ଦୁନିଆର ସବୁଠାରୁ ସୁନ୍ଦର ସମ୍ପର୍କ ହେଉଛି ଏକ ମା – ଝିଅ ଯୋଡି। ଝିଅଟି ସବୁଠାରୁ ବେଶୀ ମା’ ର ନିକଟତର ହୋଇଥାଏ। ଜଣେ ମା ହେଉଛି ଝିଅର ସର୍ବୋତ୍ତମ ବନ୍ଧୁ । ଏହା କେବଳ ସାଧାରଣ ଲୋକଙ୍କ ପାଇଁ ନୁହେଁ ବଲିଉଡ ଅଭିନେତ୍ରୀମାନଙ୍କ ପାଇଁ ମଧ୍ୟ..। ବଲିଉଡରେ ଅନେକ ମା- ଝିଅ ଯୋଡି ରହିଛି, ଯେଉଁମାନେ ବହୁତ ଷ୍ଟାଇଲିସ୍ ଏବଂ ପରସ୍ପରର ବହୁତ ଭଲ ବନ୍ଧବୀ। ସମାନ କ୍ଷେତ୍ରରେ କାମ ମଧ୍ୟ କରନ୍ତି । ଏହଭଳି ଅନେକ ମା- ଝିଅ ଯୋଡିଙ୍କୁ ଏକାଠି ବଡ ପରଦାରେ ଦେଖିବାକୁ ମିଳିଛି। ତେଣୁ ଆଜି ଆନ୍ତର୍ଜାତୀୟ ଝିଅ ଦିବସ ଅବସରରେ ଆସନ୍ତୁ ବଲିଉଡର ମା – ଝିଅ ଯୋଡି ଉପରେ ନଜର ପକାଇବା….
ଜୟା ବଚ୍ଚନ ଏବଂ ଶ୍ୱେତା ନନ୍ଦା
ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ ତାଙ୍କ ସମୟର ଜଣେ ପ୍ରମୁଖ ଅଭିନେତ୍ରୀ ଥିଲେ। ସେ ଅନେକ ଚଳଚ୍ଚିତ୍ରରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଦର୍ଶକଙ୍କ ହୃଦୟକୁ ଜିତିଛନ୍ତି। ଜୟା ଏବଂ ଅମିତାଭଙ୍କ ଝିଅ ଶ୍ୱେତା ନନ୍ଦା ମଧ୍ୟ ଷ୍ଟାଇଲ ଦୃଷ୍ଟିରୁ ତାଙ୍କ ମାଠାରୁ କମ୍ ନୁହଁନ୍ତି। ଶ୍ୱେତା ହୁଏତ ଇଣ୍ଡଷ୍ଟ୍ରିରେ କାମ କରିନଥିବେ, କିନ୍ତୁ ଉଭୟ ମା ଏବଂ ଝିଅଙ୍କ ଯୋଡି ଅନେକ ବିଭିନ୍ନ କାର୍ଯ୍ୟକ୍ରମ ବା ଟିଭି ଶୋ ରେ ଦେଖିବାକୁ ମିଳେ।
ଡିମ୍ପଲ୍ କାପାଡିଆ ଏବଂ ଟ୍ୱିଙ୍କଲ୍ ଖାନ୍ନା
ପ୍ରସିଦ୍ଧ ଅଭିନେତ୍ରୀ ଡିମ୍ପଲ୍ କାପାଡିଆ ମଧ୍ୟ ଅନେକ ଚଳଚ୍ଚିତ୍ରରେ ସର୍ବୋତ୍ତମ ଅଭିନୟ କରିଛନ୍ତି। ଡିମ୍ପଲ୍ କାପାଡିଆଙ୍କ ଝିଅ ଟ୍ୱିଙ୍କଲ୍ ଖାନ୍ନା ମଧ୍ୟ ଇଣ୍ଡଷ୍ଟ୍ରିର ନାମୀଦାମୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ଉଭୟ ମା ଏବଂ ଝିଅର ଯୋଡି ଷ୍ଟାଇଲିସ୍ ଏବଂ ବହୁତ ସୁନ୍ଦର ମଧ୍ୟ।
