ଏମିତି ଏକ ଗାଁ, ଯେଉଁଠି ନାହାଁନ୍ତି କେହି ଜଣେ ବି ପୁରୁଷ ! ଟଙ୍କା ଦେଲେ ବି ଯୁବତୀଙ୍କୁ ମିଳେନି ଜୀବନସାଥୀ

ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଜଣେ ହେଲେ ବି ପୁରୁଷ ନାହାଁନ୍ତି। କେବଳ ସେତିକି ନୁହେଁ, ସେଠାକାର ଯୁବତୀମାନଙ୍କୁ ବିବାହ ପାଇଁ ମଧ୍ୟ ପୁଅ ମିଳେ ନାହିଁ । ସେହି ଗାଁରେ ଅନେକ ସୁନ୍ଦର ଯୁବତୀ ଅଛନ୍ତି କିନ୍ତୁ ସେମାନଙ୍କୁ ମନପସନ୍ଦୀୟ ଜୀବନସାଥୀ ମିଳିବା ଦୂର କଥା ବିବାହ ପାଇଁ ପୁଅ ସେମାନଙ୍କ ଭାଗ୍ୟରେ ନ ଥାଏ। ଏହି ଯୁବତୀମାନେ ବିବାହ ପାଇଁ ପୁରୁଷମାନଙ୍କୁ ଟଙ୍କା ଅଫର କରନ୍ତି ବା ଯାଚିଥାନ୍ତି। କିନ୍ତୁ ତଥାପି କୌଣସି ପୁରୁଷ ସେମାନଙ୍କୁ ବିବାହ କରିବାକୁ ରାଜି ହୁଅନ୍ତି ନାହିଁ।

ଆମେ କହୁଛୁ ବ୍ରାଜିଲର ଏକ ଗାଁ ବିଷୟରେ…ଏହି ଗାଁ ପାହାଡ ଉପରେ ଅବସ୍ଥିତ। ଏଠାରେ ବହୁତ ସୁନ୍ଦର ସୁନ୍ଦର ଯୁବତୀମାନେ ଅଛନ୍ତି କିନ୍ତୁ ସେହି ଗାଁରେ ପୁରୁଷସଂଖ୍ୟା ବହୁତ କମ୍। ଏମିତି କହି ପାରିବା ପୁରୁଷଶ୍ୟନୂ ଗାଁ। ସେହି ଗାଁରେ ପ୍ରାୟ ୬୦୦ ମହିଳା ବାସ କରନ୍ତି। ସେମାନେ ବିବାହ ପାଇଁ ପୁରୁଷମାନଙ୍କୁ ଟଙ୍କା ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଏହା ସତ୍ତ୍ବେ ମଧ୍ୟ କେହି ପୁରୁଷ ସେମାନଙ୍କୁ ବିବାହ କରିବାକୁ ପ୍ରସ୍ତୁତ ନାହଁନ୍ତି। ତେବେ ଆସନ୍ତୁ ଜାଣିବା ଏହାର କାରଣ କ’ଣ…..

PunjabKesari

ରିପୋର୍ଟ ଅନୁଯାୟୀ, ଏଠାରେ ଲିଙ୍ଗ ଅନୁପାତ ସଠିକ୍ ନୁହେଁ। ଝିଅମାନଙ୍କ ତୁଳନାରେ ପୁଅମାନଙ୍କର ସଂଖ୍ୟା ଖୁବ୍ କମ୍। ଏହି କାରଣରୁ ଯୁବତୀମାନେ ସେମାନଙ୍କର ସ୍ୱପ୍ନର ରାଜକୁମାର ପାଆନ୍ତି ନାହିଁ। କାରଣ ପୁରୁଷମାନେ ସେହି ଗାଁରେ ରହିବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ସହରକୁ ପଳାନ୍ତି, ଯେଉଁ କାରଣରୁ ମହିଳାମାନେ ଗାଁରେ ଏକୁଟିଆ ରହିଥାନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ପୁରୁଷମାନେ ଗାଁରେ ରହିବାକୁ ପସନ୍ଦ କରନ୍ତି ନାହିଁ କାହିଁକି ?

PunjabKesari

କାରଣ ଏହି ଗାଁରେ ଲୋକମାନଙ୍କର ମୁଖ୍ୟ ବୃତ୍ତି ହେଉଛି କୃଷି ଏବଂ ପଶୁପାଳନ। ଏହି  କାର୍ଯ୍ୟ ମହିଳାମାନେ ଅତି ସହଜରେ କରିପାରିବେ। ସେଥିପାଇଁ ଏହି ଗାଁର ପୁରୁଷମାନେ କାମ ଖୋଜିବାକୁ ସହରକୁ ଯାଆନ୍ତି। ଏହାର ଗାଁର କିଛି ଅଜବ ନିୟମ ଯୋଗୁଁ ପୁରୁଷମାନେ ଏଠାରେ ରହିବାକୁ ପସନ୍ଦ କରନ୍ତି ନାହିଁ। ମହିଳାମାନେ ଚାହାଁନ୍ତି ଯେ ପୁରୁଷମାନେ ବିବାହ କରି ସେମାନଙ୍କ ସହିତ ସେହି ଗାଁରେ ରୁହନ୍ତୁ ଏବଂ ପ୍ରାଚୀନ କାଳରୁ ଚାଲିଆସୁଥିବା ନିୟମ ଏବଂ ପ୍ରଥାକୁ ଅନୁସରଣ କରନ୍ତୁ, କିନ୍ତୁ ପୁରୁଷମାନେ ମଧ୍ୟ ଏହାକୁ ପସନ୍ଦ କରନ୍ତି ନାହିଁ।