ମହିଳା, ଶିଶୁଙ୍କ ସୁରକ୍ଷା ପାଇଁ “ଶ୍ରୀ”

ସାମାଜିକ, ଶିକ୍ଷା, ସ୍ବାସ୍ଥ୍ୟ ଓ ଆଇନଗତ ସହାୟତାରୁ ବଞ୍ଚିତ ଅସହାୟଙ୍କୁ ସହଯୋଗର ହାତ ବଢ଼ାଇ ଆସିଥିବା ବିଚାର ଭାରତୀ ଟ୍ରଷ୍ଟ ମହିଳା ଓ ଶିଶୁଙ୍କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶ୍ରୀ କାଯର୍ୟକ୍ରମର ଶୁଭାରମ୍ଭ କରିଛି। ସହର ବିଭିନ୍ନ ବସ୍ତିକୁ ପୋଷ୍ୟଭାବେ ଗ୍ରହଣ କରି ଏଠାରେ ବାସ କରୁଥିବା ଛୋଟ ଛୋଟ ପିଲାଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ ଓ ନିରାପତ୍ତା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଏହି କାଯର୍ୟକ୍ରମର ମୂଳ ଲକ୍ଷ୍ୟ । ଚନ୍ଦ୍ରଶେଖରପୁରସ୍ଥିତ ପାଣିଟାଙ୍କି ବସ୍ତି ପରିସରରେ ମଙ୍ଗଳବାର ସରସ୍ବତୀ ଦିବସ ଉପଲକ୍ଷେ ଏହି ଶ୍ରୀ କାଯର୍ୟକ୍ରମର ଲୋଗୋକୁ ଶୁଭାରମ୍ଭ କରିଛନ୍ତି ରାଜ୍ୟ ଶିଶୁ ଅଧତ୍କାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ଶିଶୁ ଓ ମହିଳାଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ କାଯର୍ୟକ୍ରମ ହାତକୁ ନେଉଥିବାବେଳେ ବିଚାର ଭାରତୀ ଟ୍ରଷ୍ଟର ଏଭଳି କାଯର୍ୟ ବେଶ୍ ପ୍ରଶଂସନୀୟ ବୋଲି ସନ୍ଧ୍ୟାବତୀ କହିଥିଲେ। ଏହି କାଯର୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ମାନବାଧତ୍କାର ଆୟୋଗ ସଦସ୍ୟ ଶ୍ରୀଯୁକ୍ତ ଅସିମ ଅଭିତାଭ ଦାସ ଯୋଗ ଦେଇ ପିଲାମାନଙ୍କ ସାମାଜିକ, ଶିକ୍ଷା, ଓ ସ୍ବାସ୍ଥ୍ୟ ସୁରକ୍ଷା ବର୍ତ୍ତମାନ ସମୟରେ ଜରୁରୀ ହୋଇପଡ଼ିଛି। ଏନେଇ ସବୁ ସ୍ତରରେ ପ୍ରଚେଷ୍ଟା ଜାରି ରହିବା ଅାବଶ୍ୟକ ବୋଲି ଦାସ କହିଥିଲେ।ସମ୍ମାନିତ ଅତିଥତ୍ଭାବେ ୟୁନିସେଫର ବରିଷ୍ଠ ଅଧତ୍କାରିଣୀ ମଧୁମିତା ଦାସ ଯୋଗ ଦେଇ ବସ୍ତି ଅଞ୍ଚଳରେ ବାସ କରୁଥତ୍ବା ପିଲାଙ୍କ ସୁରକ୍ଷା ସମ୍ପର୍କରେ ସେମାନଙ୍କ ମାତାପିତାଙ୍କୁ ଅଧତ୍କ ସଚେତନ ହେବାର ଅାବଶ୍ୟକ ରହିଛି ବୋଲି କହିଥିଲେ। ମହିଳା ଅଧତ୍କାର ଅଭିଯାନର ଅଧ୍ୟକ୍ଷା ନମ୍ରତା ଚଢ଼ା ସମ୍ମାନିତ ଅତିଥତ୍ଭାବେ ଯୋଗ ଦେଇ ବସ୍ତି ଅଞ୍ଚଳରେ ବାସ କରୁଥିବା ଲୋକମାନେ ବିଶେଷଭାବେ ମହିଳାମାନେ ଅଶିକ୍ଷିତ ହୋଇଥିଵା କାରଣରୁ ସେମାନେ ନିଜର ଅଧତ୍କାର ନେଇ ସ୍ବର ଉତ୍ତୋଳନ କରିବାରେ ବିଫଳ ହୁଅନ୍ତି ସେମାନଙ୍କୁ ବ୍ୟାପକ ସଚେତନତାର ଆବଶ୍ୟକ ରହିଛି ତେଣୁ ବିଚାର ଭାରତୀ ଟ୍ରଷ୍ଟର ଏଭଳି ପ୍ରୟାସ ସ୍ବାଗତ ଯୋଗ୍ୟ ବୋଲି ଚଢ଼ା କହିଥତ୍ଲେ ଏହି ଅବସରରେ ପାଣିଟାଙ୍କି ବସ୍ତିରେ ରହୁଥତ୍ବା ୪୦ପିଲାଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ ସମ୍ପର୍କିତ କିଟ୍ ଅତିଥତ୍ମାନେ ପ୍ରଦାନ କରିଥିଲେ ଏହି ଅବସରରେ ବିଚାର ଭାରତୀ ଟ୍ରଷ୍ଟର ସମ୍ପାଦିକା ପ୍ରୀତିଛନ୍ଦା ଧଳ ଶ୍ରୀ କାଯର୍ୟକ୍ରମର ଲକ୍ଷ୍ୟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରକାଶ କରିବା ସହ ପାଣି ଟାଙ୍କି ବସ୍ତିକୁ ଆସନ୍ତା ୨ବର୍ଷ ପାଇଁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଘୋଷଣା କରିଥିଲେ ଟ୍ରଷ୍ଟର ସଂସଠନ ସମ୍ପାଦକ ଲାଲା ସୁନୀଲ କୁମାର ରଥ କାଯର୍ୟକ୍ରମ ପରିଚାଳନା କରିଥତ୍ବାବେଳେ ଶ୍ରୀ କାଯ୍ୟର୍କ୍ରମର ସଯୋଜିକା ବବୀତା ସ୍ବାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଉକ୍ତ କାଯର୍ୟକ୍ରମରେ ବରିଷ୍ଠ ସ୍ତମ୍ଭକାର ତଥା ବିଚାରଭାରତୀ ଟ୍ରଷ୍ଟର ଉପଦେଷ୍ଟା କମଳାକାନ୍ତ ପତି, ପ୍ରକାଶ ସେଠୀ ପ୍ରମୁଖ ଯୋଗ ଦେଇଥିଲେ।