ରାଷ୍ଟ୍ରବାଦ ଭାବାନା ଜାଗୃତ ପାଇଁ ପ୍ରତିବର୍ଷ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରାଯାଏ। ଦେଶସାରା ବଡ ଧୁମଧାମ୍ ସହ ଉତ୍ସାହ ଓ ଉଲ୍ଲାସରେ ଏହି ଦବସକୁ ପାଳନ କରାଯାଇ ଆସୁଥିବା ବେଳେ କରୋନା ପାଇଁ ଏହା ଫିକା ପଡିଯାଇଛି। ଗତ ବର୍ଷ ଭଳି ଚଳିତବର୍ଷ ମଧ୍ୟ ସରକାରଙ୍କ ଗାଇଡଲାଇନ୍ ମଧ୍ୟରେ ରହି ସ୍ୱାଧୀନତା ଦିବସ ପାଳନ କରାଯିବ। ତେବେ ଏଭଳି ସ୍ଥିତିରେ ନିଜର ତଥା ପରିବାରର ସୁରକ୍ଷା ପାଇଁ ଆପଣ ଘରେ ରହି ମଧ୍ୟ ଏହି ଦିବସକୁ ନିଆରା ଢଙ୍ଗରେ ପାଳନ କରିପାରିବେ।
ସ୍ୱାଧୀନତା ଦିବସର ମୁଖ୍ୟ ବିଷୟବସ୍ତୁ (ଥିମ୍) ହେଲା ତ୍ରିରଙ୍ଗା। ଅର୍ଥାତ୍ ତିନୋଟି ରଙ୍ଗ। ନାରଙ୍ଗି, ଧଳା ଓ ସବୁଜ। ଏହି ଦବସରେ ଆପଣ ଯେ କେବଳ ନାରଙ୍ଗି, ଧଳା ଓ ସବୁଜ ରଙ୍ଗର ପୋଷାକ ପିନ୍ଧିବେ ତାହା ନୁହେଁ, ଘର ଏବଂ ଅଫିସ୍କୁ ମଧ୍ୟ ଏହି ରଙ୍ଗରେ ସଜାଇ ପାରିବେ। ଏହା ଦ୍ବାରା ଆପଣଙ୍କ ମନରେ ଜାତୀୟତାବାଦ ଜାଗୃତ ହେବା ସହ ପିଲାମାନେ ମଧ୍ୟ ସ୍ବାଧୀନତା ଦିବସର ଭାବନାକୁ ଅତି ପାଖରୁ ଅନୁଭବ କରିପାରିବେ। ଏହା ସହ ଆଗାମୀ ପିଢିର ପିଲାମାନେ ତିରଙ୍ଗାର ମହତ୍ତ୍ବ ଏବଂ ଗୁରୁତ୍ବ ବୁଝିପାରିବେ। ଘର ସଜାଇବାରେ ଆପଣ ପିଲାମାନଙ୍କର ସାହାଯ୍ୟ ମଧ୍ୟ ନେଇପାରିବେ, ଯାହା ସେମାନଙ୍କୁ ଦେଶର ଇତିହାସ ଜାଣିବାକୁ ଆଗ୍ରହୀ ହେବ।
ଯଦି ଆପଣ ଅଗଷ୍ଟ ୧୫ରେ ଘର ସଜାଇବା କଥା ଚିନ୍ତା କରୁଛନ୍ତି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। କାରଣ ଆଜି ଆମେ ଆପଣଙ୍କୁ ସଜାଇବା ବିଷୟରେ କିଛି ଟିପ୍ସ ଦେବୁ….
ଯଦି ଆପଣଙ୍କ ଘରେ ମିଲ୍କଶେକ୍ ମଗ୍ ଏବଂ କୁକି ଜାର ପହି ରହିଛି, ତେବେ ସ୍ୱାଧୀନତା ଦିବସର ସାଜସଜ୍ଜାରେ ଏହାକୁ ବ୍ୟବହାର କରି ପାରିବେ। ଆପଣ ସେଗୁଡ଼ିକୁ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇ ପାରିବେ । ନହେଲେ ସେଥିମଧ୍ୟରେ ତିରଙ୍ଗା ରଙ୍ଗର ଛୋଟ ଛୋଟ ବଲ୍ ଆକାରର କିଛି ଚକୋଲେଟ୍ ବା ଖାଦ୍ୟ ପାଦାର୍ଥ ରଖିପାରିବେ। ଯାହା ବାହାରକୁ ତ୍ରିରଙ୍ଗା ଭଳି ଦେଖାଯିବ। ଏହାକୁ ଆପଣ ଡାଇନିଙ୍ଗି ବା ରୋଷେଇ ଘରେ ରଖିପାରିବେ।
ନାରଙ୍ଗି, ଧଳା ଓ ସବୁଜ ଏହି ୩ଟି ରଙ୍ଗର କାଗଜରେ ପ୍ରଜାପତି ଆକାରରେ ବୁକମାର୍କ ପ୍ରସ୍ତୁତ କରି କାନ୍ଥରେ ଲଗାଇ ପାରିବେ।
ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ଘରେ ଥିବା କିଛି ବୃକ୍ଷର କୁଣ୍ଡ ବା ଫ୍ଲାୱାର ବେଶ୍ କୁ ସଜାଇ ପାରିବେ। ଏହା ସହ ପିଲାମାନଙ୍କର ଅଧ୍ୟୟନ ଟେବୁଲକୁ ମଧ୍ୟ ସଜାଇବା ପାରିବେ।
ସ୍ୱାଧୀନତା ଦିବସ ଘର ବା କାର୍ଯ୍ୟାଳୟକୁ ତ୍ରିରଙ୍ଗା ରଙ୍ଗର ବେଲୁନରେ ସଜାଇପାରିବେ। ଏହା ସହ ପାର୍କିଂ ସ୍ଥଳ ବା ଗଳିକୁ ଛତାରେ ଏକ ଆଧୁନିକ ଉପାୟରେ ସଜାଇପାରିବେ।
ଖାଦ୍ୟରେ ମଧ୍ୟ ଆପଣ ତ୍ରିରଙ୍ଗା ରଙ୍ଗର ସାଲାଡ, ରାଇସ୍ ଏବଂ ଇଡ୍ଲୀ ପ୍ରସ୍ତୁତ କରି ପାରିବେ। ଏହା ଦ୍ବାରା ମନରେ ଦେଶଭକ୍ତିର ଭାବନା ଆଣିପାରିବେ ।
ଶୋଇବା ଘର ସାଜସଜ୍ଜା ପାଇଁ ଆପଣ କମଳା, ଧଳା ଏବଂ ସବୁଜ ରଙ୍ଗରେ ପରଦା ବ୍ୟବହାର କରିପାରିବେ ।