ଅନେକ ଝିଅ ଦୈନନ୍ଦିନ ଜୀବନରେ ମେକଅପ୍ ବ୍ୟବହାର କରିବାକୁ ଭଲ ପାଆନ୍ତି। ଏହା ସେମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି କରାଇଥାଏ। ଭଲ ମେକଅପ୍ କରିବା ପାଇଁ ସେମାନେ ତ୍ବଚାରେ ଅନେକ ପ୍ରକାରର ମେକଅପ୍ ଉତ୍ପାଦ ମଧ୍ୟ ବ୍ୟବହାର କରନ୍ତି। କିନ୍ତୁ କିଛିଟା ଭୁଲ୍ ପାଇଁ ସେମାନଙ୍କୁ କଷ୍ଟ ସହିବାକୁ ପଡିଥାଏ। ତ୍ବଚା ଖରାପ ହେବା ସହ ମୁହଁରେ ବିଭିନ୍ନ ପ୍ରକାରର ବ୍ରଣ, ଦାଗ ଦେଖାଯାଏ।
ଏମିତିରେ ଏବେ ପାର୍ବଣର ଋତୁ ଚାଲିଛି ଏବଂ ଆଉ କିଛି ଦିନ ପରେ ପର୍ଯ୍ୟଟନ ଋତୁ ଅର୍ଥାତ୍ ବୁଲାବୁଲିର ସମୟ ଆସିଯିବ। ତେଣୁ ସେଥିପାଇଁ ମେକ୍ଅପ୍ର ଚାହିଦା ମଧ୍ୟ ଆହୁରି ବଢିଯିବ। ତେବେ ଆସନ୍ତୁ ମେକ୍ଅପ୍ କରିବା ପୂର୍ବରୁ କିଛି ଟିପ୍ସ ବିଷୟରେ ଜାଣିବା….
ମେକ୍ଅପ୍ କିଟ୍ ମଧ୍ୟରେ ପ୍ରାଥମିକତା ହେଉଛି ପ୍ରାଇମର୍। ମହିଳାମାନେ ମେକଅପ୍ କରିବା ସମୟରେ ପ୍ରାଇମର୍ ବ୍ୟବହାର କରନ୍ତି । ପ୍ରାଇମର୍ ପ୍ରୟୋଗ କରିବା ଦ୍ବାରା ମେକଅପ୍ ସଂପୂର୍ଣ୍ଣ ସେଟ୍ ରହିବା ସହ ତ୍ବଚାରେ କୌଣସି କ୍ଷତି ହେବାକୁ ଦିଏନାହିଁ। ତେଣୁ ମେକ୍ଅପ୍ ନେବା ପୂର୍ବରୁ ପ୍ରାଇମର୍ ଲଗାଇବାକୁ ଭୁଲନ୍ତୁ ନାହିଁ।
ତ୍ବଚା ଉପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ରହିବ ନାହିଁ
ତ୍ବଚାରେ ପ୍ରାଇମର୍ ବ୍ୟବହାର କରିବା ଦ୍ବାରା ମେକ୍ଅପ୍ ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୁଏ ନାହିଁ। ଏହା ତ୍ବଚା ଉପରେ ଏକ ଆବରଣ ସୃଷ୍ଟି କରିଥାଏ, ଯେଉଁ କାରଣରୁ କୌଣସି ରାସାୟନିକ ଦ୍ରବ୍ୟର ପ୍ରଭାବ ତ୍ବଚା ଉପରେ ପଡିନଥାଏ। ଏହା ତ୍ବଚାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିଥାଏ।
ମେକଅପ୍ ସେଟ୍ କରେ
ପ୍ରାଇମର୍ କେବଳ ତ୍ବଚାକୁ ସୁରକ୍ଷା ଦେଇନଥାଏ ବରଂ ଚର୍ମରେ ମେକଅପ୍ ସେଟ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ମେକଅପ୍ ପ୍ରାୟତଃ ବର୍ଷା ଏବଂ ଟାଣ ଖରା ସମୟରେ ନଷ୍ଟ ହେବାକୁ ଲାଗେ। ଏହି ଋତୁରେ ଆପଣ ଚର୍ମ ଉପରେ ଏକ ପ୍ରାଇମର୍ ପ୍ରୟୋଗ କରିପାରିବେ। ଏହା ଆପଣଙ୍କ ମେକଅପ୍ କୁ ସ୍ଥାୟୀ ରଖିବ ଏବଂ ତ୍ବଚାକୁ ସୁରକ୍ଷିତ ରହିବ।
ତ୍ବଚାରେ ଅମ୍ଳଜାନ ରଖିବ
ପ୍ରାଇମର୍, ଫାଉଣ୍ଡେସନ୍ କିମ୍ବା କନ୍ସିଲର୍ ବ୍ୟବହାର ନକରିବା ହେତୁ ବେଳେବେଳେ ତ୍ବଚାରେ ଅମ୍ଳଜାନର ଅଭାବ ଦେଖାଯାଏ। ଯେଉଁଥିପାଇଁ ତ୍ବଚା ମଧ୍ୟ ନଷ୍ଟ ହୋଇପାରେ। ଏହାକୁ ଏଡାଇବା ପାଇଁ ଆପଣ ପ୍ରାଇମର୍ ବ୍ୟବହାର କରି ଫାଉଣ୍ଡେସନ୍ ଏବଂ କନ୍ସିଲର୍ ବ୍ୟବହାର କରିପାରିବେ ଭଲ ଲୁକ୍ ଦେଇପାରିବେ। ଏହା ସହ ତ୍ବଚା ମଧ୍ୟ ସୁରକ୍ଷିତ ରହିବ।
ସଫ୍ଟ ମେକଅପ୍
ପ୍ରାଇମର୍ ଆପଣଙ୍କ ତ୍ୱଚାରେ ମେକଅପ୍ କୁ ସଫ୍ଟ ଲୁକ୍ ଦେବାରେ ସାହାଯ୍ୟ କରେ। ପ୍ରାଇମର ବ୍ୟବହାର ଦ୍ବାରା ତ୍ବଚାରେ ଏକ ବେସ ଲେୟାର ସୃଷ୍ଟି ହୋଇଥାଏ, ଯାହା ଦ୍ବାରା ତ୍ବଚାରେ ଥିବା ଖାଲ ଦେଖାଯାଏ ନାହିଁ। ସ୍କିନ୍ ସଫ୍ଟ ହେବା ସହ ମେକଅପ୍ ଭଲ ଭାବରେ ସେଟ୍ ନେଇଥାଏ।
ବ୍ରଣରୁ ମୁକ୍ତି
ମେକଅପ୍ ପ୍ରୟୋଗ କରିବା ଦ୍ବାରା ତ୍ବଚାରେ ବ୍ରେକଆଉଟ୍ ଦେଖାଯିବା ଆରମ୍ଭ ହୁଏ। ବ୍ରେକଆଉଟ୍ ହେତୁ ତ୍ବଚାରେ ବ୍ରଣ ଭଳି ସମସ୍ୟା ମଧ୍ୟ ହୋଇପାରେ। ଏପରି ପରିସ୍ଥିତିରେ ତ୍ବଚାକୁ ଯେକୌଣସି ପାର୍ଶ୍ୱ ପ୍ରତିକ୍ରିୟାରୁ ରକ୍ଷା କରିବା ପାଇଁ ଆପଣ ଏକ ପ୍ରାଇମର୍ ବ୍ୟବହାର କରିପାରିବେ । ପ୍ରାଇମର୍ ତ୍ବଚାକୁ ସମ୍ପୂର୍ଣ୍ଣରୂପେ ସୁରକ୍ଷା ଦେବା ସହ ବ୍ରଣରୁ ରକ୍ଷା କରିବ।