ଗର୍ଭଧାରଣ ସମୟ ମହିଳାମାନଙ୍କ ପାଇଁ ସବୁଠାରୁ ଖୁସିର ମୁହୂର୍ତ୍ତ ଏବଂ ସେହି ସମୟରେ ଅଧିକ ଯତ୍ନଶୀଳ ହେବା ଆବଶ୍ୟକ। ନଅ ମାସର ଏହି ଦୀର୍ଘ ସମୟ ମଧ୍ୟରେ, ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ, ଯାହା ଅନେକ ମହିଳାମାନେ ବୁଝନ୍ତି ନାହିଁ, ବିଶେଷକରି ଯେଉଁମାନେ ପ୍ରଥମ ଥର ପାଇଁ ମା ହୁଅନ୍ତି। ଜଣେ ସେଲିବ୍ରିଟି ହୁଅନ୍ତୁ ଅବା ସାଧାରଣ ମହିଳା, ପ୍ରତ୍ୟେକ ମହିଳାଙ୍କ ସହିତ ଏପରି ଘଟେ । ସେମାନମଙ୍କ ମନରେ ପ୍ରଶ୍ନ ଆସେ ଯେ, ଏହା ସ୍ବଭାବିକ ତ ? ତେବେ ଆସନ୍ତୁ ଆଜିର ଆର୍ଟିକିଲରେ ଗର୍ଭଧାରଣ ସମୟରେ ମହିଳାମାନେ ଅନୁଭବ କରୁଥିବା ପ୍ରଥମ ତ୍ରୈମାସିକ ପ୍ରଶ୍ନ ଉପରେ ଆଲୋଚନା କରିବା….
ପ୍ରଶ୍ନ ୧: ବାରମ୍ବାର ଶୋଇବାର ଇଚ୍ଛା କାହିଁକି ହେଉଛି?
ଗର୍ଭାବସ୍ଥାର ଆରମ୍ଭରେ ବହୁତ ନିଦ୍ରା ଆସେ ଏବଂ ବାରମ୍ବାର ଶୋଇବାକୁ ଚାହାଁନ୍ତି, ତେବେ ଏହାର କାରଣ ହେଉଛି ପ୍ରୋଜେଷ୍ଟେରନ୍ ହରମୋନ୍ ସ୍ତରର ବୃଦ୍ଧି । ଏହି ହରମୋନ୍ ଆପଣଙ୍କୁ କ୍ଳାନ୍ତ କରିଥାଏ । ଏପରିକି ଦୈନନ୍ଦିନ କାର୍ଯ୍ୟଗୁଡ଼ିକ କଠିନ ପରିଶ୍ରମ ମନେ ହେବ। ରାତିରେ ନିଦ ଖରାପ ହୋଇପାରେ, ଯେଉଁ କାରଣରୁ ଆପଣ ଦିନରେ ଅଧିକ କ୍ଲାନ୍ତ ଅନୁଭବ କରିବେ। ତେବେ ଯଦି ଶୋଇବାକ ଇଚ୍ଛା ହେୁଛି ତେବେ ବିଶ୍ରାମ କରନ୍ତୁ।
ପ୍ରଶ୍ନ ୨: ରାତିରେ ବାନ୍ତି କାହିଁକି ଲାଗେ?
ଅନେକ ମହିଳା ସକାଳଳେ ଅସୁସ୍ଥତା ଅନୁଭବ କରନ୍ତି, କିନ୍ତୁ କେତେକ ଦିନ ପରିବର୍ତ୍ତେ ରାତିରେ ବାନ୍ତି ଅନୁଭବ କରନ୍ତି। ଯଦି ଏହା ରାତିରେ ଘଟେ, ତେବେ ସମସ୍ୟା ବଢିଯାଏ। କାରଣ ଆପଣ ଶୋଇପାରିବେ ନାହିଁ। କିନ୍ତୁ ଏହା ମଧ୍ୟ ସ୍ୱାଭାବିକ । ଏହା ପ୍ରାୟ ୧୬ ସପ୍ତାହରୁ ୨୦ ସପ୍ତାହ ମଧ୍ୟରେ ଭଲ ହୋଇଯାଏ। ଯଦିଓ କେତେକଙ୍କର ଶେଷ ପର୍ଯ୍ୟନ୍ତ ବାନ୍ତି ସମସ୍ୟା ଲାଗି ରହେ, ଏହା ମଧ୍ୟ ସ୍ୱାଭାବିକ ।
ପ୍ରଶ୍ନ ୩: ବାରମ୍ବାର ପରିସ୍ରା ଯିବାକୁ ପଡୁଛି ?
