ମହିଳା ସମାନତା ଦିବସରେ ମହିଳା କେଉଁଠି….

ଆକାଶ ରେ ଆଜି ଉଡ଼ିପାରୁଛି ମହିଳାକ୍ଷ ଅତଳ ସମୁଦ୍ର ଗର୍ଭ ରେ ବି ରହିପାରୁଛି ମହିଳା । ଅସରନ୍ତି ରାସ୍ତା ଅତିକ୍ରମ କରି ଆଗ ରେ ଚାଲୁଛି ବି ଆଜି ମହିଳା ।  ପୁରୁଷ କୁ ପଛରେ ବି ପକେଇ ଆଗ କୁ ଯାଇଛି ତ ଆଉ କୋଉ ଜାଗା ରେ ପୁରୁଷ ର କାନ୍ଧ ରେ କାନ୍ଧ ମିଶେଇ ଚାଲଛି । ଏତେ ସବୁ ଭିତରେ ମଧ୍ୟ ଆଜି ଆମେ ପୁଣି ସମାନତା ର ବିଷୟରେ ସ୍ଵରଉତ୍ତୋଳନ କରୁଛେ. ସବୁ ପାଇଁ ଆଉ କେତେ ପ୍ରମାଣ ଦରକାର ଯେ ମହିଳା ଟିଏ ପୁରୁଷ ଙ୍କ ଭଳି ସବୁ ଅଧିକାର ରୁ ବଂଚିତ କାହିଁକି ହେଉଛି । ୧୯୭୩ ମସିହାରୁ ପ୍ରତିବର୍ଷ ଅଗଷ୍ଟ ୨୬ ତାରିଖ କୁ ମହିଳା ସମାନତା ଦିବସ ରୂପେ ପାଳନ କରାଯାଉଛି । ୧୯୭୩ ରେ ପ୍ରଥମେ ଆମେରିକା ରେ ଏଈ ଦିବସ ପ୍ରଥମେ ପାଳନ କରାଯାଇଥିଲା । ତା ପରେ ଆସ୍ତେ ଆସ୍ତେ ସମସ୍ତେ ଏହି ଦିବସ ର ମହତ୍ୱ ବୁଝିବାରେ ଲାଗିଲେ । ତାପରେ ସବୁ ଜାଗା ରେ ପାଳନ ହେବା ରେ ଲାଗିଲା ।

ଆଉ ମହିଳା ମାନେ ବି ସଚେତନ ହେବା ରେ ଲାଗିଲେ ଏଈ ଦିବସ କୁ ନେଇ. ୧୯୭୩ ରୁ ୨୦୨୦ ବର୍ଷ ପରେ ବର୍ଷ, ମାସ ପରେ ତଥାପି ଆଜି ମନ ରେ ସେଇ ପ୍ରଶ୍ନ ଆମେ କଣ ମହିଳା ସମାନତା ଦିବସ ର ସମ୍ପୂର୍ଣ୍ଣ ଅର୍ଥ ବୁଝିପାରିଛେ? କାହିଁକି ଆଜି ବି ଆମେ ଏଈ କାମ ଟିକୁ ସୁରୁଖୁରୁରେ କରିପାରିବା କି ବୋଲି ଆମ କୁ ପ୍ରଶ୍ନ କରାଯାଉଛି । “ଗୁଞ୍ଜନ ଶାକସେନା ଦ କାର୍ଗିଲ ଗାର୍ଲ ” ଚଳଚିତ୍ର ଟି ରେ କାହିଁକି ପ୍ରତି କ୍ଷେତ୍ର ରେ ଗୁଞ୍ଜନ କୁ ପୁରୁଷ ପ୍ରଧାନ ସମାଜ ହତାଶ କରୁଛି ।ସବୁ କ୍ଷେତ୍ର ରେ ତାକୁ ସେଇ ଚଳଚିତ୍ର ଟି ରେ ଅନୁଭବ କରାଯାଉଛି ଯେ ତୁମେ ମହିଳା ତୁମେ ଦୁର୍ବଳ, ତୁମେ ବିମାନ ଉଡ଼େଇବା ଶିଖିଲ ସତ କିନ୍ତୁ ଆକାଶ ରେ ଯୁଦ୍ଧ ବିମାନ ଧରି ଶତ୍ରୁ ସାଙ୍ଗରେ ଲଢ଼ିପାରିବ ନାହିଁ ବୋଲି ପ୍ରତି କ୍ଷଣ ରେ ତାକୁ ଏଈ କଥା ମନେ ପକେଇଦିଆଯାଉଛି ।

କିନ୍ତୁ ସେ ଜିତିଛି. ଯୋଉ ଲୋକ ତାର ହାତ ଛାଡିଥିଲେ ଗୁଞ୍ଜନ ସେମାନଙ୍କୁ ହାତ ଧରି ବଞ୍ଚେଇଛି । ନିଜେ ସେ କେତେ ସଶକ୍ତ ବୋଲି ତା ସେ ସେଇ ଚଳଚିତ୍ର ରେ ପ୍ରମାଣିତ କରିଛି । ସବୁ ଠାରୁ ବେଶୀ ସମର୍ଥନ ମିଳିଚି ତାକୁ ତାର ବାପା ଙ୍କ ଠାରୁ । ଚଳଚିତ୍ର ବି ବହୁତ ଗୁଡ଼େ ଭଲ ବାର୍ତ୍ତା ଦିଏ ସମାଜ କୁ, ଆମ କୁ କେବଳ ଭଲ ବାର୍ତ୍ତା ଟିକୁ ହି ଆପଣେଇବାର ଅଛି. ଘରୁ ଯଦି ସମାନତା ର କଥା ଶିଖିବା, ଜାଣିବା ତାହେଲେ ଏତେ ଅସୁବିଧା ଆଉ ରହିବନି । ଆଜି ବି ୪୧ପ୍ରତିଶତ ଝିଅ ଆମର ଅଧା ପଢ଼ା ରେ ଅଟକିଯାଉଛନ୍ତି । ୩୦ ପ୍ରତିଶତ ଝିଅ ଙ୍କୁ ନିଜ ଜୀବନସାଥି ବାଛିବାର ବି ଅଧିକାର ନାହିଁ । ତଥାପି ମହିଳା ସମାନତା ଦିବସ ଆମେ ପାଳନ କରୁଛେ. କିନ୍ତୁ ଏଈ ସମାନତା ର ପ୍ରକୃତ ଅର୍ଥ ଆମେ କିଏ ବୁଝିପାରୁନେ । ଯଦି ପରିବାର ର ପ୍ରତ୍ୟେକ ବ୍ୟକ୍ତି ବିଶେଷ ମହିଳା ଙ୍କ ସମାନତା ସବୁ କ୍ଷେତ୍ର ରେ ଅଛି ବୋଲି ଚିନ୍ତା କରିବେ ତାହେଲେ ରାତି ୧୨ ଟା ବେଳେ ମହିଳା ଟିଏ ରାସ୍ତା ରେ ଏକୁଟିଆ ଯିବା କୁ ସୁରକ୍ଷିତ ମଣିବ ।