ଉପକାରୀ ଫିଟକରୀ

ବେଳେବେଳେ କଠିନ ପରିଶ୍ରମ ପରେ ମଧ୍ୟ ସଫଳତା ହାସଲ ହୁଏ ନାହିଁ | ଏହି କାରଣରୁ ଜୀବନରେ ମାନସିକ ଚିନ୍ତା ଏବଂ ଅର୍ଥ ସମ୍ବନ୍ଧୀୟ ସମସ୍ୟା ଦେଖାଦିଏ। ଜ୍ୟୋର୍ତିବିଦ୍‌ମାନେ ଏହା ପଛର କାରଣ ହେଉଛି ବାସ୍ତୁ ଦୋଷ ବୋଲି କୁହନ୍ତି। ଏପରି ପରିସ୍ଥିତିରେ ଆପଣ ଫିଟକରୀ କୁ ଏହାର ସମାଧାନ ଭାବରେ ବ୍ୟବହାର କରି ବାରିବେ। ଧାର୍ମିକ ବିଶ୍ବାସ ଅନୁଯାୟୀ, ଏହା ବାସ୍ତୁ ଦୋଷ ଦୂର କରିବା ସହ ଜୀବନର ଅନେକ ସମସ୍ୟାଗୁଡ଼ିକୁ ଦୂର କରିଥାଏ ଏବଂ ସଫଳତା ଓ ପ୍ରଗତିର ପଥ ଖୋଲିଥାଏ |

ଏହି ସ୍ଥାନଗୁଡିକରେ ରଖନ୍ତୁ ଫିଟକରୀ

ଘର କିମ୍ବା କାର୍ଯ୍ୟାଳୟର ଯେକୌଣସି କୋଣରେ ୫୦ ଗ୍ରାମର ଫିଟକରୀ ରଖନ୍ତୁ। କିନ୍ତୁ ମନେରଖନ୍ତୁ ଯେ ଏହାକୁ କେହି ଦେଖିବା ଉଚିତ୍ ନୁହେଁ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହା ଆଖପାଖରେ ଥିବା ନକାରାତ୍ମକତା ଶକ୍ତିଏବଂ ବାସ୍ତୁ ଦୋଷ ଦୂର କରିଥାଏ। ଏହା ସହିତ ଅର୍ଥ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରି ଆର୍ଥିକ ସ୍ଥିତି ମଜବୁତ କରାଏ।

ଘର ପୋଛାରେ ଫିଟକରୀ

ବାସ୍ତୁଶାସ୍ତ୍ର ଅନୁଯାୟୀ, ସପ୍ତାହରେ ଦୁଇଥର ପାଣିରେ ଅଳ୍ପ ଫିଟକରୀ ମିଶାଇ ଘର ପୋଛି ଦିଅନ୍ତୁ। ଏହା ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ ବୋଲି ବିଶ୍ୱାସ କରାଯାଏ। ଏହା ଆର୍ଥିକ ସ୍ଥିତିକୁ ସୁଦୃଢ କରିବାରେ ସାହାଯ୍ୟ କରେ।

କବାଟରେ ଫିଟକରୀ ଟାଙ୍ଗନ୍ତୁ

ଏକ କଳା କପଡ଼ାରେ ଫିଟକରୀ ଖଣ୍ଡ ବାନ୍ଧି ଏହାକୁ ଘରର ମୁଖ୍ୟ ଫାଟକରେ ଟାଙ୍ଗନ୍ତୁ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହା ଘରେ ସକରାତ୍ମକ ଶକ୍ତି ଆଣିଥାଏ। ଏହା ସହିତ ଆର୍ଥିକ ଏବଂ ଶାରୀରିକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ।

ବାଥରୁମରେ ଫିଟକରୀ ରଖନ୍ତୁ

ବାଥରୁମରେ ଏକ ପାତ୍ରରେ ଫିଟକରୀ ରଖନ୍ତୁ। ଏହାକୁ ମାସେ ପରେ ପରିବର୍ତ୍ତନ ଜାରି ରଖନ୍ତୁ। ବିଶ୍ୱାସ କରାଯାଏ ଯେ ଏହା ଆଖପାଖର ନକାରାତ୍ମକ ଶକ୍ତି କୁ ସକରାତ୍ମକରେ ପରିବର୍ତ୍ତନ କରିଥାଏ।

ପିଲାମାନେ ଭୟବୀତ ସ୍ୱପ୍ନ ଦେଖୁଥିଲେ

ପ୍ରାୟତଃ ଛୋଟ ପିଲାମାନେ ରାତିରେ ଶୋଇବା ସମୟରେ ଭୟବୀତ ସ୍ୱପ୍ନ ଦେଖି କାନ୍ଦନ୍ତି। ଏହାକୁ ଏଡାଇବା ପାଇଁ, ଶୋଇବା ସମୟରେ ପିଲାଙ୍କ ମୁଣ୍ଡରେ ଏକ ଖଣ୍ଡ ଫିଟକରୀ ରଖନ୍ତୁ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହା ଦ୍ୱାରା ପିଲା ଭୟବୀତ ସ୍ୱପ୍ନ ଦେଖିବା ବନ୍ଦ କରିଦିଏ ।

ଅଶ୍ବସ୍ତ ବୃକ୍ଷ ତଳେ ଫିଟକରୀ

ଫିଟକରୀରେ ସିନ୍ଦୁର ଲଗାଇ ଏକ ରକ୍ଷାସୂତ୍ରରେ ବାନ୍ଧି ଅଶ୍ବସ୍ତ ବୃକ୍ଷ ତଳେ ରଖନ୍ତୁ। କେବଳ ବୁଧବାର ଦିନ ଏହି କାମ କରନ୍ତୁ। ବିଶ୍ୱାସ କରାଯାଏ ଯେ, ଏହି ପ୍ରତିକାର ଦ୍ୱାରା ଋଣ ସମସ୍ୟାରୁ ଶୀଘ୍ର ମୁକ୍ତି ମିଳିବ।