ଫେରିଲା ସ୍ବେଟର ଫ୍ୟାଶନ୍

ଶୀତ ଋତୁ ଆସିବା ମାତ୍ରେ ସ୍ବେଟ ସାର୍ଟ, ହୁଡି, ଚମଡା ଜ୍ୟାକେଟ୍, ବ୍ଲେଜର ଏବଂ ଲମ୍ବା କୋର୍ଟ ଇତ୍ୟାଦିର ଖୋଜା ପଡେ। ଏସବୁ ମଧ୍ୟରେ ପୁରୁଣା ଫ୍ୟାଶନ୍ ପୁଣି ଥରେ ଚାଲିଛି ଅର୍ଥାତ୍ ଆମେ କହିପାରିବା ଯେ ସ୍ବେଟର ଫ୍ୟାଶନ୍ ପୁଣି ଫେରିଛି। ଲୋକମାନେ ସ୍ୱିଟରର ଫ୍ୟାଶନକୁ ପୁଣି ପସନ୍ଦ କରୁଛନ୍ତି। ପୂର୍ବ ସମୟରେ ଲୋକମାନେ ହାତରେ ବୁଣା ହୋଇଥିବା ରଙ୍ଗୀନ ସ୍ବେଟର୍ ପିନ୍ଧୁଥିଲେ। ତାହା ମଧ୍ୟ ଶରୀରକୁ ବହୁତ ଉଷ୍ମ ରଖୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଦେଖାଗଲା ଯେ ଲୋକମାନେ ସ୍ବେଟର ପିନ୍ଧିବାକୁ ପସନ୍ଦ କଲେ ନାହିଁ, ପୁରୁଣା ଫ୍ୟାଶନ କହି ଦୂରେଇ ଦେଲେ ଏବଂ ତାହାର ସ୍ଥାନ ନେଲା ଜ୍ୟାକେଟ୍। ଭଳି କି ଭଳି ଲେଦର, ଫୋମ୍ ଓ ଉଲେନ୍ ଜ୍ୟାକେଟ୍ ବଜାରରେ ମିଳିଲା ଏବଂ ଲୋକମାାନେ ତାହାକୁ ପିନ୍ଧିବାକୁ ପସନ୍ଦ କଲେ।

 

କିନ୍ତୁ ବର୍ତ୍ତମାନ ପୁଣି ଥରେ ସ୍ବେଟରର ଟ୍ରେଣ୍ଡ ଫେରିଛି। ବଜାରରେ ଅନେକ ପ୍ରକାରର ଡିଜାଇନ୍ ଏବଂ ରଙ୍ଗର ମିଳୁଛି। ମୁହଁ ଫେରାଇ ନେଇଥିବା ସ୍ବେଟରକୁ ଲୋକମାନେ ପସନ୍ଦ କରୁଛନ୍ତି । ବଡ଼ ବଡ଼ ଷ୍ଟାର ବା ହିରୋ ହିରୋଇନ୍ ମାନେ ପିନ୍ଧୁଥିବା ଆମେ ଦେଖୁଛୁ। ସୋନମ, ଦୀପିକା ଏବଂ ଜାନଭୀ କପୁରଙ୍କ ପରି ବଲିଉଡ ସୁନ୍ଦରୀମାନେ ମଧ୍ୟ ସ୍ବେଟର ପିନ୍ଧୁଥିବା ଦେଖିବାକୁ ମିଳୁଛି।

 

ଯଦି ଘରେ ହାତବୁଣା ସ୍ବେଟର ତିଆରି କରିପାରିବା ଭଳି ବ୍ୟକ୍ତି  ଅଛନ୍ତି, ତେବେ ଆପଣ ଘରେ ମଧ୍ୟ ନିଜ ପାଇଁ ପ୍ରସ୍ତୁତ ଏକ ଆକର୍ଷଣୀୟ ସ୍ୱିଟର ପାଇପାରିବେ। ତେବେ ଆସନ୍ତୁ ନଜର ପକାଇବା ସ୍ବେଟରର କିଛି ନୂଆ ଡିଜାଇନ୍ ଉପରେ….

