ବାଲିରେ ଚର୍ଚ୍ଚା ଐତିହାସିକ ବାଲିଯାତ୍ରା

ଲୋକଙ୍କୁ ଆକର୍ଷଣ କରୁଛି ସବୁଜ ବଳୟରେ ରଙ୍ଗୀନ ଆଲୋକମାଳା

କଟକର ଐତିହାସିକ ବାଲିଯାତ୍ରା। ଦେଶରେ ସୀମିତ ନାହିଁ। ସୁଦୂର ବାଲିରେ ଚାଲିଛି ବାଲିଯାତ୍ରାର ଚର୍ଚ୍ଚା। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ପ୍ରଚାରପ୍ରସାର କରିଛନ୍ତି। ଇଣ୍ଡୋନେସିଆର ବାଲି ଦ୍ବୀପରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଦ୍ଧନା ଦେଇ ମୋଦୀ କହିଛନ୍ତି, “ ବର୍ତ୍ତମାନ ଏଠାରୁ ପ୍ରାୟ ୧୫୦୦ କିମି ଦୂର କଟକଠାରେ ଐତିହାସିକ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି । ହଜାର ହଜାର ବର୍ଷ ତଳର ଭାରତ-ଇଣ୍ଡୋନେସିଆ ବାଣିଜ୍ୟିକ ସଂପର୍କକୁ ମନେ ପକାଇ ଏହି ମହୋତ୍ସବ ପାଳନ କରାଯାଉଛି। ଲକ୍ଷ ଲକ୍ଷ ଲୋକ ଏହି ଏହି ମହୋତ୍ସବରେ ଯୋଗ ଦେଉଛନ୍ତି। ଇଣ୍ଟରନେଟ ମାଧ୍ୟମରେ ଇଣ୍ଡୋନେସିଆର ଲୋକମାନେ ଏହାର ଫଟୋ ଦେଖି ନିଶ୍ଚିତ ଖୁସି ଅନୁଭବ ହେଉଥିବେ।

ନୂଆ ରୂପରେ ନୂଆ ଢଙ୍ଗରେ ସ୍ବାଗତ କରାଯାଇଛି ଏଥରର ଐତିହାସିକ ବାଲିଯାତ୍ରା ମହୋତ୍ସବକୁ। ଚଳିତ ବର୍ଷ ପ୍ରଥମ କରି ହୋଇଥିବା ମହାନଦୀରେ ଲେଜର ଲାଇଟ ‌ସୋ ବା ଲାଇଟ ଆଣ୍ଡ ସାଉଣ୍ଡ ଏବଂ ’କଟକ ଇନ କଟକ’ ମୁଖ୍ୟ ଆର୍କଷଣ ସାଜିଛି । କୋଭିଡ ଯୋଗୁଁ ବିଗତ ଦୁଇ ବର୍ଷ ପରେ ବାଲିଯାତ୍ରା ମହୋତ୍ସବ ପାଳନ କରାଯାଉଥିବାରୁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ପ୍ରାୟ ୧୭୦୦ ଷ୍ଟଲ ଓ ୨ହଜାରରୁ ଅଧିକ ବ୍ୟବସାୟୀଙ୍କୁ ଜମିଛି ବାଲିଯାତ୍ରା।

ଏଥର ସବୁଜ ବଳୟରେ ବିଭିନ୍ନ ରଙ୍ଗୀନ ଆଲୋକ ଓ ଭାଇଚାରର ପ୍ରତୀକ ମନ୍ଦିର, ମସଜିଦ ଓ ଗୁରୁଦ୍ବାର ଏସବୁର ବ୍ୟବସ୍ଥା କରାଯାଇଛି। ଏହାସହିତ ବାଲୁକା କଳା ଓ ସହରର ବିଭିନ୍ନ ପ୍ରତିଷ୍ଠିତ ସ୍ଥାନ ତଥା ଧବଳେଶ୍ବର ମନ୍ଦିର, ରେଳଷ୍ଟେସନ, ହାଇକୋର୍ଟ ଭଳି ସ୍ଥାନ ଆକୃତିର ତୋରଣ ଅନ୍ୟତମ ଆକର୍ଷଣ ପାଲଟିଛି।

ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦେଖି ୯ ଦିନ ବଦଳରେ ବାଲିଯାତ୍ରାକୁ ୧୦ ଦିନ ପାଇଁ ବୃଦ୍ଧି କରାଯାଇଛି। ଅର୍ଥାତ୍ ୧୬ରେ ଶେଷ ହେବାକୁ ଥିବା ବାଲିଯାତ୍ରା ମହୋତ୍ସବ ୧୭ରେ ଶେଷ ହେବ। ଏହି ଯାତ୍ରାରେ ବଲିଉଡ ଓ ଓଲିଉଡର ଅନେକ ଜଣାଶୁଣା କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି।

ତେବେ ଆସନ୍ତୁ ଫଟୋରେ ଦେଖିବା ବାଲିଯାତ୍ରା ମହୋତ୍ସବର କିଛି ଦୃଶ୍ୟ…

ସବୁ ଥର ଭଳି ଏଥର ମଧ୍ୟ ଘରକରଣା ଜିନିଷର ଆସର ଜମିଛି। ଏକିଛି ବର୍ଷ ମଧ୍ୟରେ ଟେରାକୋଟାର ରୋଷେଇ ସାମଗ୍ରୀ ପାତ୍ରର ଚାହିଦା ବଢିଛି। କପ୍ ପ୍ଲେଟ ସହ ରଙ୍ଗୀନ ପାଣି ବୋତଲ ଦେଖିବାକୁ ମିଳିଛି।

ରଙ୍ଗୀନ ଆଲୋକମାଳାରେ ଫଟୋ ଉଠାଇବା ସହ ରାମ ଦୋଳି, ବ୍ରେକ୍ ଡ୍ରାନ୍ସ ଭଳି ଦୋଳି ଲୋକେ ମଜା ନେଉଛନ୍ତି।