ମହିଳା ଦିବସ ୨୦୨୨ରେ ପ୍ରତିବାଦର ସ୍ବର : ପୁସ୍ତକରେ ପୁରୁଷ ସୈନିକ ଏବଂ ମହିଳା ନର୍ସ କାହିଁକି?

ଯେବେ ବି ଆମେ ଜଣେ ସୈନିକଙ୍କ ନାମ ନେଉ ବା ସେମାନଙ୍କ କଥା ମନେ ପକାଉ… ଆମ ମନରେ ଜଣେ ବ୍ୟକ୍ତିର ପ୍ରତିଛବି ଆସେ । ସେହିଭଳି ନର୍ସ ବା ଶିକ୍ଷାକ୍ଷେତ୍ର କଥା ଉଠାଇଲେ ମହିଳାଙ୍କ ଚିତ୍ର ଆମ ସାମ୍ନାକୁ ଆସେ। ଏପରି କାହିଁକି ? ବାସ୍ତବରେ, ଏସବୁ ଆମ ମନରେ ସ୍କୁଲ ସମୟରୁ ରହି ଆସିଛି ବା ସ୍କୁଲ ବହିରୁ ରହିଛି କହିଲେ କିଛି ଭୁଲ୍ ହେବ ନାହିଁ। ଯେଉଁଠାରେ ନର୍ସ ଏବଂ ଶିକ୍ଷାଦାନ ଭଳି ଚରିତ୍ରରେ ମହିଳାମାନେ ଚିତ୍ରିତ। ଅନ୍ୟ ସମସ୍ତ ବୃତ୍ତିରେ ପୁରୁଷ ଚରିତ୍ର ଦେଖାଯାଏ | ବର୍ତ୍ତମାନ ସମୟ ବଦଳିଛି, କାରଣ ମହିଳାମାନେ ନର୍ସ ଏବଂ ଶିକ୍ଷାଦାନ ବ୍ୟତୀତ ପ୍ରତ୍ୟେକ ବୃତ୍ତିରେ ପୁରୁଷଙ୍କ ସହ ସମାନ ସ୍ତରରେ ଛିଡା ହୋଇଛନ୍ତି ।

ତେଣୁ ଏହି ମହିଳା ଦିବସ ଅବସରରେ ସମସ୍ତ ଶିକ୍ଷା ବୋର୍ଡକୁ ମହିଳାଙ୍କ ଭାବମୂର୍ତ୍ତି ଉପରେ ଭେଦଭାବ ନ କରିବାକୁ ଆମେ ଅନୁରୋଧ କରୁଛୁ। ସ୍କୁଲ ପୁସ୍ତକରେ ମହିଳା ଏବଂ ପୁରୁଷମାନଙ୍କୁ ସମାନତାର ସ୍ତରରେ ଚିତ୍ରିତ କରିବା ପାଇଁ ଦାବି କରୁଛୁ। ଶବ୍ଦ ଏବଂ ଚିତ୍ର ଚୟନରେ ସମାନତା ରଖିବାକୁ ଅନୁରୋଧ କରିବା ସହ ସମାଜର ଅସମାନତାର ଏହି ଭେଦଭାବକୁ ସମାପ୍ତ କରିବା ଆମର ଏହି ଛୋଟ ପ୍ରୟାସ……

ଆଜି ନୁହେଁ ବରଂ ବର୍ଷ ବର୍ଷ ଧରି ମହିଳାମାନେ ଇତିହାସ ସୃଷ୍ଟି କରୁଛନ୍ତି …

ଡା. ଆନନ୍ଦିବାଇ ଗୋପାଳରାଓ : ପ୍ରଥମ ମହିଳା ଡାକ୍ତର

ଡା. ଆନନ୍ଦିବାଇ ଗୋପାଳରାଓ ୧୮୮୬ ମସିହାରେ ୱେଷ୍ଟର୍ଣ୍ଣ ମେଡିସିନ୍‌ରେ ଡିଗ୍ରୀ ହାସଲ କରିଥିଲେ। ବିରୋଧ ସତ୍ତ୍ବେ ସେ ଆମେରିକା ଯାଇ ଅଧ୍ୟୟନ କରିଥିଲେ।

କିରଣ ବେଦୀ: ପ୍ରଥମ ମହିଳା ଆଇପିଏସ୍

୧୯୭୨ ମସିହାରେ କିରଣ ବେଦୀ ଦେଶର ପ୍ରଥମ ମହିଳା ଆଇପିଏସ୍ ହୋଇଥିଲେ। ସେ ୩୫ ବର୍ଷ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ପରେ ୨୦୦୭ରେ ଅବସର ନେଇଥିଲେ। ତେବେ କାହିଁକି କେବଳ ପୁରୁଷ ପୁଲିସ୍ ଚିତ୍ର ପୁସ୍ତକରେ ଦର୍ଶାଯାଇଛି?

ଆୟାଲସୋମାୟାଜୁଲା ଲଲିତା ଦେଶର ପ୍ରଥମ ମହିଳା ଇଞ୍ଜିନିୟର। ଏକ ଗବେଷଣା ଅନୁଯାୟୀ, କେବଳ ୬ ପ୍ରତିଶତ ମହିଳାମାନଙ୍କୁ ବହିରେ ଦେଖିବାକୁ ମିଳେ। ଯଦି ବିଦ୍ୟାଳୟ ପୁସ୍ତକଗୁଡ଼ିକରେ ଏହାକୁ ବୃଦ୍ଧି କରାଯାଏ, ତେବେ ପିଲାଦିନରୁ ମହିଳାମାନଙ୍କ ପାଇଁ ସମାନତାର ଭାବନା ସୃଷ୍ଟି ହେବ।

ଉପସ୍ଥାପିକା – ବୈଜୟନ୍ତି ନାୟକ