ଶାଶୁ ଏବଂ ବୋହୂ ମଧ୍ୟରେ ସମ୍ପର୍କ ଅଲଗା ପ୍ରକାରର। ଭଲପାଇବା ଏବଂ କଳିଝଗଡା ଉଭୟ ଏହି ସମ୍ପର୍କରେ ଦେଖାଯାଏ। ପୁଅ ଘରୁ ବାହାରିବା ପରେ ଶାଶୁ ସାଙ୍ଗରେ ବୋହୂର ସମ୍ପର୍କ ଗଭୀର ହୋଇଥାଏ। କିନ୍ତୁ ଏହି ସଂପର୍କରେ ଛୋଟ ଛୋଟ କଥାକୁ ନେଇ ମନମାଳିନ ମଧ୍ୟ ହେଖାଯାଏ। ଶାଶୁ ଏବଂ ବୋହୂ ମଧ୍ୟରେ ଅନେକ ଥର ଛୋଟ ଛୋଟ ଜିନିଷ ବିଷୟରେ ଯୁକ୍ତିତର୍କ ହୁଏ, ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବାକୁ ଲାଗେ। ଏପରି ପରିସ୍ଥିତିରେ, ଆପଣ କିଛି ସହଜ ପଦ୍ଧତି ଗ୍ରହଣ କରି ଶାଶୁ ଏବଂ ବୋହୂର ସମ୍ପକକୁ ସୁଦୃଢ କରିପାରିବେ। ଆସନ୍ତୁ ଜାଣିବା ଏପରି ଉପାୟ ବିଷୟରେ…
ପସନ୍ଦ ପ୍ରତି ଧ୍ୟାନ ଦିଅନ୍ତୁ
ବିବାହ ପରେ ଶାଶୁ ଏବଂ ବୋହୂ ପରସ୍ପର ଉପରେ ନିଜ ପସନ୍ଦ ଲଦିବା ଚେଷ୍ଟା କରନ୍ତି। ଯେଉଁ କାରଣରୁ ଉଭୟଙ୍କ ସଂପର୍କରେ ମତାନ୍ତର ସୃଷ୍ଟି ହୁଏ। ଶାଶୁଙ୍କ ପସନ୍ଦ ମଧ୍ୟ ବୋହୂକୁ ଅଡୁଆରେ ପକାଇବା ଆରମ୍ଭ କରେ । ଏପରି ପରିସ୍ଥିତିରେ ଯଦି ଆପଣ ପରସ୍ପରର ପସନ୍ଦକୁ ଗୁରୁତ୍ୱ ଦେଇ କିମ୍ବା ପରସ୍ପର ସହ ଆରାମରେ କଥାବାର୍ତ୍ତା କରିବେ, ତେବେ ସମ୍ପର୍କ ଖରାପ ହେବ ନାହିଁ ଏବଂ ପରିବାରରେ ସୁଖଶାନ୍ତି ବଜାୟ ରହିବ।
ପରସ୍ପରକୁ ସମୟ ଦିଅନ୍ତୁ
ବିବାହ ପୂର୍ବରୁ ଉଭୟ ଶାଶୁ ଏବଂ ବୋହୂଙ୍କର ଦୈନଦିନ ଜୀବନ ଶୈଳୀ ପୁରାପୂରି ଅଲଗା ପ୍ରକାରର ଥାଏ। କିନ୍ତୁ ବିବାହ ପରେ ଉଭୟଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିଥାଏ। ଏଭଳି ପରିସ୍ଥିତିରେ ଉଭୟ ଶାଶୁ ଏବଂ ବୋହୂ ଆପୋଷ ବୁଝାମଣା କରିବାକୁ ଚାହାଁନ୍ତି ନାହିଁ। ଏହି କାରଣରୁ ସମ୍ପର୍କ ଖରାପ ହେବା ଆରମ୍ଭ ହୁଏ। ଏହି ସମସ୍ୟାର ସମାଧାନ ପାଇଁ, ଦୁହେଁ ପରସ୍ପରକୁ ସମୟ ଦେବା ଉଚିତ୍। ଏହା ଆପଣଙ୍କ ସମ୍ପର୍କକୁ ଆହୁରି ଉନ୍ନତ କରିପାରିବ।
ଚିନ୍ତାଧାରାକୁ ବୁଝିବା ଉଚିତ୍
ଘରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉଭୟ ଶାଶୁ ଏବଂ ବୋହୂଙ୍କ ମତ ଆବଶ୍ୟକ। ଘରର ଅଭ୍ୟନ୍ତର କଥାରୁ ଆରମ୍ଭ କରି କୌଣସି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପର୍ଯ୍ୟନ୍ତ ସମସ୍ତ ନିଷ୍ପତ୍ତିରେ ଉଭୟ ଶାଶୁ ଏବଂ ବୋହୂଙ୍କର ମତାମତ ଦେବାର ଅଧିକାର ରହିଛି। ଏପରି ପରିସ୍ଥିତିରେ ଯଦି ପରସ୍ପରର ଚିନ୍ତାଧାରାକୁ ପରସ୍ପର ବୁଝନ୍ତି ନାହିଁ, ତେବେ ସମ୍ପର୍କ ଖରାପ ହେବାକୁ ଲାଗେ। ଉଭୟ ଶାଶୁ ଏବଂ ବୋହୂ ପରସ୍ପରର ପରାମର୍ଶକୁ ସମ୍ମାନ ଦେଇ ସେମାନଙ୍କର ମତଭେଦକୁ ହ୍ରାସ କରିପାରିବେ।
ଅଧିକାର ଅଂଶୀଦାର କରନ୍ତୁ
ବିବାହ ପରେ, ପ୍ରତ୍ୟେକ ବୋହୂ ଘରେ ନିଜର ଅଧିକାର ପାଇବାକୁ ଚେଷ୍ଟା କରନ୍ତି, କିନ୍ତୁ ଶାଶୁ ବୋହୂ ସହିତ ଅଧିକାର ବାଣ୍ଟିବାକୁ ଚାହାଁନ୍ତି ନାହିଁ, ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୁଏ। ଏପରି ପରିସ୍ଥିତିରେ ଅଧିକାର ଛଡ଼ାଇବା ପରିବର୍ତ୍ତେ, ନିଜ ମଧ୍ୟରେ ଆଲୋଚନା କରି କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଶାଶୁ ମଧ୍ୟ ବୋହୂକୁ ସଠିକ୍ ନିଷ୍ପତ୍ତିରେ ମାର୍ଗଦର୍ଶନ କରିପାରିବେ।