ଆଜି ଅର୍ଥାତ୍ ଜୁନ୍ ୩ ରେ ବିଶ୍ୱ ସାଇକେଲ ଦିବସ ଭାବରେ ସାରା ବିଶ୍ୱରେ ପାଳନ କରାଯାଉଛି। ଏହି ଦିନଟି ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସାଇକେଲ ଚଳାଇବାର ଉପକାର ବିଷୟରେ ଲୋକଙ୍କୁ ସଚେତନ କରିବା। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ରୋଗକୁ ଦୂର କରିବାରେ ସାଇକେଲ ସାହାଯ୍ୟ କରିଥାଏ। ଶରୀରକୁ ଫିଟ୍ ଏବଂ ସୁସ୍ଥ ରଖିବା ପାଇଁ ଦୈନିକ ମାତ୍ର ୩୦ ମିନିଟ୍ ସାଇକେଲ ଚଳାଇବା ଉଚିତ୍।
ଅନୁସନ୍ଧାନ ରିପୋର୍ଟ
ଅନୁସନ୍ଧାନ ଅନୁଯାୟୀ, ପ୍ରତିଦିନ ୩୦ ମିନିଟ୍ ସାଇକେଲ ଚଳାଇବା ଦ୍ୱାରା ମୋଟାପଣ, ହୃଦରୋଗ, ମାନସିକ ରୋଗ, ମଧୁମେହ ଏବଂ ଆଣ୍ଠୁଗଣ୍ଠି ଭଳି ରୋଗ ହେବାର ଆଶଙ୍କା କମିଯାଏ। ଏହା ବ୍ୟତୀତ ସାଇକେଲ ହେଉଛି ଏକ ସରଳ ସାଧନ ଯାହା ପରିବେଶର ସୁରକ୍ଷା ପାଇଁ ମଧ୍ୟ ବହୁତ ସାହାଯ୍ୟ କରିଥାଏ ।
ଏହି ଦିନର ଇତିହାସ
ଜାତିସଂଘରେ ୩ ଜୁନ୍ ୨୦୧୮ ରେ ବିଶ୍ୱ ସାଇକେଲ ଦିବସ ରୂପେ ପାଳନ କରିବାକୁ ମିଳିତ ଘୋଷଣା କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏହାକୁ ପାଳନ କରାଯାଉଛି। ୧୯୯୦ ପର୍ଯ୍ୟନ୍ତ ସାଇକେଲ ଯୁଗ ବହୁତ ଭଲ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଯାନବାହନ ଯୋଗୁଁ ସାଇକେଲର ଗୁରୁତ୍ୱ ହ୍ରାସ ପାଇଥିଲା। ଏହାର ଗୁରୁତ୍ୱ ପୁଣିଥରେ ଅବଗତ କରିବା ପାଇଁ ଏହି ଦିବସର ପାଳନ ଆରମ୍ଭ ହୋଇଥିଲା । ଏହି ଦିନ ପାଳନ କରିବାକୁ ଆମେରିକାର ମଣ୍ଟଗେମେରୀ କଲେଜର ପ୍ରଫେସର ଲେସେକ ସିବିଲସ୍କି ପ୍ରସ୍ତାବ ଆବେଦନ କରିଥିଲେ।