ଗର୍ବିତ! ଝିଅକୁ ବାପା କଲେ ସ୍ୟାଲୁଟ୍

ପ୍ରତ୍ୟେକ ପିତାମାତାଙ୍କ ସ୍ୱପ୍ନ ଯେ ସେମାନଙ୍କ ପିଲାମାନେ ସେମାନଙ୍କ ଅପେକ୍ଷା ଅଧିକ ଅଗ୍ରଗତି ହାସଲ କରି ଜଣେ ଭଲ ଏବଂ ସଫଳ ବ୍ୟକ୍ତିତ୍ବ ହୁଅନ୍ତି। କିନ୍ତୁ ଆଜିର ଯୁଗରେ, ବହୁତ କମ୍ ପିତାମାତାଙ୍କ ଭାଗ୍ୟରେ ଏହି ସୁଖ ଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ବାପା-ଝିଅର ଏପରି ଏକ ଉଦାହରଣ କହିବାକୁ ଯାଉଛୁ, ଯାହାକୁ ଆପଣଙ୍କୁ ଗର୍ବିତ ଅନୁଭବ କରାଇବ।

ଉତ୍ତରାଖଣ୍ଡର ମସୁରୀର ପୁଲିସ କର୍ମଚାରୀ କମଲେଶ କୁମାର ଭାବପ୍ରବଣ ହୋଇଗଲେ ଯେତେବେଳେ ତାଙ୍କ ଝିଅ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବରେ ତାଙ୍କ ସାମ୍ନାରେ ଉପସ୍ଥିତ ହେଲେ। ଝିଅ ଦିଶାଙ୍କ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଆଇଟିବିପି ଇନ୍ସପେକ୍ଟର ପିତା କମଲେଶ କୁମାର ତାଙ୍କୁ ଅଭିବାଦନ ଜଣାଇବା ସହ ସ୍ୟାଲୁଟ୍ କରିଥିଲେ।

ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ନ୍ୟୁଜ୍ ଏଜେନ୍ସି ଏଏନଆଇ  ସୂତ୍ରରୁ ଏହି ଖବର ଜଣାପଡିଲା ପରେ ଲୋକମାନେ ବାପା-ଝିଅକୁ ଅଭିବାଦନ ଜଣାଇଛନ୍ତି।

ଏହି ପ୍ୟାରେଡ୍ ସମାରୋହ ପରେ ତାଙ୍କୁ ସାମରିକ ବାହିନୀର ପ୍ରାରମ୍ଭିକ ସ୍ତରର ଅଧିକାରୀ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ ପ୍ରଦାନ କରାଯାଇଛି। ଦିଶା କହିଛନ୍ତି ଯେ, ମୋ ବାପା ମୋ ପାଇଁ ଏକ ଆଦର୍ଶ। ସେ ସର୍ବଦା ଉତ୍ସାହିତ କରିଆସୁଛନ୍ତି।