ଅମୃତା ସିଂ ଏବଂ ସାରା ଅଲି ଖାନ
ଅମୃତା ସିଂ ମଧ୍ୟ ଇଣ୍ଡଷ୍ଟ୍ରିରେ ଏକ ବଡ ନାଁ । ନିଜ କ୍ୟାରିଅର୍ ସହ ଅମୃତା ଝିଅ ସାରାଙ୍କୁ ମଧ୍ୟ ସପୂର୍ଣ୍ଣ ସମୟ ଦେଇଛନ୍ତି । ପିଲାମାନଙ୍କ ପାଇଁ ଅମୃତା ଚଳଚ୍ଚିତ୍ରରୁ ବହୁତ ସମୟ ବିରତି ନେଇଥିଲେ ।
ଗୌରୀ ଖାଁ ଏବଂ ସୁହାନା ଖାଁ
ଫ୍ୟାଶନ୍ ଦୃଷ୍ଟିରୁ ଗୌରୀ ଖାଁ ରାଜକୀୟ ଏବଂ ଗ୍ଲାମରସ୍ । ଏହା ସହ ସେ ମଧ୍ୟ ଜଣେ ଭଲ ମା। ମା ଙ୍କ ପରି ସୁହାନା ଖାଁ ମଧ୍ୟ ବହୁତ ଷ୍ଟାଇଲିସ୍ ଏବଂ ଟ୍ରେଣ୍ଡୀ । ଅନ୍ୟପକ୍ଷରେ ଗୌରୀ ଖାଁ ଝିଅ ସୁହାନାକୁ ଅନେକ ମାତ୍ରାରେ ସମର୍ଥନ କରନ୍ତି। ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପାଇଁ ଝିଅର ଷ୍ଟାଇଲିସ୍ ଫୋଟ ପୋଷ୍ଟ କରନ୍ତି।
ଶର୍ମିଲା ଟାଗୋର ଏବଂ ସୋହା ଅଲି ଖାନ୍
ବଲିଉଡ ଅଭିନେତ୍ରୀ ଶର୍ମିଲା ଟାଗୋର ମଧ୍ୟ ସେ ସମୟର ଜଣେ ପ୍ରମୁଖ ଅଭିନେତ୍ରୀ ଥିଲେ। ଆଜି ବି ଶର୍ମିଲା ଟାଗୋରର ସୌନ୍ଦର୍ଯ୍ୟ ଦେଖିବାକୁ ଲୋକେ ପାଗଳ ହୁଅନ୍ତି। ସେହିଭଳି ଅଭିନେତ୍ରୀଙ୍କ ଝିଅ ସୋହା ଅଲି ଖାନ୍ କିଛି କମ୍ ନୁହଁନ୍ତି। ଉଭୟ ମା ଏବଂ ଝିଅର ଯୋଡି ବହୁତ ସୁନ୍ଦର । ଯଦି ଉଭୟଙ୍କୁ ଏକାଠି ଦେଖାଯାଏ, ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ପସନ୍ଦ କରିବା କଷ୍ଟକର ହେବ।
ସୋନାକ୍ଷୀ ସିହ୍ନା ଏବଂ ପୁନମ୍ ସିହ୍ନା
ପ୍ରସିଦ୍ଧ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ଦବଙ୍ଗ ଗାର୍ଲ ସୋନାକ୍ଷୀ ମଧ୍ୟ ମା ପୁନମ୍ ସିହ୍ନା ପରି ବେଶ୍ ସୁନ୍ଦରୀ। ଉଭୟ ମା ଏବଂ ଝିଅଙ୍କ ମଧ୍ୟରେ ବନ୍ଧନ ମଧ୍ୟ ବହୁତ ସୁଦୃଢ। ଉଭୟଙ୍କୁ ମଧ୍ୟ ଅନେକ ଥର ଏକାଠି ଦେଖିବାକୁ ମିଳିଛି ।
