ବର୍ଷ ଶେଷ: ୨୦୨୨ର ଗର୍ବିତ ମହିଳା

ଆମ ଦେଶ ବଦଳୁଛି… ନାରୀ ଆଜି ସବୁ କ୍ଷେତ୍ରରେ କେବଳ ଉନ୍ନତି କରୁଛି, ତାହା ନୁହେଁ ଦେଶ ପାଇଁ ଗର୍ବ ଗୌରବ ଆଣୁଛି। କ୍ରୀଡା କ୍ଷେତ୍ରରେ ହେଉ ଅବା କଳା ଜଗତରେ ଆଗରେ ରହି ନାରୀ ଇତିହାସ ସୃଷ୍ଟି କରିବା ସହ ପ୍ରତ୍ୟେକ ଭାରତୀୟ ମୁଣ୍ଡ ଉପରକୁ କରିଛି। ବର୍ଷ ବର୍ଷ ଧରି ପ୍ରମାଣ କରିଆସୁଛନ୍ତି ଯେ, ସେମାନେ ପୁଅ ଠାରୁ କମ୍ ନୁହଁନ୍ତି କିନ୍ତୁ ଏବର୍ଷରେ ସେମାନଙ୍କ ସଫଳତାର କଥା ନିଆରା। ସବୁ କ୍ଷେତ୍ରରେ ସେମାନେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ଆଜି ଆମେ ସେହି ମହିଳା ଏବଂ ଝିଅମାନଙ୍କ ବିଷୟରେ ଚର୍ଚ୍ଚା କରିବା, ଯେଉଁମାନେ ଦେଶକୁ ନୂତନ ଦିଗ ଓ ପ୍ରେରଣା ଦେଇ ଏହି ବର୍ଷକୁ ଗର୍ବିତ କରିଛନ୍ତି।

ସରଗମ୍ କୌଶଲ

ସର୍ବପ୍ରଥମେ ସରଗମ କୌଶଲଙ୍କ ବିଷୟରେ ଆଲୋଚନା କରିବା। ଯିଏକି ଭାରତର ଦୀର୍ଘ ୨୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ମିସେସ୍ ୱାର୍ଲ୍ଡ (Mrs. World) ଟାଇଟଲ୍ ଜିତିଛନ୍ତି। ଦେଶକୁ ପ୍ରତିନିଧିତ୍ୱ କରୁଥିବା ଜାମ୍ମୁ ସ୍ଥିତ ସରଗମ କୌଶଲଙ୍କୁ ଆମେରିକାର ଲାସ୍ ଭେଗାସ୍ ଠାରେ ମିସେସ୍ ୱାର୍ଲ୍ଡ ମୁକୁଟ ପିନ୍ଧିଛନ୍ତି। ୬୩ଟି ଦେଶର ପ୍ରତିଯୋଗୀଙ୍କୁ ପରାସ୍ତ କରି ସରମମ୍ ଭାରତକୁ ଏହି ଟାଇଟଲ୍ ଫେରାଇଛନ୍ତି। ପ୍ରଥମ ଥର ପାଇଁ ୨୦୦୧ରେ ଡକ୍ଟର ଆଦିତି ଗୋବିତ୍ରିକର ଏହି ଟାଇଟଲ ଜିତି ଦେଶ ପାଇଁ ଗୌରବ ଆଣିଥିଲେ।

ଦୀପିକା ପାଦୁକୋନ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, କତାରର ଲୁସେଲ ଷ୍ଟାଡିୟମରେ ଫିଫା ବିଶ୍ୱକପ ୨୦୨୨ ଟ୍ରଫି ଉଦ୍‌ଘାଟନ କରି ଭାରତକୁ ଗର୍ବିତ କରିଥିଲେ। ଫିଫା ବିଶ୍ୱକପ ଟ୍ରଫି ଉଦ୍‌ଘାଟନ କରିବାରେ ସେ ଥିଲେ ପ୍ରଥମ ଭାରତୀୟ। ଦୁନିଆର ଶ୍ରେଷ୍ଠ ୧୦ ସୁନ୍ଦରୀ ତାଲିକାରେ ଏକମାତ୍ର ଭାରତୀୟ ହେବା ବ୍ୟତୀତ ଦୀପିକା ମଧ୍ୟ ଏକମାତ୍ର ଭାରତୀୟ ଯିଏକି ପପ୍ ସଂସ୍କୃତି ବ୍ରାଣ୍ଡର ବିଶ୍ୱ ଚେହେରା ଭାବରେ ମନୋନୀତ ହୋଇଥିଲେ। ଏହା ସହ ସେ ଦୁଇ ଥର ଟାଇମ୍ ମ୍ୟାଗେଜିନ ପୁରସ୍କାର ବିଜେତା।

