ଶୀତଦିନେ ଶରୀରକୁ ଗରମ ରଖିବା ଭଳି ଖାଦ୍ୟ ଖାଇବା ଆବଶ୍ୟକ। ଏଥିପାଇଁ ଆପଣଙ୍କ ଦୈନଦିନ ଖାଦ୍ୟ ତାଲିକାରେ କିଛି ନୂଆ ଖାଦ୍ୟ ସାମିଲ କରିବା ଉଚିତ୍। ତେବେ ଆସନ୍ତୁ ଜାଣିବା ଏଭଳି କିଛି ଖାଦ୍ୟ ବିଷୟରେ….
କଞ୍ଚା ଲଙ୍କା
ଥଣ୍ଡା ସମୟରେ କଞ୍ଚା ଲଙ୍କା ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ଥିବା କ୍ୟାପସାଇସିନ୍ ଶରୀରକୁ ଉତ୍ତାପ ଦେଇଥାଏ । ଶରୀରରୁ ଯନ୍ତ୍ରଣା ଦୂର କରିବାରେ ଏହା ସାହାଯ୍ୟ କରେ।
ଗୁଡ
ଶୀତଦିନେ ଗୁଡ ଖାଇବାର ଅନେକ ଲାଭ ରହିଛି । ଏହା ଥଣ୍ଡା, କାଶ ଏବଂ ସର୍ଦ୍ଦିକୁ ରୋକିଥାଏ । ଏହା ବ୍ୟତୀତ କଫ ସମସ୍ୟା ଥିଲେ ଏହାକୁ ଅଦା ସହିତ ଖାଇବା ଲାଭଦାୟକ ହୋଇଥାଏ। ଏଥିରେ ଥିବା ଲୌହ, ପୋଟାସିୟମ୍ ଏବଂ ଫସଫରସ୍ ଭଳି ଭିଟାମିନ୍ ଏବଂ ମିନେରାଲ୍ସ ଆଜମା, ବଦହଜମୀ ଏବଂ ଥକାପଣରୁ ମୁକ୍ତି ଦେଇଥାଏ।
ଦେଶୀ ଘିଅ
ଅନେକ ଲୋକ ଭାବନ୍ତି ଯେ, ଦେଶୀ ଘି ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ କିନ୍ତୁ ଏହା ସତ୍ୟ ନୁହେଁ । ଯଦି ଆପଣ ପ୍ରତିଦିନ ୧୫ ଗ୍ରାମ ଦେଶୀ ଘିଅ ଖାଆନ୍ତି, ତେବେ ଆପଣଙ୍କ ଶରୀରକୁ ଅନେକ ଲାଭ ମିଳିଥାଏ । ଶୀତଦିନେ ଘିଅ ଖାଇବା ଦ୍ବାରା ଶରୀର ଗରମ ରୁହେ ଏବଂ ତ୍ବଚାରେ ଚମକ ଆସେ।