ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଦେହାନ୍ତ ହେବାର ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ପ୍ରଶଂସକମାନେ ବିଶ୍ବାସ କରିପାରୁ ନାହାଁନ୍ତି, ଯେ ସେ ଆଉ ଏ ଦୁନିଆରେ ନାହାଁନ୍ତି। ଫେବୃଆରୀ ୨୪, ୨୦୧୮ ରେ ଶ୍ରୀଦେବୀ ଦୁବାଇର ଏକ ହୋଟେଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ବି ଚାନ୍ଦନୀଙ୍କ ଶେଷ ଯାତ୍ରା ଚେହେରା ଆଖି ସାମ୍ନାରେ ନାଚି ଉଠେ।
ଶେଷ ଥର ପାଇଁ ତାଙ୍କୁ ଲାଲ୍ ରଙ୍ଗର ସାଢୀ, ଲାଲ୍ ବିନ୍ଦି ଓ ଲାଲ୍ ଲିପ୍ ଷ୍ଟିକରେ ଦେଖିବାକୁ ମିଳାଥିଲା। ବେଳେବେଳେ ମନରେ ପ୍ରଶ୍ନ ଉଠେ ଯେ, ଏତେ ସୁନ୍ଦର ମେକଅପ୍ କିଏ ତାଙ୍କୁ ଦେଇଥିଲା।
ସୁପରଷ୍ଟାର ଅଭିନେତ୍ରୀଙ୍କ ଶେଷ ମେକ୍ ଅପ୍ ରାନୀ ମୁଖାର୍ଜୀଙ୍କ ମେକ୍ ଅପ୍ ମ୍ୟାନ ରାଜେଶ ପାଟିଲଙ୍କ ଦ୍ୱାରା କରାଯାଇଥିଲା। ଯାହା ତାଙ୍କ ଜୀବନର ସବୁଠାରୁ ଭାବପ୍ରବଣ ବା କଠିନ ମୁହୂର୍ତ୍ତ ଥିଲା ବୋଲି ସେ କୁହନ୍ତି| କୁହାଯାଏ ଯେ ଶ୍ରୀଦେବୀ ରାଜେଶଙ୍କ ମେକଅପ୍ କୁ ବହୁତ ପସନ୍ଦ କରନ୍ତତି, ତେଣୁ ଶ୍ରୀଦେବୀଙ୍କ ଶେଷ ରୀତିନୀତି ସମୟରେ ରାଜେଶଙ୍କୁ ଏହି ଦାୟିତ୍ବ ଦିଆଯାଇଥିଲା। ଏହି କାର୍ଯ୍ୟ ପାଇଁ ରାନୀ ମୁଖାର୍ଜୀ ରାଜେଶଙ୍କୁ ଗାଇଡ କରିଥିଲେ।

ସେହି ମୁହୂର୍ତ୍ତକୁ ମନେ ପକାଇ ରାଜେଶ କହିଛନ୍ତି ଯେ- “ଶ୍ରୀଦେବୀଙ୍କ ଶେଷ ମେକଅପ୍ ବେଳେ ମୁଁ କାନ୍ଦୁଥିଲି । ସେତେବେଳେ ମୋତେ ଲାଗୁଥିଲା ଯେ ସେ କହିବେ ରାଜେଶ ଏମିତି ନୁହେଁ, ସେମିତି କର। କାରଣ ସେ ମେକଅପ୍ କୁ ନେଇ ବହୁତ ସତର୍କ ଥିଲେ। ସେ ଭଲଭାବେ ଜାଣିଥିଲେ କ’ଣ ତାଙ୍କ ଚେହେରାକୁ ଭଲ ମାନିବ। ଏହା ମୋ ଜୀବନର ଏକ ଭାବପ୍ରବଣ ମୁହୂର୍ତ୍ତ ଯାହାକୁ ମୁଁ ସବୁଦିନ ପାଇଁ ମନେ ରଖିବି ।

ଶ୍ରୀଦେବୀ ତାଙ୍କ ବିନ୍ଦି ଏବଂ ଆଇ ବ୍ରୋ ର ଯତ୍ନ ନିଅନ୍ତି। ତେଣୁ ସେହି ସମୟରେ ତାଙ୍କର ପ୍ରିୟ ଲାଲ୍ ବିନ୍ଦି ଏବଂ ଲାଲ୍ ଲିପଷ୍ଟିକ୍ ଲଗାଯଯାଇଥିଲା। ଅନୀଲ କପୁରଙ୍କ ପତ୍ନୀ ସୁନୀତା ଏବଂ ରାନୀ ମୁଖାର୍ଜୀ ଶ୍ରୀଦେବୀଙ୍କ ସଂଗୃହିତ ଅଳଙ୍କାରରୁ ତାଙ୍କର ପ୍ରିୟ ଲାଲ୍ ସାଢୀ ଏବଂ ଅଳଙ୍କାର ବାହାର କରି ଦେଇଥିଲେ।
ରାଜେଶ କହିଛନ୍ତି ଯେ, ଯେତେବେଳେ ସେ ଶ୍ରୀଦେବୀଙ୍କ ଶେଷ ମେକ୍ ଅପ୍ କରୁଥିଲେ, ମୋ ଆଖିରୁ ଲଗାତାର ଲୁହ ଝରୁଥିଲା । ନିଜକୁ ସମ୍ଭାଳିବା କଷ୍ଟସାଧ୍ୟ ଥିଲା।

ଆଜି ତାଙ୍କର ପଞ୍ଚମ ପୂଣ୍ୟତିଥିରେ ସ୍ୱାମୀ ବୋନି କପୁର ପତ୍ନୀଙ୍କ ସହ ଶେଷ ଥର ଉଠାଇଥିବା ଫଟୋକୁ ସେୟାର କରି ଲେଖିଛନ୍ତି ଯେ, ୫ ବର୍ଷ ପୂର୍ବେ ତୁମେ ଆମକୁ ଛାଡି ଚାଲିଯାଇଛ। ତୁମର ପ୍ରେମ ଓ ସ୍ମୃତିକୁ ସବୁ ଦିନ ପାଇଁ ସାଇତି ରଖିବି।