ଗୀତାଞ୍ଜଳି ତ୍ରିପାଠୀ

ଭାରତକୁ ଗର୍ବିତ କରିଥିବା ୱଶୁ ଖେଳାଳି ଗୀତାଞ୍ଜଳି ତ୍ରିପାଠୀଙ୍କୁ କିଏ ଭୁଲି ପାରିବ। ଗୀତାଞ୍ଜଳି ଜର୍ଜିଆରେ ଆୟୋଜିତ ୱଶୁ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଥିଲେ।

ମିରାବାଇ ଚାନୁ

ମିରବାଇ ଚାନୁ ପୁଣି ଥରେ ୪୯ କିଲୋଗ୍ରାମ ଓଜନ ଉଠାଇ କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ୨୦୨୨ରେ ଇତିହାସ ସୃଷ୍ଟି କରିଥିଲେ। ୨୦୧୭ରେ ମିରାବାଇ ଚାନୁ ୧୯୪ ଓଜନର ଭାରୋତ୍ତୋଳନ କରି ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ଜିତିଥିଲେ। ଯାହା ତାଙ୍କ ଶରୀର ଓଜନ ୪୮ କିଲୋଗ୍ରାମର ଚାରି ଗୁଣ ଥିଲା।

ସୁସ୍ମିତା ଶୁକ୍ଲା

ଚଳିତ ବର୍ଷ ନ୍ୟୁୟର୍କର ଫେଡେରାଲ ରିଜର୍ଭ ବ୍ୟାଙ୍କର ପ୍ରଥମ ଉପାଧ୍ୟକ୍ଷ ତଥା ସିଇଓ ଭାବରେ ଭାରତୀୟ ମୂଳ ବାସିନ୍ଦା ସୁସ୍ମିତା ଶୁକ୍ଲାଙ୍କୁ ନିଯୁକ୍ତ କରାଯାଇଛି। ଅନେକ ମହିଳା ତାଙ୍କ ଦ୍ବାରା ଅନୁପ୍ରାଣିତ ହେବେ ଏବଂ ନିଜ କ୍ଷେତ୍ରରେ ସଫଳତା ହାସଲ କରିବେ। ତାଙ୍କର ଏହି ଭାରତ ପାଇଁ ଗର୍ବର ବିଷୟ।

ଅଭିଳାଷା ବରାକ

ଆଜିକାଲି ଭାରତୀୟ ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ସହ ସମାନ ଭାବରେ ଆଗକୁ ବଢୁଛନ୍ତି। ଏହି ବର୍ଷ ଭାରତୀୟ ସେନା ଇତିହାସରେ ପ୍ରଥମ ଥର ପାଇଁ ଆର୍ମି ଆଭିଏସନ କର୍ପସ (Army Aviation Corps) ଭାବରେ ମହିଳା ଅଧିକାରୀ ନିଯୁକ୍ତି ପାଇଛନ୍ତି। ୨୬ ବର୍ଷୀୟ କ୍ୟାପଟେନ ଅଭିଳାଷ ବରାକଙ୍କୁ ଭାରତୀୟ ସେନା ଇତିହାସରେ ପ୍ରଥମ ମହିଳା ଯୁଦ୍ଧ ବିମାନ ଚାଳକ ନିଯୁକ୍ତି ପାଇଛନ୍ତି। ଅଭିଳାଷଙ୍କ ଏହି ସଫଳତା ପାଇଁ ସମଗ୍ର ଦେଶ ଗର୍ବିତ ।

ନମିତା ଥାପର

ଫୋର୍ବସର ନଭେମ୍ବର ସଂସ୍କରଣରେ ୨୦ ଜଣ ଏସୀୟ ମହିଳା ଉଦ୍ୟୋଗୀ ତାଲିକାରେ ତିନି ଜଣ ଭାରତୀୟଙ୍କ ନାମ ସାମିଲ ଥିଲେ। ସେମାନଙ୍କ ମଧ୍ୟରେ ନମିତା ଥାପର ଥିଲେ ଜଣେ। ଥାପର ଫାର୍ମା କମ୍ପାନୀ ଏମକ୍ୟୁରର ସିଇଓ ହେୁଛନ୍ତି ନମିତା ଥାପର।  ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିବା ଥାପର ଆଇସିଏଆଇ (ICAI) ରୁ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ଡିଗ୍ରୀ ହାସଲ କରିବା ପରେ ସେ ଆମେରିକା ଯାଇଥିଲେ। ସେଠାରେ ବ୍ୟବସାୟିକ ଅଭିଜ୍ଞତା ହାସଲ କରିବା ପରେ ପୁଣି ଭାରତକୁ ଫେରିଥିଲେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ଆଜି ତାଙ୍କର ମୋଟ ୬୦୦ କୋଟି ଟଙ୍କାର ବ୍ୟବସାୟ। ଟିଭି ସୋ ‘ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜନ-୧ ‘ ରେ ଜଣେ ବିଚାରପତି ଭୂମିକାରେ ମଧ୍ୟ ନଜର ଆସିଥିଲେ।