ହାଇନେକ୍ କିମ୍ବା ଟର୍ଟଲ ନେକ୍ ସ୍ବେଟର

ଷ୍ଟାଇଲିସ୍ ଏବଂ ଆରାମଦାୟକ ଲୁକ୍ ପାଇଁ ଟର୍ଟଲ ନେକ୍ ସ୍ବେଟର ସର୍ବୋତ୍ତମ। ଆପଣ ଏଥିରେ ଅତ୍ୟଧିକ ଥଣ୍ଡା ଅନୁଭବ କରିବେ ନାହିଁ ଏବଂ ବେକ ମଧ୍ୟ ଉଷ୍ମତା ପାଇବ। ଏହାକୁ ଟ୍ରାଉଜର, ଜିନ୍ସ କିମ୍ବା ଚମଡା ପ୍ୟାଣ୍ଟ ସହିତ ପିନ୍ଧି ପାରିବେ।

ଓଭରସାଇଜ୍ ସ୍ବେଟର

ଓଭରସାଇଜ୍ ଏବଂ ନି ଲେନ୍ଥ ବା ଆଣ୍ଠୁ ତଳକୁ ସ୍ବେଟର୍ ପିନ୍ଧିବାର ଦୁଇଟି ଲାଭ … ପ୍ରଥମତଃ ଆପଣ ଷ୍ଟାଇଲିସ୍ ଦେଖାଯିବେ ଏବଂ ଅନ୍ୟଟି ଆପଣ ଶୀତରୁ ରକ୍ଷା ପାଇବେ। ଆପଣ ଏହା ସହିତ ଲମ୍ବା ଜୋତା ଏବଂ ହାଇ ହିଲ୍ ପିନ୍ଧିପାରିବେ। ସୋନମ କପୁର ଏବଂ ଦୀପିକା ପାଦୁକୋନଙ୍କୁ ଅନେକ ଥର ଓଭର ସାଇଜ୍ ପିନ୍ଧିଥିବାର ନଜର ଆସିଛନ୍ତି। ଓଭରସାଇଜରେ ଜ୍ୟାକେଟ୍ ଷ୍ଟାଇଲ୍ ସ୍ବେଟର ମଧ୍ୟ ଆପଣଙ୍କ ଲୁକ୍କୁ ଭିନ୍ନ ରୂପ ଦେବ।

ପୋଞ୍ଚୋ ସ୍ବେଟର

କଲେଜ ଯାଉଥିବା ଝିଅମାନଙ୍କ ପାଇଁ ପୋଞ୍ଚୋ ଏକ ପ୍ରିୟ ସ୍ବେଟର। ଏହା ହାଇନେକ୍ ସ୍ବେଟର, ଯାହାକୁ ଯେକୌଣସି ପୋଷାକ ଉପରେ ପିନ୍ଧିପାରିବେ।

ଅଫ୍ ସୋଲଡର ସ୍ବେଟର

ଅଫ୍ ସୋଲଡର ସ୍ବେଟର କ୍ଲାସୀ ଲୁକ୍ ଦେଇଥାଏ। ଯଦି ଆପଣ ଚାହାଁନ୍ତି, ସ୍ବେଟର ସହିତ ବେକରେ ଷ୍ଟାଇଲିସ୍ ଆସେସୋରିଜ୍ ପିନ୍ଧିପାରିବେ।

ସର୍ଟ ସ୍ୱିଟର

ଏହା ମଧ୍ୟ ସର୍ବୋତ୍ତମ ବିକଳ୍ପ। ଏହା ଶୀତ ହେବାକୁ ଦେବ ନାହିଁ ଏବଂ ପାଶ୍ଚାତ୍ୟ ଲୁକ୍ ମଧ୍ୟ ଦେବ। ଏହାକୁ ଲମ୍ବା କୋଟ୍ ସହିତ ମଧ୍ୟ ପିନ୍ଧି ପାରିବେ |

ୱାନ୍‌ପିସ୍‌ ଲଙ୍ଗ ସ୍ବେଟର

ୱାନ୍‌ପିସ୍‌ ଲଙ୍ଗ ସ୍ବେଟର ମଧ୍ୟ ବହୁତ ଷ୍ଟାଇଲିସ୍ ଦେଖାଯାଏ। ଆପଣ ଅଣ୍ଟା ବେଲ୍ଟ ସହିତ ୱାନ୍‌ପିସ୍‌ ଲଙ୍ଗ ସ୍ବେଟର ପିନ୍ଧି ପାରିବେ। ଏହା ସହିତ ଆପଣ ଷ୍ଟେକିଙ୍ଗ ବା ଲଙ୍ଗ ଥାଇ ହାଇ ଜୋତା ପିନ୍ଧିପାରିବେ।