ବାସ୍ତୁ ଦୋଷ ଓ ଆର୍ଥିକ ସମସ୍ୟା ଦୂର କରେ କର୍ପୂର-ଲବଙ୍ଗ

ପ୍ରତିଟି ମଣିଷ ନିଜ ଜୀବନକୁ ସୁଖ ଏବଂ ଶାନ୍ତିରେ ବଞ୍ଚିବା ପାଇଁ ଇଚ୍ଛା କରେ। କିନ୍ତୁ ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଚାକିରି, ସମାଜ ଏବଂ ଘର ସହ ଜଡିତ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନେକ ଚେଷ୍ଟା ସତ୍ତ୍ବେ ସଫଳତା ହାସଲ ହେଉ ନାହିଁ। ଏଭଳି ପରିସ୍ଥିତିରେ ମନରେ ଦ୍ବନ୍ଦ ଆସେ ଯେ, ବୋଧହୁଏ ଘରର ବାସ୍ତୁ ଦୋଷ ଥାଇପାରେ । ଏହାର ପ୍ରତିକାର ପାଇଁ ମଧ୍ୟ କିଛି ଲୋକ ଜ୍ୟୋତିଷବିଦ୍‌ଙ୍କ ଚକ୍କର କାଟି ଅନେକ ଖର୍ଚ୍ଚାନ୍ତ ହୁଅନ୍ତି। ତେବେ ବାସ୍ତୁ ସମ୍ବନ୍ଧୀୟ ପ୍ରତିକାର ପାଇଁ ଆଜି ଆମେ କିଛି ଉପାୟ ବତାଇବୁ, ଯାହା ଘରେ ଉପଲବ୍ଧ ଥିବା ସାମଗ୍ରୀରେ ହୋଇ ପାରିବ ଏବଂ ବିନା କୌଣସି ଖର୍ଚ୍ଚରେ ଆପଣ ଘରେ ରହି ସହଜରେ ପ୍ରତିକାର କରିପାରିବେ।

୧. ଘର କିମ୍ବା ଦୋକାନରେ କର୍ପୁର ରଖିବା ଦ୍ବାରା ବାସ୍ତୁ ଦୋଷ ଦୂର ହୋଇଥାଏ। ଏହା ସହ ଧନ ଲାଭ ହୋଇଥାଏ।

୨. ଏକ ଲାଲ୍ କପଡ଼ାରେ ଏକ ଲବଙ୍ଗ ଗୁଡ଼ାଇ ଏହାକୁ ଆଲମାରୀ ଏବଂ ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ। ଶୁଭ ଦିନରେ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ପରେ ହିଁ ଏହି ପ୍ରତିକାର କରନ୍ତୁ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହା ଦ୍ବାରା ଘରେ ଧନ ବୃଦ୍ଧି ହୋଇଥାଏ।

୩. ଘରର ସୁଖ-ସମୃଦ୍ଧି ପାଇଁ ପ୍ରତିଦିନ ଶୋଇବା ପୂର୍ବରୁ ଗାଈ ଘିଅରେ କର୍ପୁର ବୁଡ଼ାଇ ଏକ ପିତ୍ତଳ ପାତ୍ରରେ ଜଳାନ୍ତୁ।

୪. ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ପୂଜା କରିବା ପରେ କର୍ପୁର ଜଳାଇ ଆରତୀ କରନ୍ତୁ। ଏହା ଦ୍ବାରା ଘରେ ସକରାତ୍ମକ ଉର୍ଜ ରହିବା ସହ ମନ ଏବଂ ମୁଣ୍ଡ ଶାନ୍ତ ରହିଥାଏ।

୫. ଶତ୍ରୁରୁ ମୁକ୍ତି ପାଇଁ ବଜରଙ୍ଗ ବାଣ ସାତଥର ପାଠ କରନ୍ତୁ। ଭଗବାନ ହନୁମାନଙ୍କ ନିକଟରେ ଲଡ୍ଡୁ ଭୋଗ ଲଗାନ୍ତୁ। ଏହା ପରେ କର୍ପୁର ସହ ଲବଙ୍ଗ ଜଳାନ୍ତୁ। ବିଶ୍ୱାସ କରାଯାଏ ଯେ, ଏହା ଦ୍ବାରା ଶତ୍ରୁମାନେ ବିନାଶ ହୋଇଥାନ୍ତି।

୬. ଅନ୍ୟକୁ ଦେଇଥିବା ଟଙ୍କା ଫେରସ୍ତ ପାଇବାକୁ ପ୍ରତିଦିନ ଏକ ରୂପା ପାତ୍ରରେ ଲବଙ୍ଗ ଏବଂ କର୍ପୁର ଜାଳନ୍ତୁ। ବିଶ୍ୱାସ କରାଯାଏ ଯେ ଏହି ପ୍ରତିକାର କରି ବକୟା ଟଙ୍କା ଫେରି ଆସେ। ଏହା ସହିତ ଘରେ ଅର୍ଥର ଅଭାବ ରୁହେ ନାହିଁ ।

୭. ୧୨ ଟି ସମ୍ପୂର୍ଣ୍ଣ କର୍ପୁର ଜାଳିବା ଦ୍ୱାରା, ଘରେ ଥିବା ନକାରାତ୍ମକ ଶକ୍ତି ସକରାତ୍ମକରେ ପରିଣତ ହୋଇଥାଏ। ଏହା ଦ୍ବାରା ଘରେ ଅନ୍ନ ଏବଂ ଅର୍ଥର ସମସ୍ୟା ଦେଖାଦିଏ ନାହିଁ।

୮. ସକାଳ ସମୟରେ ଦୀପରେ ୨ଟି ଲବଙ୍ଗ ପକାଇ ଆରତୀ କରନ୍ତୁ। ଏହା ଦ୍ବାରା ଘରର ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ।