ଫଟୋରେ ଦେଖନ୍ତୁ କୋଲକାତା ପ୍ରସିଦ୍ଧ ଦୁର୍ଗା ପୂଜା

ନବଦୁର୍ଗା, ନବରାତ୍ରୀ ଏବଂ ଦୁର୍ଗା ପୂଜା ନାମ ଅନେକ, କିନ୍ତୁ ଭକ୍ତି ଗୋଟିଏ। ଯଦିଓ ନବରାତ୍ରୀ ସମଗ୍ର ବିଶ୍ବରେ ପାଳନ କରାଯାଏ, କିନ୍ତୁ ପଶ୍ଚିମବଙ୍ଗର ଦୃଶ୍ୟ ନିଆରା । ସୁଜ୍ଜିତ ପାଣ୍ଡାଲ୍, ରଙ୍ଗ ବେରଙ୍ଗର ଆଲୋକମାଳା ସାଙ୍ଗକୁ ମା’ ଦୁର୍ଗାଙ୍କ ଚମତ୍କାର ଚେହେରା  ଏବଂ ସିନ୍ଦୁର ଖେଳ ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ।

କୋଲକାତାର ପ୍ରାୟ ପ୍ରତ୍ୟେକ ଗଳିରେ ପାଣ୍ଡାଲ କରାଯାଇ ମାତାଙ୍କୁ ପୂଜାର୍ଚ୍ଚନା କରାଯାଏ। ସେଠାରେ ବିଭିନ୍ନ ଥିମ୍‌ ବା ବିଷୟବସ୍ତୁ ଉପରେ ପାଣ୍ଡାଲ୍ ତିଆରି କରାଯାଏ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏହି ପାଣ୍ଡାଲ ଦେଖିବା ପାଇଁ ସେଠାରେ ପହଞ୍ଚିଥାନ୍ତି।

ଏଥର ମହମ୍ମଦ ଅଲି ପାର୍କରେ ରାଜସ୍ଥାନ ଥିମ୍‌ରେ ଶିଶା ବା କାଚ ମହଲ ପ୍ରସ୍ତୁତ କରାଯାଇଛି। ଏହା ଏତେ ସୁନ୍ଦର ଭାବରେ ତିଆରି ହୋଇଛି ଯେ ଦେଖିବା ଲୋକର ଆଖି ହଟୁନାହିଁ।

ଗତଥର ବିଧାନସଭା ନିର୍ବାଚନ ପରେ ଏଥର ପଶ୍ଚିମବଙ୍ଗରେ ହୋଇଥିବା ହିଂସା କୋଲକାତାର ଏକ ଦୁର୍ଗା ପୂଜା ପାଣ୍ଡାଲରେ ଦେଖିବାକୁ ମିଳିଛି। ଦୁର୍ଗା ମୂର୍ତ୍ତି ପରିବର୍ତ୍ତେ ମା’ ଛୁଆ କୁ କୋଳରେ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ସିଲିକୋନ ଖୋଦିତ ମୂର୍ତ୍ତି ପ୍ରସ୍ତୁତ କରାଯାଇଛି। ଗଣେଶ, ଦେବୀ ସରସ୍ୱତୀ ଏବଂ ଲକ୍ଷ୍ମୀଙ୍କ ମୂର୍ତ୍ତି ଅନ୍ତରାଳରେ ଦେଖିବାକୁ ମିଳିଛି।

କୋଲକାତାର ଏକ ଜଣାଶୁଣା ପୂଜା କମିଟି ଶ୍ରୀ ଭୂମି ସ୍ପୋର୍ଟିଂ କ୍ଲବ ଚଳିତ ବର୍ଷ ବାଟିକାନ ସହରର ସେଣ୍ଟ ପିଟର ବେସିଲିକା ଚର୍ଚ୍ଚର ବିଷୟବସ୍ତୁ ଉପରେ ଏକ ପାଣ୍ଡାଲ ନିର୍ମାଣ କରିଛନ୍ତି। କୁହାଯାଉଛି ଯେ ଶହେରୁ ଅଧିକ କାରିଗର ଏହାକୁ ପ୍ରସ୍ତୁତ କରିଛନ୍ତି, ଯାହା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୬୦ ଦିନ ସମୟ ଲାଗିଥିଲା ।

୯୫ ପଲ୍ଲୀ ଯୋଧପୁର ପାର୍କରେ ଏକ ପାଣ୍ଡାଲରେ ଦେବୀ ଦୁର୍ଗା ପୂଜାର ଏକ ବିରାଟ ପ୍ରତିମୂର୍ତ୍ତି ସମସ୍ତଙ୍କୁ ଆକର୍ଷିତ କରିଛି। ଏହାକୁ ଦେଖିବାକୁ ପାଇଁ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି ଏବଂ ଏହାକୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି।