ରାଜ୍ୟରେ ବଢ଼ିଲା ଓମ୍ଫେଡ୍ କ୍ଷୀର ଦର, ଅକ୍ଟୋବର ୪ରୁ ଲାଗୁ ହେବ ନୂଆ ରେଟ୍
ଭୁବନେଶ୍ୱର: ଓଡ଼ିଶାର ଗ୍ରାହକମାନଙ୍କୁ ଏବେ କ୍ଷୀର ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ଲିମିଟେଡ୍ (ଓମ୍ଫେଡ୍) ପକ୍ଷରୁ କ୍ଷୀର ଦର ବୃଦ୍ଧି ନେଇ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୪ ତାରିଖରୁ ଏହି ନୂଆ ବର୍ଦ୍ଧିତ ଦର ଲାଗୁ ହେବ।…