ଦୀପ ଓ ବାଣରେ ଆଘାତ ପାଇଲେ, କ’ଣ କରିବେ ?

ଆସନ୍ତାକାଲି ଦୀପାବଳି। ଏହି ଦିନ ଲୋକମାନେ ବାଣ ଫୁଟେଇବାକୁ ପସନ୍ଦ କରନ୍ତି। ବିଶେଷ ଭାବରେ ପିଲାମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳେ। କିନ୍ତୁ ଅନେକ ସମୟରେ ବାଣ ଫୁଟେଇବା ବା ଦୀପ ଜଳାଇବା ବେଳେ ଜଳିଯିବାର ବା ଆଘାତ ଲାଗିବାର ସମ୍ଭାବନା ଥାଏ। ଏଭଳି ପରିସ୍ଥିତିରେ ନିଜର, ନିଜ ପରିବାରର ଏବଂ ବିଶେଷ କରି ଛୋଟ ପିଲାଙ୍କ ଯତ୍ନ ନେବା ନିହାତି ଆବଶ୍ୟକ। ଯଦି ବାଣ ଓ ଦୀପ ଦ୍ବାରା କିଛି ଆଘାତ ପାଉଛନ୍ତି ବା ଚର୍ମ ଜଳି ଯାଉଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସାମାନ୍ୟ ଜଳିଥିଲେ ବା ଚର୍ମରେ ଦାଗ ହୋଇଥିଲେ କିଛି ଘରୋଇ ଉପଚାର ଆପଣାଇ ପାରିବେ। ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ ଯାହା ଆରାମ ଦେବାରେ ସାହାର୍ଯ୍ୟ କରିବ।

ନଡିଆ ତେଲ

ନଡ଼ିଆ ସ୍ୱାସ୍ଥ୍ୟ ଏବଂ ଚର୍ମ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ | ଏହି ପରିପ୍ରେକ୍ଷୀରେ, ଆପଣ ଜଳି ଥିବା ସ୍ଥାନରେ ନଡିଆ ତେଲ ଲଗାଇ ପାରିବେ । ଏହା ଜଳା ପୋଡା ସ୍ଥାନକୁ ଆରାମ ଦେବା ସହିତ ଶୀଘ୍ର ଦାଗ ମଧ୍ୟ ଦୂର କରିଥାଏ।

ତୁଳସୀ ପତ୍ର

ଯଦି ଦୀପାବଳିରେ ବାଣ କିମ୍ବା ଦୀପ ଜଳାଇବା ସମୟରେ ହାତ ଜଳିଯାଏ, ତେବେ ସେହି ସ୍ଥାନରେ ତୁଳସୀ ପତ୍ରର ଏକ ପେଷ୍ଟ ଲଗାନ୍ତୁ । ଏହା ଯନ୍ତ୍ରଣାରୁ ମୁକ୍ତି ଦେବ । ସଂକ୍ରମଣର କୌଣସି ବିପଦ ରହିବ ନାହିଁ। ଏହା ସହ ପୋଡାଜଳାର ଚିହ୍ନ ବର୍ଣ୍ଣ ରହିବ ନାହିଁ ।

ଆଳୁ

ଆଳୁରେ ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି। ତେଣୁ ଏହା ପୋଡାଜଳାର ଯନ୍ତ୍ରଣାକୁ ହ୍ରାସ କରିବା ସହ ଥଣ୍ଡା ଅନୁଭବ କରାଇଥାଏ । ଏଥିପାଇଁ ଏକ କଞ୍ଚା ଆଳୁକୁ ପେଷ୍ଟ କରି ଲଗାନ୍ତୁ। ଆପଣ ଆଳୁର ରସ ନେଇ ତୁଳା ସହାଯ୍ୟରେ ଲଗାଇ ପାରିବେ।

ଘିଁ-କୁଆଁରୀ ରସ ବା ଆଲୋଭେରା ଜେଲ

ଘିଁ-କୁଆଁରୀ ରସ ବା ଆଲୋଭେରା ଜେଲରେ ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଥାଏ। ଏହାକୁ ଜଳାପୋଡା ସ୍ଥାନରେ ଲଗାଇଲେ ଶୀଘ୍ର ଆରମ ଲାଗେ। ଏହା ସହ ଦାଗ ଦୂର ହୁଏ ଏବଂ ଜୀବାଣୁ ସଂକ୍ରମଣ ଆଶଙ୍କା ଦୂର ହୁଏ।

ଗାଜର

ଜଳାପୋଡାରୁ ଶୀଘ୍ର ଆରୋଗ୍ୟ କରିବାରେ ଗାଜର ମଧ୍ୟ ଉପକାରୀ ବୋଲି ବିବେଚନା କରାଯାଏ। ଏହା ଯନ୍ତ୍ରଣାରୁ ମୁକ୍ତି ଦେବା ସହିତ ଦାଗ ଦୂର କରିବାରେ ସାହାଯ୍ୟ କରେ। ଏଥିପାଇଁ ଗାଜରକୁ ପେଷ୍ଟ କରି ଜଳାପୋଡା ସ୍ଥାନରେ ଲଗାନ୍ତୁ।