଅଛି କି ନାହିଁ ତାହା ଜଣା ପଡିନାହିଁ। ତେଣୁ ଏହି ପରିପ୍ରେକ୍ଷୀରେ ଏହି ପରୀକ୍ଷା ସମ୍ପୂର୍ଣ୍ଣ ଅଦରକାରୀ ଏବଂ ଅର୍ଥହୀନ।
କେଉଁ ଦେଶରେ କ’ଣ ନିୟମ
ଆପଣ ଜାଲେଣି ଆଶ୍ଚର୍ଯ୍ୟ ହେବେ ଯେ ଇଣ୍ଡୋନେସିଆରେ ପୋଲିସ୍ ଏବଂ ସେନାରେ ମହିଳା ନିଯୁକ୍ତି ପୂର୍ବରୁ ମହିଳାମାନଙ୍କର ଭର୍ଜିନିଟି ଟେଷ୍ଟ କରାଯାଉଥିଲା। ଯେଉଁ ମହିଳାମାନଙ୍କର ହାଇମେନ ଚିହ୍ନଟ ହେଇନଥିଲା ସେମାନଙ୍କୁ ଦଣ୍ଡ ଭାବରେ ନିଯୁକ୍ତି ପ୍ରକ୍ରିୟାରୁ ବାଦ ଦିଆଯାଉଥିଲା। କେବଳ ସେତିକି ନୁହେଁ ନ୍ୟାଭି, ଆର୍ମି ଏବଂ କୌଣସି ସୁରକ୍ଷା ବଳରେ ଯୋଗଦେବାର ଅଧିକାର ମଧ୍ୟ ନଥିଲା।
ତୁର୍କୀରେ ସ୍କୁଲ ଛାତ୍ରୀମାନଙ୍କର ହାଇମେନ୍ ଟେଷ୍ଟ କରାଯାଉଥିଲା। ୨୦୦୨ରେ ଏହାକୁ ଦଣ୍ଡନୀୟ ଅପରାଧ ବୋଲି ଘୋଷଣା କରାଯିବା ପରେ ଏହାକୁ ବନ୍ଦ କରାଯାଇଥିଲା।