କରୀନା କପୁର, କରିସ୍ମା କପୁର ଏବଂ ବବିତା କପୁର
ବବିତା କପୁରଙ୍କ ଦୁଇ ଝିଅ କରିସ୍ମା ଏବଂ କରୀନାଙ୍କ ଉଭୟ ମା ପରି ବହୁତ ସୁନ୍ଦରୀ ଏବଂ ଦକ୍ଷ ମଧ୍ୟ । ଉଭୟ ଝିଅ ଫ୍ୟାଶନ ଦୃଷ୍ଟିରୁ ନିଜ ମା ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦେଖାଯାଏ । ଅଭିନେତା ରାନ୍ଧୀର କପୁରଙ୍କୁ ବିବାହ କରିବା ପୂର୍ବରୁ ବବିତା ତାଙ୍କ କ୍ୟାରିୟରରେ ଅନେକ ସୁନାମ ଅର୍ଜନ କରିଥିଲେ କିନ୍ତୁ ବିବାହ ପରେ ସେ ଅଭିନୟ ଛାଡି ନିଜ ଦୁଇ ଝିଅମାନଙ୍କ ସହିତ ସମସ୍ତ ସମୟ ବିତାଇଥିଲେ।
ହେମା ମାଳିନୀ ଏବଂ ଇଶା ଦେଓଲ୍
ଡ୍ରିମ୍ ଗାର୍ଲ ହେମା ମାଲିନିଙ୍କର ଦୁଇ ଝିଅ ମା ମଧ୍ୟ ପରି ଖୁବ୍ ସୁନ୍ଦରୀ । ନିଜର ପ୍ରଭାବଶାଳୀ ଅଭିନୟରେ ଦର୍ଶକଙ୍କୁ ମତୁଆଲା କରୁଥିବା ହେମା ମାଲିନି ବହୁତ ଭଲ ମା ମଧ୍ୟ । ତାଙ୍କର ଉଭୟ ଝିଅ ହେମାଙ୍କର ଅତି ନିକଟତର । ଉଭୟ ଅନେକ କାର୍ଯ୍ୟକ୍ରମରେ ଏକାଠି ନଜର ଆସିଛନ୍ତି।
ଐଶ୍ୱର୍ଯ୍ୟା ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ
ବ୍ରହ୍ମାଣ୍ଡ ସୁନ୍ଦର ତଥା ବଲିଉଡର ନୀଳ ନୟନା ଐଶ୍ୱର୍ଯ୍ୟା ଜଣେ ଭଲ ମା । ଯେତିକି ନିଜ କାମକୁ ଭଲ ପଆନ୍ତି ସେତିକି ନିଜ ଝିଅକୁ ମଧ୍ୟ ଭଲ ପାଆନ୍ତି। ଝିଅ ଆରାଧ୍ୟାଙ୍କୁ ସର୍ବଦା ନିଜ ନିକଟତର ରଖିଥାନ୍ତି। ଏହାର ଝଲକ ଅନେକ ଥର ଦେଖିବାକୁ ମିଳିଛି। ସବୁ କାର୍ଯ୍ୟକ୍ରମରେ ନିଜ ଝିଅ ଆରାଧ୍ୟାଙ୍କୁ ସାଙ୍ଗରେ ରଖିବା ସହ ତାଙ୍କ ହାତ ଜାବୁଡି ଧରିଥିବା ଦେଖିବାକୁ ମିଳେ। ଷ୍ଟାଇଲ ଦୃଷ୍ଟିରୁ ଆରାଧ୍ୟା ମଧ୍ୟ କମ୍ ନୁହଁନ୍ତି। ଏକଦମ୍ ମାଙ୍କୁ ଟକ୍କର ଦିଅନ୍ତି।