ସବୁ ମାଆ ମାନ ଙ୍କ ର ଅକୁହା କଥା କୁ ପ୍ରକାଶ କରିଥାଏ ଝିଅ ଟିଏ। ଝିଅ ଏମିତି ଗୋଟିଏ ରତ୍ନ ଯାହା ସମସ୍ତଙ୍କ ର ଭାଗ୍ୟ ରେ ନଥାଏ।ଭାଗ୍ୟ ରେ ଥିଲେ ଝିଅ ଟିଏ ଜନ୍ମ ହୁଏ। ସେଇଥି ପାଇଁ ତ କୁହା ଯାଇଛି କନ୍ୟା ରତନ କର ଯତନ।ସତ ରେ ଝିଅ ଟି ହି ତ ଦୁଇ କୁଳ ର ହିତ ଭାବିଥାଏ।ବାହା ହେଇଗଲା ପରେ ଆଶ୍ଚର୍ଯ୍ୟ ଲାଗେ ନା କେମିତି ପର ଲୋକ ଙ୍କୁ ନିଜ ର କରିଦିଏ ସେ ଗୋଟେ ମୁହୂର୍ତ ରେ ।ସେଇଥି ପାଇଁ ତ ସେ ଦୁହିତା।ବେଳେ ବେଳେ ତ ଯେତେ କଷ୍ଟ ଥିଲେ ବି ମନ ରେ ସାହସ କରି କହିପାରେନି ଦୁଇ କୁଳ କୁ କାଳେ କୋଉ କୁଳ ର ମନ ରେ କଷ୍ଟ ହେବ କି ଭାବି ଚୁପ ରହିଯାଏ ସେ , ଆଉ ମାଆ ମନ ର ସବୁ କଥା କୁ ତ ସେ ଠଉରେଇନିଏ।ବୟସ ବଢ଼େ ତ ମାଆ ର ସବୁ କଥା କୁ ଜାବୁଡ଼ି ଧରି ବସେ ସେ।

ମାଆ ପରି ବିନ୍ଦି ପିନ୍ଧିବି ମାଆ ପରି ଶାଢ଼ୀ ପିନ୍ଧିବି କେତେ କଣ ଭାବେ ସେ ମାଆ କୁ ଦେଖି ଦେଖି। ବାପା ଆଉ ଭାଇ ଙ୍କ ପାଇଁ ତ ସେ ରକ୍ଷା କବଚ ପାଲଟି ଯାଏ।ଟିକେ ଟିକେ କଥା ରେ ପାଟିରୁ ବାହାରିଆସେ ହେ ମହାବାହୁ ମୋ ର ବାପା, ଭାଇ ଙ୍କୁ ଦୀର୍ଘାୟୁ କରନ୍ତୁ।ବୟସ ବଢ଼େ ବାହା ହେଇ ନୂଆ ଘର କୁ ମାନେ ତାର ଆଉ ଗୋଟେ ଘର କୁ ଆସେ। ସେଇଠି ବି ଯେମିତି ପଣ କରିଦିଏ ଏଈ ମୋର ନୂଆ ଘର କୁ ବି ଖୁସି ରଖିବା ପାଇଁ. ସେଇଠି ବି ସମସ୍ତଙ୍କୁ ଆପଣା ର କରିଦିଏ।ପ୍ରଥମ ଦିନ ରୁ ହି ଶାଶୁ ଙ୍କ ଚାଲିଚଳଣ କୁ ଆପଣଏଇ ନିଏ।ସତରେ ନା ଦେଖିବା କୁ ଗଲେ କେତେ ଏମିତି ଶକ୍ତି କେବଳ ଠାକୁର ଝିଅ କୁ ହି ଦେଇଥାନ୍ତି। ଅସରନ୍ତି ଶକ୍ତି ଆଉ ଉତ୍ସlହ ଉଭୟ ବାପ ଘର ଆଉ ଶାଶୁ ଘର ପାଇଁ। ସେଇଥି ପାଇଁ ଭାଗ୍ୟ ରେ ଥିଲେ କନ୍ୟା ଦାନ ର ସୁଯୋଗ ମିଳେ ବୋଲି ଶାସ୍ତ୍ର ରେ ଲେଖା ଯାଇଛି।ଝିଅ ମାନେ ସବୁ ଖୁସି ର ଗନ୍ତାଘର।ତାଙ୍କ ବିନା ସତରେ ଘର ଅନ୍ଧକାର। କନ୍ୟା ଦିବସ ଉପଲକ୍ଷେ ସବୁ ଝିଅ ମାନଙ୍କୁ ବହୁତ ବହୁତ ଗେଲ୍ହା ଆଉ ଆଶୀର୍ବାଦ।
ପ୍ରୀତିଛନ୍ଦା ଧଳ
ମୋ-୯୯୩୭୭୩୪୪୬୧