ଭାରତ ସମଗ୍ର ପୃଥିବୀ ରେ ଦ୍ୱିତୀୟ ଜନ ଵହୁଳ ରାଷ୍ଟ୍ର।୨୦୧୧ଜନଗଣନା ଅନୁସାରେ ସମଗ୍ର ଜନସଂଖ୍ୟା ର୬୫{565af5950bfbe33dad4b01703c8df0ef40291bef89414603afa677bda413ab97}କେବଳ ଯୁବକ।ଦେଶର ସମସ୍ତ କାର୍ଯ୍ୟ ଦକ୍ଷତା ଏହି ଯୁବଗୋଷ୍ଠୀ ଉପରେ ନିର୍ଭର କରେ।କାରଣ ଯୁବକ ହିଁ ଶକ୍ତିଶାଳୀ।ଯାହା ଉପରେ ଵୃଦ୍ଧ ଓ ଶିଶୁ ନିର୍ଭରଶୀଳ।ତେଣୁ ସାମାଜିକ, ଅର୍ଥନୀତି, ରାଜନୀତି ଆଦି ସମସ୍ତ କ୍ଷେତ୍ରରେ ଯୁଵଗୋଷ୍ଠୀର ଅଵଦାନ ନିତ୍ୟାନ୍ତ ଆବଶ୍ୟକ।
ଯୁଵଗୋଷ୍ଠୀ ଦ୍ଵିପ୍ରହର ସୂର୍ଯ୍ୟ ସମ ଜାଜୁଲ୍ୟମାନ ଓ ଶକ୍ତି ସମ୍ପନ୍ନ।ସେମାନେ ଆଗାମୀ ଭଵିଷ୍ୟତ।ଗୌରବ ସମ୍ପନ୍ନ ଅତୀତ ଓ ମହାନ ଭବିଷ୍ୟତ ମଧ୍ୟରେ ସଂଯୋଗକାରୀ କଡି। ଯୁଵ ଗୋଷ୍ଠୀର ଅନ୍ତର୍ନିହିତ ଶକ୍ତି ଦ୍ଵାରା ଅସମ୍ଭବ କୁ ସମ୍ଭବ କରି ନିଜର ଆତ୍ମବିଶ୍ବାସ ବଳରେ ନିଜର ସ୍ବପ୍ନ କୁ ସାକାରକରିବା ସହ ଦେଶଗଠନର ଗୁରୁ ଦାୟିତ୍ୱ ବହନ କରିପାରିବ।

ସ୍ଵାମୀ ବିବେକାନନ୍ଦ କହୁଥିଲେ।,ମୋତେ କିଛି ସାହସୀ ଓ ଶକ୍ତିଶାଳୀ ଯୁବକ ମିଳିଗଲେ ମୁଁ ଦେଶସାରା କ୍ରାନ୍ତି ଆଣିପାରିବି। ଏହି ନୀତି କୁ ଅନୁସରଣ କରି ନେତାଜୀ ସୁବାଷ ଚନ୍ଦ୍ର ବୋଷ ମୁକ୍ତି ବାହିନୀ ଗଠନ କରିଥିଲେ।ଯୁଵଗୋଷ୍ଠୀ ସମସ୍ତ ପ୍ରକ୍ରିୟା ର ଅଣୁଘଟକ ସଦୃଶ୍ୟ। ଦେଶର ପ୍ରଗତି ଯୁବଗୋଷ୍ଠୀ ଙ୍କ ର କାନ୍ଧ ଉପରେ ନିର୍ଭର କରେ।ଇତିହାସ ର ପୃଷ୍ଠା ଓଲଟାଇ ଦେଖିଲେ ସ୍ବାଧୀନତା ଆନ୍ଦୋଳନ ଠାରୁ ଅନେକ ଆନ୍ଦୋଳନ ର ସଫଳତା ର ସମସ୍ତ ଶ୍ରେୟ କେବଳ ଯୁଵଗୋଷ୍ଠୀ ଅଧିକାରୀ।
ଆଜିର ଯୁଵପିଢିଭ୍ରମିତ।ଦରିଦ୍ରତା,ଵେରୋଜଗାର,ଭ୍ରଷ୍ଟାଚାର, ଉତ୍ପିଡନ,ବର୍ତ୍ତମାନ ର ଶିକ୍ଷା ପଦ୍ଧତି, ସଂରକ୍ଷଣ ନୀତି ଦ୍ଵାରା ଚିନ୍ତା ଗ୍ରସ୍ତ। ଶିକ୍ଷା ପ୍ରାପ୍ତି ପରେ ଜୀଵିକା ନ ପାଇ ଭ୍ରମିତ। ଅବସାଦଗ୍ରସ୍ତ ମନ,ଅସନ୍ତୋଷ ତାକୁ କୁ ପଥରେ ଆଗେଇବା ପାଇଁ ଉତ୍ସାହିତ କରେ।