ଏହି ସମୟରେ, ଆପଣଙ୍କ ପେଟ ମୁତ୍ରାଶୟ ଉପରେ ଚାପ ପକାଇଥାଏ, ଯାହା ଦ୍ବାରା ବା ବାରମ୍ବାର ପରିସ୍ରା ଲାଗେ। ଯଦି ରାତିରେ ବାରମ୍ବାର ପରିସ୍ରା ଲାଗେ, ଏହା ଦ୍ବାରା ନିଦ୍ରା ମଧ୍ୟ ଖରାପ ହୋଇଥାଏ। ତେଣୁ, ଯଦି ଆପଣ ସନ୍ଧ୍ୟାରେ ତରଳ ଖାଦ୍ୟ ଗ୍ରହଣ କରିବା କମ୍ କରନ୍ତି, ତେବେ ଆପଣ ରାତିରେ ଆରାମରେ ଶୋଇ ପାରିବେ। ରାତି ପରିବର୍ତ୍ତେ ଦିନରେ ଅଧିକ ତରଳ ଖାଦ୍ୟ ଗ୍ରହଣ କରନ୍ତୁ, କାରଣ ପ୍ରଚୁର ପାଣି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।
ଚତୁର୍ଥ ପ୍ରଶ୍ନ: ଶୋଇବା ସମୟରେ ମୁଁ ଆରାମରେ ଶୋଇପାରୁ ନାହିଁ କାହିଁକି?
ଏହି ସମୟରେ, ସ୍ତନ ସହ ଶରୀରର ଓଜନ ମଧ୍ୟ ବୃଦ୍ଧି ହୋଇଥାଏ। ଯେଉଁ କାରଣରୁ ଆରାମଦାୟକ ଶୋଇବା କଷ୍ଟକର ହୋଇଯାଏ। ଯେଉଁ ମହିଳାମାନେ ପେଟାଇକି ବା ପେଟ ମାଡିକି ଶୋଇବାରେ ଅଭ୍ୟସ୍ତ, ସେମାନେ ଅଧିକ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ପ୍ରଥମ ତ୍ରୈମାସରେ, ବାମ ପାର୍ଶ୍ୱରେ ଶୋଇବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏହା ଶିଶୁର ରକ୍ତ ଏବଂ ପୁଷ୍ଟିକର ପ୍ରବାହ ସଠିକ୍ ହୋଇଥାଏ।
ପଞ୍ଚମ ପ୍ରଶ୍ନ: ଯଦି ଗର୍ଭଧାରଣ ସମୟରେ ପର୍ଯ୍ୟାପ୍ତ ନିଦ୍ରା ନହୁଏ, ତେବେ ଜନ୍ମିତ ଶିଶୁ ପ୍ରଭାବିତ ହେବ କି?
ଗର୍ଭାବସ୍ଥାରେ ଶୋଇବାର ଅଭାବ ଏକ ସାଧାରଣ କଥା । ଏହା ଆପଣଙ୍କ ଶିଶୁର କୌଣସି କ୍ଷତି କରିବ ନାହିଁ। କିନ୍ତୁ ଆବଶ୍ୟକ ସମୟରେ ବିଶ୍ରାମ କରନ୍ତୁ। ପ୍ରଥମ ତିନି ମାସ ବହୁତ କ୍ଲାନ୍ତ ଅନୁଭବ ହୁଏ, ତେଣୁ ବିଶ୍ରାମ ନିଅନ୍ତୁ। ଯଦି ଆପଣ ଚାକିରୀ କରନ୍ତି ତେବେ କାର୍ଯ୍ୟ ସମୟକୁ ଟିକିଏ ହ୍ରାସ କରିନ୍ତୁ। ଯଦି ତୁମର ପୂର୍ବରୁ ସନ୍ତାନ ରହିଛି, ତେବେ ସେମାନଙ୍କର ଯତ୍ନ ଅନ୍ୟ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରନ୍ତୁ। ଯାହା ଦ୍ବାରା ଆପଣଙ୍କୁ ବିଶ୍ରାମ କରିବାକୁ ସମୟ ମିଳିବ।
ଏହା ଥିଲା ଗର୍ଭଧାରଣର ପ୍ରଥମ ତ୍ରୈମାସିକ ସହିତ ଜଡିତ ସାଧାରଣ ପ୍ରଶ୍ନ। ପରବର୍ତ୍ତୀ ଉପସ୍ଥାପନାରେ ଆମେ ଆପଣଙ୍କୁ ଦ୍ୱିତୀୟ ତ୍ରୈମାସିକ ସହିତ ଜଡିତ ସମସ୍ୟା ଏବଂ ସମାଧାନ ବିଷୟରେ ଆଲୋଚନା କରିବା।