ପାଟି ଖୋଲି ଶୋଉଛନ୍ତି କି ?  ସାବଧାନ୍ , ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ !

ପ୍ରତ୍ୟେକ ବ୍ୟକ୍ତିଙ୍କର ଭିନ୍ନ ଭିନ୍ନ ଅଭ୍ୟାସ ରହିଛି, ଯାହା ଉଭୟ ଭଲ ଏବଂ ଖରାପ ହୋଇପାରେ । ଥରେ କୌଣସି ଜିନିଷରେ ଅଭ୍ୟସ୍ତ ହୋଇଗଲେ, ଏହାକୁ ବଦଳାଇବା ସହଜ ନୁହେଁ । ବର୍ତ୍ତମାନ ନିଶ୍ୱାସ ପ୍ରଶ୍ୱାସ ଅଭ୍ୟାସକୁ ଦେଖନ୍ତୁ, ଯଦିଓ ଜଣେ ବ୍ୟକ୍ତି ନାକ ଦେଇ ନିଶ୍ୱାସ ନେବା ଉଚିତ୍, କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ପାଟି ବାଟେ ନିଶ୍ୱାସ ନିଅନ୍ତି । ପିଲାମାନଙ୍କର ବିଶେଷ ଭାବରେ ଏହି ଅଭ୍ୟାସ ଥାଏ, ସେମାନେ ପ୍ରାୟତଃ ପାଟି ଖୋଲା କରି ଶୋଇଥାନ୍ତି। ଏହା ସହ ବେଳେବେଳେ ଥଣ୍ଡା ଓ ଜ୍ବର ହେବା ସମୟରେ ଏଭଳି ପ୍ରକ୍ରିୟା ଦେଖିବାକୁ ମିଳେ। ନାକ ବନ୍ଦ ହେତୁ ନିଶ୍ୱାସ ପାଟି ବାଟେ ନିଆଯାଏ। ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଆଦୌ ଠିକ୍ ନୁହେଁ। ଏହା ଦ୍ବାରା ଦାନ୍ତ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ। ତେବେ ଆସନ୍ତୁ ଆପଣଙ୍କୁ ଏହି ଅଭ୍ୟାସର କାରଣ ଏବଂ ଏହାକୁ ଏଡାଇବା ପାଇଁ ଉପାୟ କହିବା।

ପାଟି ନିଶ୍ୱାସର ପାର୍ଶ୍ୱ ପ୍ରତିକ୍ରିୟା

ପାଟିରେ ଶ୍ୱାସକ୍ରିୟା ହେତୁ ମୁହଁ ଏବଂ ଦାନ୍ତର ଆକୃତି ଖରାପ ହୋଇପାରେ ।

ଚେହେରା ପତଳା ଏବଂ ଲମ୍ବା ହୋଇପାରେ, ଦାନ୍ତଗୁଡ଼ିକ ବଙ୍କା ହୋଇପାରେ ।

ଅମ୍ଳଜାନର ଅଭାବ ମଧ୍ୟ ହୋଇପାରେ ।

ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ମଧ୍ୟ ହେବାର ସମ୍ଭାବନା ଥାଏ।

ଏହି ଅଭ୍ୟାସଗୁଡ଼ିକୁ କିପରି ବଦଳାଯିବ

ଶୋଇବା ପୂର୍ବରୁ ଗରମ ପାଣିର ବାମ୍ଫ ନେଇପାରିବେ । ଏହା ଆରାମଦାୟକ ଅନୁଭବ କରାଇଥାଏ। ଘର ଜିନିଷକୁ ସଫା ରଖନ୍ତୁ ଯାହା ଦ୍ବାରା ଆଲର୍ଜି ଏବଂ ନାକ ବନ୍ଦ ସମସ୍ୟା ହେବ ନାହିଁ। ନାକ ବନ୍ଦ ଜନିତ ସମସ୍ୟାର ସମାଧାନ ପାଇଁ ଡାକ୍ତରଙ୍କଠାରୁ ଔଷଧ ସେବନ କରିପାରିବେ ।