ଯାହାର ସୁଯୋଗ ନେଇ ନ୍ୟସ୍ତ ସ୍ବାର୍ଥରାଜନୈତିକ ନେତା ସେମାନଙ୍କୁ ପ୍ରଲୋଭିତ କରି ଅସାମାଜିକ କାର୍ଯ୍ୟ ରେ ନିୟୋଜିତ କରି ସମାଜରେ ବିଶୃଙ୍ଖଳା ସୃଷ୍ଟି କରି ନିଜର ପତିଆରା ଵଢାଇ ଚାଲିଛନ୍ତି।ଏହି ପ୍ରଲୋଭନର ବଶବର୍ତ୍ତୀ ହୋଇ ବିଭିନ୍ନ ପ୍ରକାର ଅପରାଧ ଯୁବଗୋଷ୍ଠୀଙ୍କ ଦ୍ବାରା ସମାଜରେ ଵୃଦ୍ଧି ପାଉଛି।ସେ ନିଜର ଆତ୍ମବିଶ୍ବାସ ହରାଇ ଵସୁଛି।କର୍ମ ପ୍ରବଣତା ହ୍ରାସ ପାଇ କର୍ମ ଵିମୁଖ ହେଉଛନ୍ତି।ଯୁଵଗୋଷ୍ଠୀର ର ଏହି ଅସନ୍ତୋଷ କୁ ଯଦି ରଚନା ତ୍ମକ ଦିଗ ଦେଖାଇ ଦିଆ ନଯାଏ,ତେବେ ଧ୍ବଂସ ଅପରିହାର୍ଯ୍ୟ।
ଏହି ଯୁଵଗୋଷ୍ଠୀର ଆନ୍ଦୋଳନ ଯୋଗୁଁ ଦେଶର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇପାରିଛି।ଯଥା ନିର୍ଭୟା ହତ୍ଯା କାଣ୍ଡ ପରେ ବଳାତ୍କାର ଆଇନର ଶଂସୋଧନ ଓ ୩୭୦ଧାରାର ଉଛେଦ ଉଲ୍ଲେଖନୀୟ।ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ ରେ ଯୁବଗୋଷ୍ଠୀ ର ନୈତିକ ଓ ଜୀବନ ମୂଲ୍ୟ ରହିବା ଅପରିହାର୍ଯ୍ୟ।
ସମସ୍ତ ଶକ୍ତି ଯୁବଗୋଷ୍ଠୀ ମଧ୍ୟରେ ନିହିତ।ସେମାନେ ସବୁ କରିପାରିବେ।ଏହି ଵିଶ୍ଵାସ ସେମାନଙ୍କର ରହିବା ଆଵଶ୍ୟକ।ଅନୀତି,ଦୂର୍ଗୁଣଦୂରକର ,କାଳରଗତି ଵଦଳାଇଦିଅ।ଯୋଶ୍ ସହ ହୋସ୍ ରଖ।ରାଷ୍ଟ୍ର ପାଇଁ ବଳିଦାନ ଦିଅ।ଦେଶର ଅଗ୍ରଗତି ରେ ତୁମେ ମୂଖ୍ୟ ଭୂମିକା ଗ୍ରହଣକର।ଦେଶକୁ ଆତ୍ମନିର୍ଭରଶୀଳ, ସ୍ବଛ,ଦୁର୍ନୀତି ମୁକ୍ତ କରିବାରେ ନିଜର ଜୀବନ ଉତ୍ସର୍ଗ କର। ଏହାହିଁ ଥିଲା ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଙ୍କ ଆହ୍ବାନ।
ଯୁଗ ଯୁବ ଉଠ ଵାରେ,
ନ ଚାହିଁ ତୁ କେଉଁ ଆଡେ
ସ୍ପର୍ଧିତ ନୟନରେ ଚାହାଁ ତୋର ଉଦ୍ଧାମ କାନ୍ଧକୁ।
ଶତ ସିଂହ ପରାକ୍ରମେ ସଵୁ ବାଧା ଲଙ୍ଘିତୁ ପାରିବୁ,
ପ୍ରତି ଯୋଗିତା ର ସାମନା କର, ଆତ୍ମବିଶ୍ବାସ ତୁ ମନରେ ଭର,
ଦାୟିତ୍ୱ ର ଜୁଆଳୀ କାନ୍ଧ କୁ ନେଇ ଜାତି ନନ୍ଦିଘୋଷ ଆଗୁଆ କର।
