ସାବଧାନ ! ଉତ୍ସବରେ ସ୍ୱାସ୍ଥ୍ୟ ପ୍ରତି ହେଳା କରନ୍ତୁ ନାହିଁ, ଯତ୍ନବାନ୍ ରୁହନ୍ତୁ

ଟିକାକରଣ ଯୋଗୁଁ ଯଦିଓ କୋଭିଡ-୧୯ ଭାଇରସ୍ କିଛି ଦିନ ପାଇଁ ବିଲୁପ୍ତ ହୋଇଯାଇଥିଲା କିନ୍ତୁ କିଛି ଦିନର ବ୍ୟବଧାନ ପରେ ପୁଣି ଏହାର ପ୍ରଭାବ ଦେଖିବାକୁ ମିଳିଛି। କୋଭିଡ-୧୯ ଭ୍ୟାରିଏଣ୍ଟ ୦୭ ଚୀନରେ କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟୁଥିବା ଖବର ଟିଭିରେ ଏବଂ ଖବରକାଗଜରେ ଶୁଣିବାକୁ ମୁଳୁଛି। ତେବେ ଏଭଳି ପରିସ୍ଥିତିରେ ଅବହେଳା ନ କରି ସଜାଗ ଏବଂ ସର୍ତକ ରହିବା ଆବଶ୍ୟକ।

ଆଜି ଖ୍ରୀଷ୍ଟମାସ ଇଭ୍ ଏବଂ ଏହାର ଠିକ୍ ଏକ ସପ୍ତାହ ପରେ zero night celebration ବା ନୂତନ ବର୍ଷର ସ୍ବାଗତ ଅବସରରେ ନିଜକୁ ଏବଂ ନିଜ ପରିବାରରକୁ ହେଳା ନ କରି ସଜାଗ ରୁହନ୍ତୁ। ଛୋଟ ଭୁଲ୍‌ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ବିପଦରେ ପକାଇପାରେ। କୋଭିଡ ଗାଇଡଲାଇନ୍ ଅନୁସାରେ ବଡଦିନ ଏବଂ ନୂତନ ବର୍ଷର ଉତ୍ସବକୁ ପାଳନ କରନ୍ତୁ।

ସାମାଜିକ ଦୂରତା

ଖ୍ରଷ୍ଟମାସ୍ ଓ ନୂଆବର୍ଷ ପାଳନ ଅବସରରେ ଲୋକମାନେ ଏକାଠି ହୋଇଥାନ୍ତି। ଏହି ସମୟରେ ସମାଜିକ ଦୂରତା ମାନିବା ନିହାତି ଆବଶ୍ୟକ। ନଚେତ୍ ଚୀନ ଭଳି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ।

ତେବେ ଖ୍ରୀଷ୍ଟମାସ ଦିନ ଯଦି କୋଭିଡ ଲକ୍ଷଣ ଥିବା ଲୋକ ଦେଖନ୍ତି, ତେବେ ଆପଣ କ’ଣ କରିବା ଉଚିତ୍?

ଏଭଳି ଲକ୍ଷଣ ଥିବା ଲୋକଙ୍କ ଠାରୁ ଯଥାସସମ୍ଭବ ଦୂରତା ରଖନ୍ତୁ।

ନିଜ ଠାରେ ଲକ୍ଷଣ ଥିଲେ କ’ଣ କରିବେ ?

ନିଜ ଭିତରେ କାଶ କିମ୍ବା ଛିଙ୍କିବା ଭଳି ଲକ୍ଷଣ ପରିଲିକ୍ଷିତ ହେଲେ, କୋଭିଡ ହୋଇଛି କି ନାହିଁ, ତାହା ଜାଣିବାର ଏକମାତ୍ର ଉପାୟ ହେଉଛି ପରୀକ୍ଷା। ନିଜର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରି କୋଭିଡ ହୋଇଛି କି ନାହିଁ ପରିଖି ନଅନ୍ତୁ। ଯଦି ନିଶ୍ଚିତ ହେଉଛିନ୍ତି ତେବେ ତୁରନ୍ତ ନିଜକୁ ଆଇସୋଲେଟ୍ କରନ୍ତୁ। ନଚେତ୍ ସଂକ୍ରମଣ ବୃଦ୍ଧି ହୋଇ ଆପଣଙ୍କ ପରିବାର ଲୋକଙ୍କୁ କ୍ଷତି ପହଞ୍ଚାଇପାରେ।  

ପରିବାରର ସୁରକ୍ଷା କିପରି ନେବେ ?

ପରିବାରରେ ଦୁର୍ବଳ ଥିବା ବ୍ୟକ୍ତିମାନଙ୍କୁ ବାହାରକୁ ଯିବାକୁ ଦିଅନ୍ତୁ ନାହିଁ। ସେମାନଙ୍କୁ ବାହାର ଲୋକଙ୍କ ସହ ଅଧିକା ମିଳାମିଶା ହେବାକୁ ଦିଅନ୍ତୁ ନାହିଁ। ଯେତିକି ଆବଶ୍ୟକ ସେତିକି ନିଜେ ମିଶନ୍ତୁ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ମିଶିବାକୁ ଦିଅନ୍ତୁ।

କିଭଳି ସତର୍କତା ଅବଲମ୍ବନ କରିବେ ?

ଯେଉଁଠାରେ ଆମକୁ ସାକ୍ଷାତ କରିବାକୁ ପଡିବ, ସ୍ୱଳ୍ପ ସମୟ ପାଇଁ ସାକ୍ଷାତ କରିବା । ଶାରୀରିକ ସମ୍ପର୍କକୁ ଏଡ଼ାଇବା ଯେପରିକି ଅସୁସ୍ଥ ହେଲେ ଆଲିଙ୍ଗନ କରିବା ଏବଂ ହାତ ମିଳାଇବା ଇତ୍ୟାଦି।

ଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ସହ ଶରୀରର ସମସ୍ତ ଅଙ୍ଗକୁ ଘୋଡାଇ ରଖିବାକୁ ଚେଷ୍ଟା କରନ୍ତୁ। ମୁହଁ ଘୋଡାଇ ହେଉଥିବା ଭଳି ଛତା ପରି ଫେସ୍ ମାସ୍କ ବ୍ୟବହାର କରନ୍ତୁ।

ସତର୍କ ହିଁ ସମାଧାନର ବାଟ, ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ଖୁସିରେ ରୁହନ୍ତୁ…

ଖ୍ରୀଷ୍ଟମାସ ଏବଂ ନୂତନବର୍ଷ ଆଗମନରେ ତିତିଲି ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା