ପରମ୍ପରାଗତ ଭାରତୀୟ ପରିଧାନରେ ଏମ୍ପ୍ରୋଡୋରୀର ବହୁତ ମହତ୍ୱ ରହିଛି । ବର୍ତମାନ ଏହା ଫ୍ୟାସନର ପରିଧି ମଧ୍ୟକୁ ଆସି ଫ୍ୟାସନ ଟ୍ରେଣ୍ଡ ରେ ପରିଣତ ହେଲାଣି । ବର୍ତମାନ ଏହା କେବଳ ଭାରତ ରେ ନୁହେ ବିଦେଶୀ ଡିଜାଇନର ମାନଙ୍କୁ ମଧ୍ୟ ଆକର୍ଷିତ କରୁଛି । ଆମ ଦେଶରେ ଭିନ୍ନ ଭିନ୍ନ ଏମ୍ପ୍ରୋଡୋରୀ ଡିଜାଇନ ରହିଛି । ତେବେ ସେ ଉପରେ ସବିଶେଷରେ ନଜର ପକାଇବା ଆସନ୍ତୁ ।
ଫୁଲକାରୀ– ଫୁଲକାରୀ କଳାକୃତି ଏମ୍ପ୍ରୋଡୋରୀ ଜାମ୍ମୁ ଏବଂ ପଞ୍ଜାବ ରେ ପ୍ରଚଳିତ । ଏଥିରେ ରେଶମ ସୂତାରେ ଭିନ୍ନ ଭିନ୍ନ ଜ୍ୟାମିତିୟ ଆକୃତିର କାରୁକାର୍ଯ୍ୟ ଦେଖିବାକୁ ମିଳିଥାଏ । ଏଥିରେ ବେଳେ ବେଳେ ରଫୁ ପରି ଷ୍ଟିଚିଙ୍ଗ ର ମଧ୍ୟ ପ୍ରୟୋଗ କରାଯାଏ । ଏହାକୁ ବାଗ୍ କୁହାଯାଏ । ଏହି କାରୁକାର୍ଯ୍ୟ ଶାଢ଼ୀ ,ସାଲୱାରକମିଜ୍, ଟପ୍ ,କୁର୍ତ୍ତି ଇତ୍ୟାଦିରେ ରେ କରାଯାଏ ।

ଜର୍ଦୋଜି– ଏହି କଳାକୃତି ର ଆରମ୍ଭ ମୋଗଲ କଳାରୁ ହୋଇଥିଲା । ବର୍ତମାନ ଏହା ଶାଢ଼ୀ , ହ୍ୟାଣ୍ଡବ୍ୟଗ୍, ବେଲ୍ଟ ଏବଂ ୱାଲ୍ ହ୍ୟାଙ୍ଗିଗ୍ ରେ କରାହେଉଛି ।
ଚିକନ୍– ଚିକନ୍ ଏମ୍ରୋଡୋରୀ ଭାରତୀୟ ଡିଜାଇନ୍ ମଧ୍ୟରୁ ଏକ ଲୋକପ୍ରିୟ ଡିଜାଇନ୍ । ଲକ୍ଷ୍ନୌର ଚିକନ୍ ପସନ୍ଦ ଆସିଥାଏ ସଭିଙ୍କୁ । ଶାଢ଼ୀ ଠୁ ଆରମ୍ଭ ହୋଇ କୁର୍ତ୍ତା ରେ ଚିକନ୍ ର କାରୁକାର୍ଯ୍ୟ ବେଶ୍ ଆକର୍ଷଣୀୟ । ଏହା ଉଭୟ କଟନ୍ ଏବଂ ସିଳ୍କ କପଡାରେ ଉପଲବ୍ଧ ।
କାନ୍ଥ।– ସାଧାରଣତଃ ବାଙ୍ଗାଲାଦେଶ ଓ ଭାରତର ତ୍ରିପୁରା ,ଓଡିଶା,ପଶ୍ଚିମବଙ୍ଗ ରେ ପ୍ରସିଦ୍ଧ ଏମ୍ପ୍ରୋଡୋରୀ । ଶାଢ଼ୀ, କୁର୍ତ୍ତା , ଚୁଡିଦାର ରେ ଏହି କାନ୍ଥା ଏମ୍ପ୍ରୋଡୋରୀ ପ୍ରଚଳନ ହୋଇଥାଏ । ପଶ୍ଚିମବଙ୍ଗରେ ପାରମ୍ପରିକ ଶାଢ଼ୀ ଭାବେ କାନ୍ଥା ବେଶ୍ ପ୍ରସିଦ୍ଧ।
ଜାମାୱାର– ଏହି ପ୍ରାଚୀନ ଏମ୍ରୋଡୋରୀ ବହୁତ ପ୍ରସିଦ୍ଧ । ପୁରୁଣା ଜାମାୱାର ଡିଜାଇନ୍ ପ୍ରାୟ କୁର୍ତି ରେ ଦେଖିବାକୁ ମିଳେ।
କସୁଟି– ଏହା କର୍ଣ୍ଣାଟକର ପାରମ୍ପରିକ ଏମ୍ପ୍ରୋଡୋରୀ । ଯେଉଥିରେ ଲାଲ,ସବୁଜ,କମଲା ଓ ନୀଳରଙ୍ଗର ସୂତାରେ ତୁଲସୀ ପତ୍ର,ରଥ ପୌରାଣିକ ମହତ୍ଵ ଓ ପଶୁ ମାନଙ୍କୁ ସ୍ଥାନ ଦିଆଯାଏ ।

ଜରୀ– ଏହା ସୁନେଲି ରଙ୍ଗର ସୂତାରେ ହୋଇଥାଏ ଏହା ସାଧାରଣତଃ ସାଲ୍,କୁର୍ତ୍ତି ଜରୀ ସହ ରେଶମର ସୂତାର ପ୍ରୟୋଗରେ କରାଯାଏ ।
ମୁକେଶ– ଏହା ଉତ୍ତରପ୍ରଦେଶର ପ୍ରସିଦ୍ଧ ଏମ୍ପ୍ରୋଡୋରୀ । କପଡା ଉପରେ ସିଲଭର୍ ଏବଂ ମେଟାଲିକ୍ ସୁନ୍ଦର ତାରକସି କାମକୁ ମୁକେଶ ଏମ୍ପ୍ରୋଡୋରୀ କୁହାଯାଏ । ଏହା ସାଲୱାରକମିଜ୍ କୁର୍ତ୍ତି ଶାଢ଼ୀରେ ପ୍ରୟୋଗ କରାଯାଏ ।
କଶିଦା– ବିହାର ରେ ଆଦିବାସୀଙ୍କ ଦ୍ଵାରା ପ୍ରସ୍ତୁତ ହେଉଥିବା କାଶିଦା ମହାରାଷ୍ଟ୍ର ରେ କସୁଟି ସହ ସମାନ । ଏଥିରେ ଜରୀର ପ୍ରୟୋଗ କରାଯାଏ । କାଶ୍ମୀରୀ କଶିଦାରେ ଫୁଲର ପ୍ରୟୋଗ ଅଧିକ ହୋଇଥାଏ । ଫର୍ମାଲ୍ କପଡାରେ କାଶିଦାର ପ୍ରୟୋଗ ଅଧିକ ହୋଇଥାଏ ।
