ଗ୍ରୀନ୍ କ୍ରାକର୍ସ (ସବୁଜ ବାଣ)କ’ଣ?

ଦୁଇ ଦିନ ପରେ ଦୀପାବଳୀ। ବାଣ ଫୁଟାଇବାର ଏକ ପୁରୁଣା ପରମ୍ପରା ରହିଛି। ପ୍ରଦୂଷଣର ଆଶଙ୍କା ଯୋଗୁଁ ଅନେକ ରାଜ୍ୟରେ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ତେବେ କେତେକ ରାଜ୍ୟରେ ଗ୍ରୀନ୍ କ୍ରାକର୍ସ ବିକ୍ରି ଏବଂ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଗ୍ରୀନ୍ କ୍ରାକର୍ସ ସାଧାରଣ ବାଣ ଅପେକ୍ଷା କମ୍ ପ୍ରଦୂଷଣ କରିଥାଏ।

ତେବେ ଗ୍ରୀନ୍ କ୍ରାକର୍ସ କ’ଣ? ଗ୍ରୀନ୍ କ୍ରାକର୍ସ ବା ସବୁଜ ବାଣକୁ ପରିବେଶ ଉପଯୋଗୀ ବାଣ ବୋଲି କୁହାଯାଏ। ଗ୍ରୀନ୍ କ୍ରାକର୍ସ ହେଉଛି ଜାତୀୟ ପରିବେଶ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (NEERI) ଦ୍ବାରା ଉଦ୍ଭାବନ ପାରମ୍ପାରିକ ବାଣ। ଏଥିରେ ପ୍ରଦୂଷଣ ମାତ୍ରା ବହୁତ କମ୍ ଥାଏ। ସାଧାରଣ ବାଣ ଅପେକ୍ଷା ୪୦ ରୁ ୫୦ ପ୍ରତିଶତ କମ୍ କ୍ଷତିକାରକ ଗ୍ୟାସ୍ ଉତ୍ପାଦନ ହୋଇଥାଏ। ଏହି ଗ୍ୟାସ୍ ଶରୀର ଭିତରକୁ ଯାଇ ଫୁସଫୁସକୁ କ୍ଷତି ପହଞ୍ଚାଇଥାଏ । ହୃଦ୍‌ରୋଗ ବା ଶ୍ୱାସରୋଗ ଭଳି ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ବିପଦଜନକ ହୋଇପାରେ। ବାଣରେ ଥିବା ରାସାୟନିକ ଉପାଦାନ ମଧ୍ୟ ଆମ ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ।

ତେବେ ଦୀପାବଳୀ ଅବସରରେ ଗ୍ରୀନ୍ କ୍ରାକର୍ସ ବା ପରିବେଶ ଉପଯୋଗୀ ବାଣ ଫୁଟାନ୍ତୁ ଏବଂ ସୁସ୍ଥ ରୁହନ୍ତୁ। ତିତିଲି ପରିବାର ପକ୍ଷରୁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା।