ଗର୍ଭଯନ୍ତ୍ରଣାରୁ ମୁକ୍ତି, ପିଲା ଜନ୍ମ କରିବ ମେସିନ୍
ଆପଣ ଇଚ୍ଛାକୃତ ପରିବର୍ତ୍ତନ କରିପାରିବେ... ଦେଖନ୍ତୁ ଫଟୋ ଏବଂ ଭିଡିଓ
ଭବିଷ୍ୟତରେ ମଣିଷ ପିଲାକୁ ମେସିନ୍ ଉତ୍ପାଦନ କରିବ। ନା ମହିଳାଙ୍କୁ ଗର୍ଭଧାରଣ କରିବାକୁ ପଡିବ, ନା ଜନନୀ ଯନ୍ତ୍ରଣାର ସହିବାକୁ ପଡିବ। ବିଜ୍ଞାନ ଓ ଜ୍ଞାନକୌଶଳ ଆଜି ଏଭଳି ସ୍ତରରେ ପହଞ୍ଚିଛି। ପିଲାକୁ ନିଜ ହିସାବରେ ଅର୍ଥାତ୍ ରୂପ, ରଙ୍ଗ ଓ ଗୁଣରେ ଆପଣ ଇଚ୍ଛାକୃତ ପରିବର୍ତ୍ତନ କରିବାକୁ ସମର୍ଥ ହେବେ। ମନରେ ପ୍ରଶ୍ନ ଉଙ୍କି ମାରୁଥିବ କିପରି ?
ଆପଣ ଏଠାରେ ଥିବା ଭିଡିଓ ଏବଂ ଫଟୋରେ ଦେଖିପାରିବେ। ଦୁନିଆର ପ୍ରଥମ କୃତ୍ରିମ ଭ୍ରୁଣ କେନ୍ଦ୍ର ପ୍ରଦର୍ଶିତ ହୋଇଛି । କେବଳ ପିଲାମାନେ ଜନ୍ମ ହେବେ ନାହିଁ, ବରଂ ଆପଣ ଇଚ୍ଛାକୃତ ଭାବେ ପିଲାକୁ ଗଢିପାରିବେ। ଆପଣ କେଉଁ ପ୍ରକାରର ପିଲା ଚାହୁଁଛନ୍ତି ତାହା କରିପାରିବେ। ମହିଳାମାନଙ୍କୁ ଗର୍ଭବତୀ ହେବାକୁ ପଡ଼ିବ ନାହିଁ କିମ୍ବା ପ୍ରସବ ସମୟରେ ଯନ୍ତ୍ରଣାକୁ ସହ୍ୟ କରିବାକୁ ପଡିବ ନାହିଁ ।
ଏହି ମେସିନର ଉତ୍ପାଦକ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଭବିଷ୍ୟତରେ ଶିଶୁମାନେ ପୁସ୍ ବଟନ୍ ଟେକ୍ନୋଲୋଜି ଦ୍ବାରା ଜନ୍ମ ହେବେ। ଗର୍ଭଧାରଣ ହେବ କିନ୍ତୁ ମହିଳାଙ୍କ ଶରୀରରେ ନୁହେଁ ବରଂ ଏହି ମେସିନରେ ଥିବା ଏକ କାଚର ବାକ୍ସ ବା କୃତ୍ରିମ ପାଣି ବ୍ୟାଗ୍ ମଧ୍ୟରେ। ଏହି ଭ୍ରୁଣକୁ ଆପଣ ଖାଲି ଆଖିରେ ଦେଖିପାରିବେ। ଏଥିରେ ସପ୍ତାହକୁ ସପ୍ତାହ, ମାସକୁ ମାସ ପିଲାଟିର ବିକାଶ ଆପଣ ଦେଖିବାକୁ ସମର୍ଥ ହେବ। ଏହି ବ୍ୟବସ୍ଥା ବା ପ୍ରଣାଳୀକୁ ଏକ୍ଟୋଲାଇଫ୍ ବୋଲି କୁହାଯାଏ। ଏଠାରେ ଏକ କମ୍ପ୍ୟୁଟର ମ୍ୟାଟ୍ରିକ୍ସ ତିଆରି କରାଯିବ। ଯେଉଁଥିରେ ମାନବ ଆଚରଣର ସମ୍ପୂର୍ଣ୍ଣ ବିବରଣୀ ରହିବ। ଆପଣ ଯେଉଁ ପ୍ରକାରର ପିଲା ଚାହୁଁଛନ୍ତି, ସେହିପରି ପିଲା ଜନ୍ମ ହୋଇପାରିବେ।
ଉଲ୍ଲେଖଥାଉ କି, ଭ୍ରୁଣ କେନ୍ଦ୍ରରେ ଏକାକାଳୀନ ୪୦୦ ଶିଶୁ ଜନ୍ମ ପାଇଁ ବ୍ୟବସ୍ଥା କରାଯାଇଛି। ଏକ ଆପ୍ ମାଧ୍ୟମରେ ଆପଣଙ୍କ ପିଲାଙ୍କ ଅତ୍ୟାବଶ୍ୟକ ଭିଟାଲ୍ ଉପରେ ନଜର ରଖିବାକୁ ସମର୍ଥ ହେବ ଏବଂ ଉନ୍ନତି କରିବାକୁ ସମର୍ଥ ହେବ। ଏହାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଲା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ଏହା ଗର୍ଭଧାରଣର ନୈତିକତା ଧାରଣାକୁ କ୍ଷତି ପହଞ୍ଚାଉଛି ବୋଲି ଅଭିଯୋଗ ହୋଇଛି। ସେହିପରି ଏକ୍ଟୋଲାଇଫ୍ ମାଧ୍ୟମରେ ପିଲାମାନଙ୍କୁ ଜନ୍ମ ଦେବା ମାନବିକତା ବିରୁଦ୍ଧ ବୋଲି ଦାବି ହେଉଛି।
ମେସିନ ଉତ୍ପାଦନକାରୀ ସଂସ୍ଥା ଏବଂ ବୈଜ୍ଞାନିକଙ୍କ କହିବା ହେଲା, ଏହା ସମ୍ପୂର୍ଣ୍ଣ ଭାବେ କୃତ୍ରିମ ପ୍ରକ୍ରିୟା। ଯେଭଳି ମାଅ ପେଟରେ ଭ୍ରୁଣଟି ୱାଟର ବେଲୁନ ବା ପାଣି ବ୍ୟାଗ ଭିତରେ ଥାଏ ସେହିପରି କୃତ୍ରିମ ଉପାୟରେ ପାଣି ବ୍ୟାଗ୍ ପ୍ରସ୍ତୁତ କରାଯିବ, ସେଥିମଧ୍ୟରେ ଭ୍ରୁଣଟିକୁ ରଖାଯିବ। ସାଧାରଣତଃ ମାଆର ସ୍ବାସ୍ଥ୍ୟ ଅନୁଯାୟୀ ଭ୍ରୁଣର ବିକାଶ ହୁଏ। ମାଆର ସ୍ବାସ୍ଥ୍ୟଗତ ଅବସ୍ଥାରେ କୌଣସି ତ୍ରୁଟି ହେଲେ ପିଲାର ମଧ୍ୟ ତ୍ରୁଟି ରହିଥାଏ। କିନ୍ତୁ ଏଥିରେ ସଠିକ୍ ଭାବରେ ପୋଷଣ ତତ୍ତ୍ବ ପିଲାକୁ ଦିଆଯାଇପାରିବ।
ପ୍ରାକୃତିକ ଉପାୟରେ ମାଆ ଟି ନିଶାଦ୍ରବ୍ୟ ସେବନ କଲେ ପିଲା ଉପରେ ଏହାର ପ୍ରଭାବ ପଡିଥାଏ କିନ୍ତୁ ଏଥିରେ ମାଆର କୌଣସି ଖରାପ ଖାଦ୍ୟପାନୀୟ ବେସନର ପ୍ରଭାବ ପଡିବନାହିଁ। ଏଥିରେ ଏକ କୃତ୍ରିମ ଆମ୍ବଡିକାଲ୍ କର୍ଡ (କୃତ୍ରିମ ନାଭି) ରହିବ। ଯାହା ଦ୍ବାରା ଶିଶୁକୁ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ଯୋଗାଇ ଦିଆଯିବ। କୃତ୍ରିମ ଆମନିଓଟିକ୍ ବା ବ୍ୟାଗ୍ ରେ ତରଳ ପଦାର୍ଥ ପରିପୂର୍ଣ୍ଣ ହେବ। ଯେଉଁଥିରେ ଆବଶ୍ୟକତା ଅନୁଯାୟୀ ହରମୋନ୍ ଭର୍ତ୍ତି କରାଯିବ। ଜେନେଟିକ୍ ସଂଶୋଧନ ନିଶ୍ଚିତ ଭାବରେ କରାଯାଇପାରିବ। ଏଗୁଡିକ ବାୟୋ ରିଆକ୍ଟରରୁ ଚାଲିବ। ପିଲାମାନେ ସେମାନଙ୍କର ପିତାମାତା ସ୍ନେହ ମଧ୍ୟ ଅନୁଭବ କରିପାରିବେ।
ମେସିନ ଉତ୍ପାଦନକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଏହା ଏକ ବିଜ୍ଞାନ କଳ୍ପନା। ଏଥିପାଇଁ କାହାକୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଟେକ୍ନୋଲୋଜିର ସମ୍ପୂର୍ଣ୍ଣ ବିକାଶ ପାଇଁ ଆହୁରି ଅନେକ ବର୍ଷ ଲାଗିବ। କିନ୍ତୁ ଅଧିକ ଦିନ ନୁହେଁ ।